Posted inଖେଳ

୭ ରାଜ୍ୟରେ ଖୋଲିବ ୧୪୩ ଖେଲୋ ଇଣ୍ଡିଆ ସେଣ୍ଟର

ନୂଆଦିଲ୍ଲୀ, ୨୬ା୫ (ପି.ଟି.)- ତୃଣମୂଳସ୍ତରରୁ ପ୍ରତିଭା ଚିହ୍ନଟ ଲକ୍ଷ୍ୟ ନେଇ ୭ଟି ରାଜ୍ୟରେ ୧୪୩ ଖେଲୋ ଇଣ୍ଡିଆ ସେଣ୍ଟର ଖୋଲିବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସ୍ଥିର କରିଛି। ଏ ବାବଦରେ ୧୪.୩୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ମହାରାଷ୍ଟ୍ର, ମିଜୋରାମ, ଗୋଆ, କର୍ନାଟକ, ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ମଣିପୁରରେ ଏହି ସବୁ ସେଣ୍ଟର ଖୋଲିବ। ପ୍ରତିଟି ସେଣ୍ଟର ପାଇଁ ସମାନ ଗାଇଡ୍‌ ଲାଇନ୍‌ ରହିବ। ୨୦୨୮ ଅଲିମ୍ପିକ୍ସ ପଦକ ତାଲିକାରେ ଭାରତ ଯେପରି ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ରହିପାରିବ ତାହାକୁ ନଜରରେ ରଖି ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ସ୍ବଳ୍ପ ବୟସରୁ ବହୁସଂଖ୍ୟାରେ ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ବିକଶିତ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ପ୍ରକାଶ କରିଛନ୍ତି। ଜିଲାସ୍ତରୀୟ ଖେଲୋ ଇଣ୍ଡିଆ ସେଣ୍ଟରଗୁଡ଼ିକ ଲାଗି ଯଦି ଦକ୍ଷ କୋଚ ଓ ଉତ୍କୃଷ୍ଟ ସରଞ୍ଜାମ ଉପଲବ୍ଧ ହୁଏ ତେବେ ଆମେ ଠିକଣା ସମୟରେ ନିର୍ଦ୍ଦିଷ୍ଟ କ୍ରୀଡ଼ା ପାଇଁ ଉପଯୁକ୍ତ ପିଲାଙ୍କୁ ବାଛିବାରେ ସଫଳ ହେବା ବୋଲି ସେ କହିଛନ୍ତି। ସମଗ୍ର ଦେଶରୁ ପୂର୍ବରୁ ଏହିଭଳି ୨୧୭ଟି ସେଣ୍ଟର ରହିଛି। ମନ୍ତ୍ରଣାଳୟ ନର୍ଥ-ଇଷ୍ଟ , ଜମ୍ମୁ ଓ କଶ୍ମୀର, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଲାକ୍ଷାଦୀପ ଓ ଲଦାଖର ପ୍ରତିଟି ଜିଲାରେ ଦୁଇଟି ଲେଖାଏ ସେଣ୍ଟର ଖୋଲିବା ଲାଗି ନିଷ୍ପତ୍ତି ନେଇଛି। ଏହିସବୁ ସେଣ୍ଟରଗୁଡ଼ିକ ଲାଗି ଉପଯୁକ୍ତ କୋଚ୍‌ଙ୍କୁ ଅନୁବନ୍ଧିତ କରିବା କାର୍ଯ୍ୟ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କର।
ରାଜ୍ୟ ପିଛା ଖେଲୋ ଇଣ୍ଡିଆ ସେଣ୍ଟର-
ମହାରାଷ୍ଟ୍ର: ୩୦ଟି ଜିଲାରେ ୩୬ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ-୩.୬୦ କୋଟି ଟଙ୍କା।
ମିଜୋରାମ: କୋଲାସିବ ଜିଲାରେ ୨ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ: ୨୦ ଲକ୍ଷ ଟଙ୍କା।
ଅରୁଣାଚଳ ପ୍ରଦେଶ: ୨୬ ଜିଲାରେ ୫୨ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ: ୪.୧୨କୋଟି ଟଙ୍କା।
ମଧ୍ୟପ୍ରଦେଶ: ୪ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ:୪୦ ଲକ୍ଷ ଟଙ୍କା।
କର୍ନାଟକ: ୩୧ ଖେଲୋ ଇଣ୍ଡିଆ ସେଣ୍ଟର। ବ୍ୟୟ ଅଟକଳ ୩.୧୦ କୋଟି ଟଙ୍କା।
ମଣିପୁର: ୧୬ ଖେଲୋ ଇଣ୍ଡିଆ ସେଣ୍ଟର।ବ୍ୟୟ ଅଟକଳ: ୧.୬୦ କୋଟି ଟଙ୍କା।
ଗୋଆ: ୨ ଖେଲୋ ଇଣ୍ଡିଆ ସେଣ୍ଟର। ବଜେଟ ୨୦ଲକ୍ଷ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବଦେଶ ଫେରିଲେ କ୍ରିସ୍‌ ଓକ୍ସ

ଅହମଦାବାଦ, ୨୮ା୨(ପି.ଟି.)- ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି)ର ରୋଟେଶନ ନିୟମ ଅନୁସାରେ ଅଲରାଉଣ୍ଡର କ୍ରିସ୍‌ ଓକ୍ସ ଭାରତରୁ ସ୍ବଦେଶ ଫେରିଛନ୍ତି। ୩୧ ବର୍ଷୀୟ ଏହି ଖେଳାଳି...

କରୋନା ଭାଇରସ ଡର: ଖେଳାଳିଙ୍କ ଲାଗି ନିୟମ

ନୂଆଦିଲ୍ଲୀ,୧୨।୩- ବିଶ୍ୱବ୍ୟାପୀ ଦେଖା ଦେଇଥିବା କରୋନା ଭାଇରସନ ଆତଙ୍କ କ୍ରୀଡ଼ା ଉପରେ ବ୍ୟାପକ ଭାବେ ପ୍ରଭାବ ପକାଇଛି। କେତେକ ବଡ଼ ଇଭେଣ୍ଟ ବାତିଲ ହୋଇଥିବା ବେଳେ...

ପ୍ରଥମ ଅଧିନାୟକ ଭାବେ ଆଇପିଏଲ୍‌ରେ ଏହି ସଫଳତା ପାଇଲେ ଧୋନୀ

ଆବୁଧାବି, ୨୦।୯: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଶନିବାରଠାରୁ ଆରମ୍ଭ ହୋଇଛି ଆଇପିଏଲ୍‌ର ୧୩ତମ ସଂସ୍କରଣ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ...

କ୍ରିକେଟ୍‌ ଛାଡି ପାଇଲଟ୍‌ ହେଲେ ଏହି କ୍ରିକେଟର୍‌

ସାଧାରଣତଃ କ୍ରିକେଟରମାନେ କ୍ରିକେଟ ଛାଡି ଖେଳ ସହ ଯୋଡି ହୋଇରହିଥାନ୍ତି। କିଏ କମେଣ୍ଟଟର୍‌ ହୁଅନ୍ତି ତ ଆଉ କିଏ କ୍ରିକେଟ ଏକ୍ସପର୍ଟ, କୋଚ୍‌ ଭାବେ କାର୍ଯ୍ୟ...

ୟୁଏସ୍‌ ଓପନ୍‌: ଜୋକୋଭିଚ୍‌, ଓସାକଙ୍କୁ ଟପ୍‌ ସିଡ୍‌

ନ୍ୟୁୟର୍କ, ୨୨।୮ (ଏଏଫ୍‌ପି)- ଚଳିତ ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏହି...

କ୍ରିକେଟରୁ ସନ୍ୟାସ ନେବା ପରେ ଏବେ ଏହି କାମ କରିବେ ଧୋନୀ: ପିଲାଦିନରୁ ହିଁ କରିନେଇଥିଲେ ଯୋଜନା

ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ...

ସାତ୍ତ୍ୱିକ-ଚିରାଗଙ୍କ ସେମିଫାଇନାଲରୁ ବିଦାୟ

ବ୍ୟାଙ୍କକ୍‌, ୨୪ା୧(ପି.ଟି.)-ଟୋୟୋଟା ଥାଇଲାଣ୍ଡ ଓପନ୍‌ ସୁପର ୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଟୋକିଓ ଅଲିମ୍ପିକ୍ସ ପଦକ ଦାବିଦାର ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀଙ୍କ ଅଭିଯାନ ଶେଷ ହୋଇଛି। ପ୍ରତିଯୋଗିତାରେ...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ପୁମାସ ୫ ଉଇକେଟରେ ବିଜୟୀ

ଭୁବନେଶ୍ୱର, ୭।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ବୁଧବାର ଅନୁଷ୍ଠିତ ପ୍ରଥମ...

Advertisement


Archives

Model This Week