ନ୍ୟାୟ ଅପେକ୍ଷାରେ ୧୭,୨୨୫

ଯାଜପୁର ଅଫିସ,୫।୧: କଳାବଜାର, ଦୁର୍ନୀତି ଓ ବିଭାଗୀୟ ଅଧିକାରୀଙ୍କ ଲାଞ୍ଚଖୋର ମନୋବୃତ୍ତି ଯୋଗୁ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ ଚାଲିିଥିବା ସୁଷମ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଜିଲା ଯୋଗାଣ ଅଧିକାରୀ ଓ ବିଭିନ୍ନ ବ୍ଲକରେ ଅବସ୍ଥାପିତ ଯୋଗାଣ ନିରୀକ୍ଷକଙ୍କ ସହିତ ଡିଲରମାନଙ୍କ ଅସାଧୁ ମେଣ୍ଟ ଏକ ମହାଦ୍ରୁମରେ ପରିଣତ ହୋଇଛି। ଏହିସବୁ ଦୁର୍ନୀତି ଓ ଅନିୟମିତତାକୁ ନେଇ ଜିଆରଏସ (ଗ୍ରିଭାନ୍ସ ରିଡ୍ରେସାଲ ସିଷ୍ଟମ) ପୋର୍ଟାଲ ଜରିଆରେ ସାଧାରଣ ଲୋକ ବିଭିନ୍ନ ଅଭିଯୋଗ କରି ଆସୁଛନ୍ତି। ଏହା ୨୦୧୬ରେ ଆରମ୍ଭ ହୋଇଛି। ଗତ ଶୁକ୍ରବାର ଅପରାହ୍ନ ୪ଟା ସୁଦ୍ଧା ୩୫,୧୨୧ ଅଭିଯୋଗ ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ୧୬,୬୪୫ଟି ଅଭିଯୋଗର ସମାଧାନ ହୋଇଥିବାବେଳେ ୧,୨୫୧ଟି ରଦ୍ଦ ହୋଇଛି। ବାକି ୧୭,୨୨୫ ଅଭିଯୋଗ ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ)ମାନଙ୍କ ନିକଟରେ ପଡ଼ିରହିଛି। ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ସିଏସ୍‌ଓମାନଙ୍କୁ ବାରମ୍ବାର ଅଭିଯୋଗ ଉପରେ ଉତ୍ତର ଦେବାକୁ କିମ୍ବା ସମାଧାନ କରିବାକୁ ନିର୍ଦ୍ଦେଶ ହେଉଥିଲେ ହେଁ କେତେକ ଜିଲାରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁନାହିଁ । ତେଣୁ ଗତ ୨୮ ତାରିଖରେ ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର (ପିଡିଏସ୍‌) ସୁଧାକର ସବରୋ ୧୩ଜଣ ସିଏସ୍‌ଓଙ୍କୁ ପଡିରହିଥିବା ଅଭିଯୋଗର ସମାଧାନ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ପ୍ରତିମାସରେ ବିପୁଳ ପରିମାଣର କିରୋସିନ ଚୋରାଚାଲାଣ ହେଉଥିଲେ ମଧ୍ୟ ଜିଲା ଯୋଗାଣ ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ପେଟ୍ରୋଲ, ଡିଜେଲ ଆଦିରେ ଅପମିଶ୍ରଣ ପାଇଁ ଏହି କିରୋସିନ ବ୍ୟବହୃତ ହେଉଥିଲେ ହେଁ ବିଭାଗ ଏହାର ଟେର ନ ପାଇବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି। ବହୁ ଖାଉଟିଙ୍କ ନାମରେ ଥିବା ଜାଲ୍‌ କାର୍ଡ ବଳରେ କିରୋସିନ କଳାବଜାର ହେଉଥିବା ଅଭିଯୋଗ ହୋଇଆସୁଛି। ଏଥିପାଇଁ ହିତାଧିକାରୀମାନେ ପ୍ରତି ମାସରେ ଠିକ୍‌ ଭାବେ କିରୋସିନ ପାଉ ନ ଥିବା ଅଭିଯୋଗ କରୁଛନ୍ତି। କେବଳ କିରୋସିନ ନୁହେଁ, ମୃତ ବ୍ୟକ୍ତିଙ୍କ ନାମରେ ରାଶନ ହଡପ, ବିଭାଗୀୟ ଆକାଉଣ୍ଟ ଅଫିସ ଓ ଆରସିସିରେ ବେଆଇନ ଭାବେ ଟଙ୍କା ଆଦାୟ ସାଙ୍ଗକୁ ଅଡିଟ ରିପୋର୍ଟରେ ଅନେକ ଅନିୟମିତତା ଦେଖାଦେଉଛି। ଗତ ଅକ୍ଟୋବର ୨୨ରେ ବାଲେଶ୍ୱର ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ଟିମ୍‌ ମୀରଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରି ୨.୩୪ ଲକ୍ଷ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ସେହିଭଳି ଆହୁରି ଅନେକ ଅନିୟମିତତାର ଉଦାହରଣ ଯାଜପୁର ଦେଖିବାକୁ ମିଳିଛି। ଗତ ୩ ବର୍ଷ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ପିଡିଏସ୍‌ ଡିଲର ନିଲମ୍ବିତ ହୋଇଛନ୍ତି। ଜିଲାର ଧର୍ମଶାଳା ବ୍ଲକରେ ଗରିବ ଓ ମୃତ ଲୋକଙ୍କ ନାମରେ ରାଶନ ସାମଗ୍ରୀ ହଡ଼ପ ହୋଇଥିବା ନେଇ ଗତ ଏପ୍ରିଲରେ ପର୍ଦ୍ଦାଫାଶ ହୋଇଥିଲା। ଏହି ଅଭିଯୋଗ ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଭିଯୋଗର ତଦନ୍ତ କରାଯାଇ ବିଡିଓ ଏବଂ ଯୋଗାଣ ନିରୀକ୍ଷକଙ୍କୁ ବଦଳିରେ କାର୍ଯ୍ୟାନୁଷ୍ଠାନ ସୀମିତ ରଖାଯାଇଥିଲା। ସେହିପରି ୨୦୧୯ ମାର୍ଚ୍ଚରେ ଜିଲା ଯୋଗାଣ ବିଭାଗର ଆକାଉଣ୍ଟ ସେକ୍ସନରେ ବେଆଇନ ଟଙ୍କା କରାବାର ନେଇ ଜଣେ ସାମାଜିକ କର୍ମୀଙ୍କ ଅଭିଯୋଗ କ୍ରମେ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ସମ୍ପୃକ୍ତ ଅଧିକାରୀଙ୍କ ବଦଳିରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଗଲା। ୨୦୧୫ ନଭେମ୍ବରଠାରୁ ୨୦୧୭ ମାର୍ଚ୍ଚ ପର୍ଯ୍ୟନ୍ତ ଅଡିଟ ରିପୋର୍ଟରେ ବ୍ୟାପକ ଅନିୟମିତତା ଧରାପଡ଼ିଥିଲାବେଳେ ୬୨,୩୦୧ ଟଙ୍କା ଅସୁଲଯୋଗ୍ୟ ଓ ୩୯,୮୨,୫୬୪.୬୮ ଟଙ୍କାର କାରବାର ଉପରେ ପ୍ରଶ୍ନବାଚୀ ଲାଗିଥିଲା। ରାଇସ୍‌ ମିଲଗୁଡିକୁ ଅଯାଚିତ ଅନୁକମ୍ପା ଅଭିଯୋଗ ହେଉଥିବାବେଳେ ସାବିତ୍ରୀ ରାଇସ୍‌ ମିଲ୍‌ ବିରୋଧରେ ବିଭାଗର ଆଇନଗତ ଲଢେଇ ଜାରି ରହିଛି। ଏହାବାଦ୍‌ ଯୋଗ୍ୟ ଗରିବ ହିତାଧିକାରୀଙ୍କୁ ବାଦ୍‌ ଦେଇ ସ୍ବଚ୍ଛଳ ବ୍ୟକ୍ତିମାନେ ସରକାରଙ୍କ ରାଶନ ସାମଗ୍ରୀ ପାଉଥିବା ଅଭିଯୋଗ ହେଉଛି। ଯେଉଁ ଗରିବ ଶ୍ରେଣୀର ଲୋକ ରାଶନ ପାଉନାହାନ୍ତି ସେମାନେ ଜିଆରଏସ୍‌ ପୋର୍ଟାଲରେ ଅଭିଯୋଗ କରୁଛନ୍ତି। କିନ୍ତୁ ଉକ୍ତ ଅଭିଯୋଗଗୁଡିକର ସମାଧାନ ନ ହୋଇ ପଡ଼ି ରହୁଥିବାରୁ ସେମାନଙ୍କୁ ନ୍ୟାୟ ମିଳୁପାରୁନାହିଁ। ଏ ସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ପ୍ରଭାକର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଜିଆରଏସ୍‌ ଅଭିଯୋଗ ପଡ଼ିରହିଥିବା ସମ୍ପର୍କରେ ସେ ପତ୍ର ପାଇଛନ୍ତି। ୧୫ ଦିନ ମଧ୍ୟରେ ସେସବୁ ଅଭିଯୋଗର ସମାଧାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

 

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି: ତାଲା ଭାଙ୍ଗି… ସରପଞ୍ଚଙ୍କ ଏତଲା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ଅଙ୍ଗନୱାଡି ଗୃହ ନିର୍ମାଣ ବିବାଦ: ୨୧ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ସିଡିପିଓ

ଭଞ୍ଜନଗର, ୧୧।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଜଗନ୍ନାଥପ୍ରସାଦ ବ୍ଲକ ରାଉତି ପଞ୍ଚାୟତରେ ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣକୁ ନେଇ ଚାଲିଥିବା ବିବାଦ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ସହିଦ ପୀଠର ମର୍ଯ୍ୟାଦାକୁ ଆଘାତ? ମଙ୍ଗଳପୁର–ସହିଦ ପୀଠ ରାସ୍ତାରେ ମଦ ଦୋକାନକୁ ତୀବ୍ର ବିରୋଧ; ଅନ୍ୟତ୍ର…

ଧାମନଗର,୧୧ା୭(କାଳନ୍ଦି ବେହେରା): ଭଦ୍ରକ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଲୋକଙ୍କ ଭାବାବେଗର ପ୍ରତୀକ ‘ସହିଦ ପୀଠ’ ନିକଟରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ଅଣସର ଘରେ ଶ୍ରୀଜୀଉ, ପଟ୍ଟଦିଅଁଙ୍କୁ ପୂଜାର୍ଚ୍ଚନା

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅଣସର ଘରେ ବିରାଜମାନ ମନ୍ଦିର ସମ୍ମୁଖରେ ପଟ୍ଟଦିଅଁଙ୍କୁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଅଣସର ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri