ନ୍ୟାୟ ଅପେକ୍ଷାରେ ୧୭,୨୨୫

ଯାଜପୁର ଅଫିସ,୫।୧: କଳାବଜାର, ଦୁର୍ନୀତି ଓ ବିଭାଗୀୟ ଅଧିକାରୀଙ୍କ ଲାଞ୍ଚଖୋର ମନୋବୃତ୍ତି ଯୋଗୁ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ ଚାଲିିଥିବା ସୁଷମ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଜିଲା ଯୋଗାଣ ଅଧିକାରୀ ଓ ବିଭିନ୍ନ ବ୍ଲକରେ ଅବସ୍ଥାପିତ ଯୋଗାଣ ନିରୀକ୍ଷକଙ୍କ ସହିତ ଡିଲରମାନଙ୍କ ଅସାଧୁ ମେଣ୍ଟ ଏକ ମହାଦ୍ରୁମରେ ପରିଣତ ହୋଇଛି। ଏହିସବୁ ଦୁର୍ନୀତି ଓ ଅନିୟମିତତାକୁ ନେଇ ଜିଆରଏସ (ଗ୍ରିଭାନ୍ସ ରିଡ୍ରେସାଲ ସିଷ୍ଟମ) ପୋର୍ଟାଲ ଜରିଆରେ ସାଧାରଣ ଲୋକ ବିଭିନ୍ନ ଅଭିଯୋଗ କରି ଆସୁଛନ୍ତି। ଏହା ୨୦୧୬ରେ ଆରମ୍ଭ ହୋଇଛି। ଗତ ଶୁକ୍ରବାର ଅପରାହ୍ନ ୪ଟା ସୁଦ୍ଧା ୩୫,୧୨୧ ଅଭିଯୋଗ ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ୧୬,୬୪୫ଟି ଅଭିଯୋଗର ସମାଧାନ ହୋଇଥିବାବେଳେ ୧,୨୫୧ଟି ରଦ୍ଦ ହୋଇଛି। ବାକି ୧୭,୨୨୫ ଅଭିଯୋଗ ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ)ମାନଙ୍କ ନିକଟରେ ପଡ଼ିରହିଛି। ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ସିଏସ୍‌ଓମାନଙ୍କୁ ବାରମ୍ବାର ଅଭିଯୋଗ ଉପରେ ଉତ୍ତର ଦେବାକୁ କିମ୍ବା ସମାଧାନ କରିବାକୁ ନିର୍ଦ୍ଦେଶ ହେଉଥିଲେ ହେଁ କେତେକ ଜିଲାରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁନାହିଁ । ତେଣୁ ଗତ ୨୮ ତାରିଖରେ ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର (ପିଡିଏସ୍‌) ସୁଧାକର ସବରୋ ୧୩ଜଣ ସିଏସ୍‌ଓଙ୍କୁ ପଡିରହିଥିବା ଅଭିଯୋଗର ସମାଧାନ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ପ୍ରତିମାସରେ ବିପୁଳ ପରିମାଣର କିରୋସିନ ଚୋରାଚାଲାଣ ହେଉଥିଲେ ମଧ୍ୟ ଜିଲା ଯୋଗାଣ ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ପେଟ୍ରୋଲ, ଡିଜେଲ ଆଦିରେ ଅପମିଶ୍ରଣ ପାଇଁ ଏହି କିରୋସିନ ବ୍ୟବହୃତ ହେଉଥିଲେ ହେଁ ବିଭାଗ ଏହାର ଟେର ନ ପାଇବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି। ବହୁ ଖାଉଟିଙ୍କ ନାମରେ ଥିବା ଜାଲ୍‌ କାର୍ଡ ବଳରେ କିରୋସିନ କଳାବଜାର ହେଉଥିବା ଅଭିଯୋଗ ହୋଇଆସୁଛି। ଏଥିପାଇଁ ହିତାଧିକାରୀମାନେ ପ୍ରତି ମାସରେ ଠିକ୍‌ ଭାବେ କିରୋସିନ ପାଉ ନ ଥିବା ଅଭିଯୋଗ କରୁଛନ୍ତି। କେବଳ କିରୋସିନ ନୁହେଁ, ମୃତ ବ୍ୟକ୍ତିଙ୍କ ନାମରେ ରାଶନ ହଡପ, ବିଭାଗୀୟ ଆକାଉଣ୍ଟ ଅଫିସ ଓ ଆରସିସିରେ ବେଆଇନ ଭାବେ ଟଙ୍କା ଆଦାୟ ସାଙ୍ଗକୁ ଅଡିଟ ରିପୋର୍ଟରେ ଅନେକ ଅନିୟମିତତା ଦେଖାଦେଉଛି। ଗତ ଅକ୍ଟୋବର ୨୨ରେ ବାଲେଶ୍ୱର ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ଟିମ୍‌ ମୀରଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରି ୨.୩୪ ଲକ୍ଷ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ସେହିଭଳି ଆହୁରି ଅନେକ ଅନିୟମିତତାର ଉଦାହରଣ ଯାଜପୁର ଦେଖିବାକୁ ମିଳିଛି। ଗତ ୩ ବର୍ଷ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ପିଡିଏସ୍‌ ଡିଲର ନିଲମ୍ବିତ ହୋଇଛନ୍ତି। ଜିଲାର ଧର୍ମଶାଳା ବ୍ଲକରେ ଗରିବ ଓ ମୃତ ଲୋକଙ୍କ ନାମରେ ରାଶନ ସାମଗ୍ରୀ ହଡ଼ପ ହୋଇଥିବା ନେଇ ଗତ ଏପ୍ରିଲରେ ପର୍ଦ୍ଦାଫାଶ ହୋଇଥିଲା। ଏହି ଅଭିଯୋଗ ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଭିଯୋଗର ତଦନ୍ତ କରାଯାଇ ବିଡିଓ ଏବଂ ଯୋଗାଣ ନିରୀକ୍ଷକଙ୍କୁ ବଦଳିରେ କାର୍ଯ୍ୟାନୁଷ୍ଠାନ ସୀମିତ ରଖାଯାଇଥିଲା। ସେହିପରି ୨୦୧୯ ମାର୍ଚ୍ଚରେ ଜିଲା ଯୋଗାଣ ବିଭାଗର ଆକାଉଣ୍ଟ ସେକ୍ସନରେ ବେଆଇନ ଟଙ୍କା କରାବାର ନେଇ ଜଣେ ସାମାଜିକ କର୍ମୀଙ୍କ ଅଭିଯୋଗ କ୍ରମେ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ସମ୍ପୃକ୍ତ ଅଧିକାରୀଙ୍କ ବଦଳିରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଗଲା। ୨୦୧୫ ନଭେମ୍ବରଠାରୁ ୨୦୧୭ ମାର୍ଚ୍ଚ ପର୍ଯ୍ୟନ୍ତ ଅଡିଟ ରିପୋର୍ଟରେ ବ୍ୟାପକ ଅନିୟମିତତା ଧରାପଡ଼ିଥିଲାବେଳେ ୬୨,୩୦୧ ଟଙ୍କା ଅସୁଲଯୋଗ୍ୟ ଓ ୩୯,୮୨,୫୬୪.୬୮ ଟଙ୍କାର କାରବାର ଉପରେ ପ୍ରଶ୍ନବାଚୀ ଲାଗିଥିଲା। ରାଇସ୍‌ ମିଲଗୁଡିକୁ ଅଯାଚିତ ଅନୁକମ୍ପା ଅଭିଯୋଗ ହେଉଥିବାବେଳେ ସାବିତ୍ରୀ ରାଇସ୍‌ ମିଲ୍‌ ବିରୋଧରେ ବିଭାଗର ଆଇନଗତ ଲଢେଇ ଜାରି ରହିଛି। ଏହାବାଦ୍‌ ଯୋଗ୍ୟ ଗରିବ ହିତାଧିକାରୀଙ୍କୁ ବାଦ୍‌ ଦେଇ ସ୍ବଚ୍ଛଳ ବ୍ୟକ୍ତିମାନେ ସରକାରଙ୍କ ରାଶନ ସାମଗ୍ରୀ ପାଉଥିବା ଅଭିଯୋଗ ହେଉଛି। ଯେଉଁ ଗରିବ ଶ୍ରେଣୀର ଲୋକ ରାଶନ ପାଉନାହାନ୍ତି ସେମାନେ ଜିଆରଏସ୍‌ ପୋର୍ଟାଲରେ ଅଭିଯୋଗ କରୁଛନ୍ତି। କିନ୍ତୁ ଉକ୍ତ ଅଭିଯୋଗଗୁଡିକର ସମାଧାନ ନ ହୋଇ ପଡ଼ି ରହୁଥିବାରୁ ସେମାନଙ୍କୁ ନ୍ୟାୟ ମିଳୁପାରୁନାହିଁ। ଏ ସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ପ୍ରଭାକର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଜିଆରଏସ୍‌ ଅଭିଯୋଗ ପଡ଼ିରହିଥିବା ସମ୍ପର୍କରେ ସେ ପତ୍ର ପାଇଛନ୍ତି। ୧୫ ଦିନ ମଧ୍ୟରେ ସେସବୁ ଅଭିଯୋଗର ସମାଧାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

 

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?