Posted inଜାତୀୟ

ଭାରତ ଫେରିଲେ ୧୪ଶହ

ନୂଆଦିଲ୍ଲୀ,୧।୩: ଯୁଦ୍ଧଭୂମି ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି ଭାରତ ସରକାର। ବିନା ବିରତିରେ ଭାରତୀୟଙ୍କ ଉଦ୍ଧାର ଚାଲିଛି। ‘ମିଶନ ଗଙ୍ଗା’ ଜରିଆରେ ୬ଟି ବିମାନରେ ପ୍ରାୟ ୧୪୦୦ ଭାରତୀୟ ୟୁକ୍ରେନ ଛାଡ଼ିଥିବା ବହିର୍ବ୍ୟାପାର ସଚିବ ଅରିନ୍ଦମ ବାଗ୍‌ଚୀ କହିଛନ୍ତି । ୪ଟି ବିମାନ ବୁକାରେଷ୍ଟ ଏବଂ ୨ଟି ବିମାନ ବୁଦାପେଷ୍ଟରୁ ଉଡ଼ାଣ ଭରିଥିଲା। ଭରତ ପକ୍ଷରୁ ପ୍ରଥମ ଆଡଭାଇଜରି ଜାରିହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ହଜାର ଭାରତୀୟଙ୍କୁ ମିଶନ ଗଙ୍ଗା ଜରିଆରେ ଭାରତ ଅଣାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଆଉ ତିନିଟି ବିମାନ ପ୍ରସ୍ତୁତ ରଖିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଏଥିରେ ସାମିଲ ହୋଇଥିବାବେଳେ ବର୍ତ୍ତମାନ ସ୍ପାଇସ୍‌ଜେଟ୍‌ ଏଥିରେ ସାମିଲ ହେବ। କ୍ୱିଭ୍‌ ଛାଡ଼ି ହଙ୍ଗେରି ରାଜଧାନୀ ବୁଦାପେଷ୍ଟରେ ଅଟକି ରହିଥିବା ଭାରତୀୟଙ୍କ ଉଦ୍ଧାର ଲାଗି ସ୍ପାଇସ୍‌ଜେଟ୍‌ ଶୁକବ୍ରାର ନିଜର ସ୍ବତନ୍ତ୍ର ବିମାନ ବୋଇଂ ୭୩୭ ମାକ୍ସ ପଠାଇବ। ରୁଷିଆ ଆକ୍ରମଣ କାରଣରୁ ୟୁକ୍ରେନ ଗତ ୨୪ ତାରିଖରୁ ଦେଶର ସମସ୍ତ ଏୟାରସ୍ପେସ୍‌ ବନ୍ଦ କରିଥିବାବେଳେ ରୋମାନିଆ ଏବଂ ହଙ୍ଗେରି ଏୟାରସ୍ପେସ୍‌ରୁ ଭାରତୀୟଙ୍କୁ ଉଦ୍ଧାର କରାଯାଉଛି। ତେବେ କ୍ୱିଭ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟଙ୍କ ପାଇଁ ସ୍ବତନ୍ତ୍ର ବସ୍‌ ସୁବିଧା ଯୋଗାଯିବ; ଯାହା ଦ୍ୱାରା ସେମାନେ ସହଜରେ ଗହଳି ସ୍ଥାନରୁ ବାହାରି ବିମାନ ନିକଟରେ ପହଞ୍ଚିପାରିବେ। ସେହିପରି ହଙ୍ଗେରି, ପୋଲାଣ୍ଡ ଏବଂ ରୋମାନିଆ ସୀମାରେ ଛାତ୍ରୀଛାତ୍ରଙ୍କ ପହଞ୍ଚାଇବା ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯିବ ବୋଲି ସୋମବାର ଭାରତୀୟ ଦୂତାବାସ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଭାରତୀୟଙ୍କୁ ଉଦ୍ଧାର କରିବାରେ ପୋଲାଣ୍ଡ ପକ୍ଷରୁ କରାଯାଉଥିବା ସହଯୋଗ ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଟୁଇଟରରେ ଏକ ପୋଷ୍ଟ ସେୟାର କରି ପୋଲାଣ୍ଡକୁ ପ୍ରଶଂସା କରିଛନ୍ତି। ସେହିପରି ଯୁଦ୍ଧ ସମୟର ୟୁକ୍ରେନର ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ମେଡିକାଲ ସୁବିଧା ଯୋଗାଯିବ ବୋଲି ବାଗଚି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?