Posted inଜାତୀୟ

ଭାରତ ଫେରିଲେ ୧୪ଶହ

ନୂଆଦିଲ୍ଲୀ,୧।୩: ଯୁଦ୍ଧଭୂମି ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି ଭାରତ ସରକାର। ବିନା ବିରତିରେ ଭାରତୀୟଙ୍କ ଉଦ୍ଧାର ଚାଲିଛି। ‘ମିଶନ ଗଙ୍ଗା’ ଜରିଆରେ ୬ଟି ବିମାନରେ ପ୍ରାୟ ୧୪୦୦ ଭାରତୀୟ ୟୁକ୍ରେନ ଛାଡ଼ିଥିବା ବହିର୍ବ୍ୟାପାର ସଚିବ ଅରିନ୍ଦମ ବାଗ୍‌ଚୀ କହିଛନ୍ତି । ୪ଟି ବିମାନ ବୁକାରେଷ୍ଟ ଏବଂ ୨ଟି ବିମାନ ବୁଦାପେଷ୍ଟରୁ ଉଡ଼ାଣ ଭରିଥିଲା। ଭରତ ପକ୍ଷରୁ ପ୍ରଥମ ଆଡଭାଇଜରି ଜାରିହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ହଜାର ଭାରତୀୟଙ୍କୁ ମିଶନ ଗଙ୍ଗା ଜରିଆରେ ଭାରତ ଅଣାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଆଉ ତିନିଟି ବିମାନ ପ୍ରସ୍ତୁତ ରଖିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଏଥିରେ ସାମିଲ ହୋଇଥିବାବେଳେ ବର୍ତ୍ତମାନ ସ୍ପାଇସ୍‌ଜେଟ୍‌ ଏଥିରେ ସାମିଲ ହେବ। କ୍ୱିଭ୍‌ ଛାଡ଼ି ହଙ୍ଗେରି ରାଜଧାନୀ ବୁଦାପେଷ୍ଟରେ ଅଟକି ରହିଥିବା ଭାରତୀୟଙ୍କ ଉଦ୍ଧାର ଲାଗି ସ୍ପାଇସ୍‌ଜେଟ୍‌ ଶୁକବ୍ରାର ନିଜର ସ୍ବତନ୍ତ୍ର ବିମାନ ବୋଇଂ ୭୩୭ ମାକ୍ସ ପଠାଇବ। ରୁଷିଆ ଆକ୍ରମଣ କାରଣରୁ ୟୁକ୍ରେନ ଗତ ୨୪ ତାରିଖରୁ ଦେଶର ସମସ୍ତ ଏୟାରସ୍ପେସ୍‌ ବନ୍ଦ କରିଥିବାବେଳେ ରୋମାନିଆ ଏବଂ ହଙ୍ଗେରି ଏୟାରସ୍ପେସ୍‌ରୁ ଭାରତୀୟଙ୍କୁ ଉଦ୍ଧାର କରାଯାଉଛି। ତେବେ କ୍ୱିଭ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟଙ୍କ ପାଇଁ ସ୍ବତନ୍ତ୍ର ବସ୍‌ ସୁବିଧା ଯୋଗାଯିବ; ଯାହା ଦ୍ୱାରା ସେମାନେ ସହଜରେ ଗହଳି ସ୍ଥାନରୁ ବାହାରି ବିମାନ ନିକଟରେ ପହଞ୍ଚିପାରିବେ। ସେହିପରି ହଙ୍ଗେରି, ପୋଲାଣ୍ଡ ଏବଂ ରୋମାନିଆ ସୀମାରେ ଛାତ୍ରୀଛାତ୍ରଙ୍କ ପହଞ୍ଚାଇବା ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯିବ ବୋଲି ସୋମବାର ଭାରତୀୟ ଦୂତାବାସ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଭାରତୀୟଙ୍କୁ ଉଦ୍ଧାର କରିବାରେ ପୋଲାଣ୍ଡ ପକ୍ଷରୁ କରାଯାଉଥିବା ସହଯୋଗ ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଟୁଇଟରରେ ଏକ ପୋଷ୍ଟ ସେୟାର କରି ପୋଲାଣ୍ଡକୁ ପ୍ରଶଂସା କରିଛନ୍ତି। ସେହିପରି ଯୁଦ୍ଧ ସମୟର ୟୁକ୍ରେନର ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ମେଡିକାଲ ସୁବିଧା ଯୋଗାଯିବ ବୋଲି ବାଗଚି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri