Posted inଜାତୀୟ

ଗୁଜରାଟ ବିଧାନସଭାରେ ହଙ୍ଗାମା: ଜିଗ୍ନେଶଙ୍କ ସମେତ କଂଗ୍ରେସର ୧୪ ବିଧାୟକ ନିଲମ୍ବିତ

ଗାନ୍ଧିନଗର,୨୧।୯: ଗୁଜରାଟ ବିଧାନସଭାରେ ଅଶୋଭନୀୟ ଆଚରଣ ଲାଗି ବିରୋଧୀ କଂଗ୍ରେସର ୧୪ଜଣ ବିଧାୟକଙ୍କ ସହ ସ୍ବାଧୀନ ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ନିଲମ୍ବନ କରାଯାଇଛି। ଏପରିକି ବିଧାୟକମାନଙ୍କୁ ମାର୍ଶଲଙ୍କ ସହାୟତାରେ ବିଧାନସଭାରୁ ବାହାର କରିଦିଆଯାଇଛି।

ଗୁଜରାଟ ବିଧାନସଭା ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ସୁଖରାମ ରାଠଓ୍ବା ରାଜ୍ୟରେ ଆନ୍ଦୋଳନରତ ସରକାରୀ କର୍ମଚାରୀ, କୃଷକ, ଅଙ୍ଗନଓ୍ବାଡି କର୍ମୀ ଏବଂ ପୂର୍ବତନ ଯବାନମାନଙ୍କ ସହ ଜଡ଼ିତ ପ୍ରସଙ୍ଗରେ ଅଧା ଘଣ୍ଟାର ବିଶେଷ ଆଲୋଚନା କରାଯାଉ ବୋଲି ଦାବି କରିଥିଲେ। ହେଲେ ବାଚସ୍ପତି ନିମାବେନ ଆଚାର୍ଯ୍ୟ ଏହାକୁ ଗ୍ରହଣ କରି ନ ଥିଲେ। ଫଳରେ ଏହାକୁ ବିରୋଧ କରି ମେଭାନୀ ଏବଂ ଅନ୍ୟ କଂଗ୍ରେସ ବିଧାୟକମାନେ ସିଟ୍‌ ଆଗକୁ ଆସି ସ୍ଲୋଗାନ ଦେଇଥିଲେ। ‘କର୍ମଚାରୀଙ୍କୁ ନ୍ୟାୟ ଦିଅ’, ‘ଜଙ୍ଗଲ କର୍ମଚାରୀଙ୍କ ପ୍ରତି ନ୍ୟାୟ କର’ ଭଳି ସ୍ଲୋଗାନ ସେମାନେ ଦେଇ ପ୍ଲାକାର୍ଡ ଦେଖାଇଥିଲେ।

ବିରୋଧୀ ଦଳର ବିଧାୟକଙ୍କୁ ବାଚସ୍ପତି ନିଜ ଆସନରେ ବସିବା ଲାଗି କହିଥିଲେ ହେଁ ସେମାନେ ନ ଶୁଣିବାରୁ ବିଧାନସଭା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ରାଜେନ୍ଦ୍ର ତ୍ରିବେଦୀ ପୋଡିୟମ ସମ୍ମୁଖରେ ବସିଥିବା ବିଧାୟକଙ୍କୁ ନିଲମ୍ବନ ଲାଗି ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ ଭଏସ୍‌ ଭୋଟ୍‌ ଦ୍ୱାରା ଅନୁମୋଦନ କରାଯାଇଥିଲା, ଯାହା ପରେ ମେଭାନୀ ଏବଂ ଅନ୍ୟ ବିଧାୟକଙ୍କୁ ଗୋଟିଏ ଦିନ ଲାଗି ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri