ଇପିଏଫ୍‌ଓରେ ଯୋଡ଼ିହେଲେ ୧୪.୬୩ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୩ା୧(ଅନୁରାଧା ମହାରଣା): କର୍ମଚାରୀଙ୍କ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ) ନଭେମ୍ବର ୨୦୨୪ ପାଇଁ ଅସ୍ଥାୟୀ ବେତନ ତଥ୍ୟ ପ୍ରକାଶ କରିଛି। ଏହି ତଥ୍ୟ ଅନୁଯାୟୀ, ୨୦୨୪ ନଭେମ୍ବରରେ ୧୪.୬୩ ଲକ୍ଷ ସଦସ୍ୟ ଇପିଏଫ୍‌ଓରେ ଯୋଡ଼ି ହୋଇଛନ୍ତି। ୨୦୨୪ ଅକ୍ଟୋବର ତୁଳନାରେ ନଭେମ୍ବରରେ ସଦସ୍ୟଙ୍କ ସଂଖ୍ୟାରେ ୯.୦୭% ବୃଦ୍ଧି ରେକର୍ଡ କରାଯାଇଛି। ସେହିପରି ୨୦୨୩ ନଭେମ୍ବର ତୁଳନାରେ ସଦସ୍ୟଙ୍କ ସଂଖ୍ୟା ୪.୮୮% ବୃଦ୍ଧି ପାଇଛି। ଇପିଏଫ୍‌ଓ ତଥ୍ୟ ଅନୁଯାୟୀ, କର୍ମଚାରୀଙ୍କ ମଧ୍ୟରେ ରୋଜଗାରର ସୁଯୋଗ ଏବଂ ଲାଭ ବିଷୟରେ ସଚେତନତା ବୃଦ୍ଧି ପାଇଛି। ଇପିଏଫ୍‌ଓ କହିଛି ଯେ, ନଭେମ୍ବର ଇପିଏଫ୍‌ଓରେ ଯୋଡ଼ି ହୋଇଥିବା ସଦସ୍ୟଙ୍କ ମଧ୍ୟରେ ପ୍ରାୟ ୮.୭୪ ଲକ୍ଷ ନୂତନ ସଦସ୍ୟ ଅଛନ୍ତି। ଅକ୍ଟୋବର ତୁଳନାରେ ନୂତନ ସଦସ୍ୟଙ୍କ ଯୋଗଦାନ ୧୬.୫୮% ବୃଦ୍ଧି ପାଇଛି। ବାର୍ଷିକ ଭିତ୍ତିରେ ୨୦୨୩ ନଭେମ୍ବର ତୁଳନାରେ ନୂତନ ସଦସ୍ୟଙ୍କ ସଂଖ୍ୟାରେ ୧୮.୮୦% ବୃଦ୍ଧି ଘଟିଛି। ୧୮ ରୁ ୨୫ ବର୍ଷ ବୟସ ବର୍ଗରେ ଯୋଗ ଦେଇଥିବା ସଦସ୍ୟଙ୍କ ସଂଖ୍ୟା ସର୍ବାଧିକ ରହିଛି। ୨୦୨୪ ନଭେମ୍ବରରେ ଇପିଏଫ୍‌ଓରେ ଯୋଗ ଦେଇଥିବା ସଦସ୍ୟମାନଙ୍କ ମଧ୍ୟରୁ ୫୪.୯୭% ୧୮-୨୫ ବୟସ ବର୍ଗର ଅଟନ୍ତି। ଅକ୍ଟୋବର ତୁଳନାରେ ଏହା ୯.୫୬% ଅଧିକ। ବେତନ ତଥ୍ୟରୁ ଜଣାପଡିଛି ଯେ ପ୍ରାୟ ୨.୪୦ ଲକ୍ଷ ନୂତନ ସଦସ୍ୟ ହେଉଛନ୍ତି ମହିଳା। ଏହି ସଂଖ୍ୟାରେ ମାସିକ ଅଭିବୃଦ୍ଧି ୧୪.୯୪% ହୋଇଛି। ୨୦୨୩ ନଭେମ୍ବର ତୁଳନାରେ ଏହି ଆକଳନ ବାର୍ଷିକ ୨୩.୬୨% ଅଭିବୃଦ୍ଧି ଦର୍ଶାଉଛି। ଦେଶର ସମସ୍ତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ନଭେମ୍ବର ମାସରେ ୨୦.୮୬% ନିଟ ସଦସ୍ୟ ଯୋଗ କରି ଆଗୁଆ ରହିଛି। ମହାରାଷ୍ଟ୍ର, କର୍ନାଟକ, ତାମିଲନାଡୁ, ହରିୟାଣା, ଗୁଜରାଟ, ଦିଲ୍ଲୀ, ତେଲଙ୍ଗାନା ଏବଂ ଉତ୍ତରପ୍ରଦେଶ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ନଭେମ୍ବରରେ ୫% ରୁ ଅଧିକ ସଦସ୍ୟଙ୍କୁ ଯୋଗଦାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gen-Zଙ୍କ ପାଇଁ ବଡ଼ ପଦକ୍ଷେପ ନେଲା RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଟି-୨୦ର ନୂଆ ‘ରେକର୍ଡ କିଙ୍ଗ୍‌’ ହେବେ ବୈଭବ ସୂର୍ଯ୍ୟବଂଶୀ! ଖେଳାଳିଙ୍କ ବିସ୍ଫୋରକ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ, ୬।୮: ଜୋସ ବଟଲର ଟି-୨୦ କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ମାଞ୍ଚେଷ୍ଟର ସୁପର ଜାୟାଣ୍ଟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri