ମୁମ୍ବାଇରେ ମାଲକାନଗିରିର ୧୩ ଆଦିବାସୀ ପିଲା

ମାଲକାନଗିରି,୧୬।୧ (ଡି.ଏନ୍‌.ଏ.) କାହା ପାଖରେ ପ୍ରତିଭା ଅଛି ତ ସୁଯୋଗ ନାହିଁ, ଆଉ କାହା ପାଖରେ ସୁଯୋଗ ଅଛି ତ ପ୍ରତିଭା ନାହିଁ। ଯେଉଁଠି ପ୍ରତିଭା ଅଛନ୍ତି ସେଠାରେ ସୁଯୋଗ ସୃଷ୍ଟି ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଥାଏ। ଏପରି ଦେଖିତ୍ବାକୁ ମିଳିଛି ମାଲକାନଗିରି ଜିଲା କ୍ଷେତ୍ରରେ। ଏହି ଉପାନ୍ତ ଜିଲାର ବଣମଲ୍ଲୀମାନେ ଦେଶ ବିଦେଶରେ ଏବେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ। କେତେବେଳେ ମାଓବାଦୀ ହିଂସା ପାଇଁ ତ କେତେବେଳେ ଭିନ୍ନ କିଛି ପରିଚୟ ତିଆରି କରିବାକୁ ସକ୍ଷମ ହୋଇଛନ୍ତି ଏହି ଆଦିବାସୀ ଅଞ୍ଚଳର ପିଲାମାନେ। ନିଜର ସାହସିକତା ଦେଖାଇଛନ୍ତି ଜାତୀୟ ମଞ୍ଚରେ। ନିଜ ଅଞ୍ଚଳ ପାଇଁ ଗୌରବ ଆଣିବାକୁ ସୁଦୂର ମୁମ୍ବାଇ ମାୟାନଗରୀରେ ପହଞ୍ଚିଛନ୍ତି ୧୩ ଆଦିବସୀ ପିଲା। ମାଆବାପାଙ୍କୁ ହରାଇଥିବା ଏହି ପିଲାମାନେ ସୋନି ଟିଭି ପରଦାରେ ନିଜର ଦୁଃସାହସିକ କଳା ପରିବେଷଣକରି ସ୍ବତନ୍ତ୍ର ପରିଚୟ ସୃଷ୍ଟିକରି ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ।
ପିଲାଙ୍କ ପ୍ରତିଭାକୁ ଖୋଜି ବାହାର କରିଛନ୍ତି ବିଭିନ୍ନ କଳାର ପୂଜାରୀ ବିନାଶ ମିଶ୍ର। ନିଜସ୍ବ ଉଦ୍ୟମରେ ଏହି ଶିଶୁମାନଙ୍କୁ ଆଣି ନିଜ ପାଖରେ ରଖି ସେମାନଙ୍କ ପାଠପଢ଼ା ସହ ଖାଇବା ରହିବା ବ୍ୟବସ୍ଥା କରିଛନ୍ତି ବିନାଶ। ଏଥିସହ ଅଲ୍‌ ଓଡ଼ିଶା ମାର୍ଶାଲ ଆର୍ଟ ଏକାଡେମୀ ମାଧ୍ୟମରେ ଏହି ଶିଶୁଙ୍କୁ ସେ ଦେଉଛନ୍ତି ଜୁଡୋ ଓ ମାର୍ଶାଲ ଆର୍ଟ ଶିକ୍ଷା। ସେମାନଙ୍କୁ ତାଲିମ ସହ ଅନ୍ୟାନ୍ୟ କୌଶଳ ଶିଖାଇବା ପରେ ଏହି ପିଲାମାନେ ଏବେ ଟିଭି ପରଦାରେ ନିଜ ପ୍ରତିଭାର ପରିଚୟ ଦେଖାଉଛନ୍ତି। ପ୍ରତିଭାର ବିକାଶ ଲାଗି ସୁଯୋଗ ପାଉ ନ ଥିବା ଏହି ପିଲାମାନେ ଏବେ ପହଞ୍ଚତ୍ଛନ୍ତି ମାୟାନଗରୀ ମୁମ୍ବାଇରେ। ସୋନି ଟିଭିର ରିଆଲିଟି ଶୋ ଇଣ୍ଡିଆ ଗ୍ରେଟ୍‌ ଟ୍ୟାଲେଣ୍ଟର ପ୍ରଥମ ରାଉଣ୍ଡରୁ ଉନ୍ନୀତ ହୋଇ ପହଞ୍ଚତ୍ଛନ୍ତି ଦ୍ୱିତୀୟ ରାଉଣ୍ଡରେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri