ସ୍କୁଲ ଖୋଲୁ ଖୋଲୁ ଭୟ: ଗାଜିଆବାଦ ପରେ ଏବେ ନୋଏଡାର ଏକ ସ୍କୁଲରେ ୧୩ ବିଦ୍ୟାର୍ଥୀ, ୩ ଶିକ୍ଷକ କରୋନା ସଂକ୍ରମିତ

ନୋଏଡା,୧୨ ।୪: କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୨ ବର୍ଷ ପରେ ସ୍କୁଲ ଖୋଲିଛି । ପିଲାମାନେ ବି ସ୍କୁଲ ଯିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଛି । ହେଲେ ଏହାରି ଭିତରେ ପୁଣିଥରେ ଡରାଇଲାଣି କରୋନା ମହାମାରୀ । ଗାଜିଆବାଦ ପରେ ଏବେ ନୋଏଡାର ସେକ୍ଟର-୪୦ରେ ଥିବା ଖୈତାନ ସ୍କୁଲରେ ୧୩ ବିଦ୍ୟାର୍ଥୀ ଓ ୩ ଶିକ୍ଷକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଶିକ୍ଷକ ଓ ଛାତ୍ରୀଛାତ୍ର ସଂକ୍ରମିତ ହେବା ପରେ ସ୍କୁଲକୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ସଂକ୍ରମିତଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ଓ ସ୍କୁଲ କିଭଳି ଅନ୍ୟମାନଙ୍କୁ ସଂକ୍ରମଣରୁ ଦୂରେଇ ରଖିବ ସେ ସମ୍ପର୍କରେ ସମସ୍ତ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପଠାଇ ଦିଆଯାଇଛି । ସ୍କୁଲ ପରିସରକୁ ସାନିଟାଇଜ କରାଯିବା ସହ ଅନ୍ୟ ସୁରକ୍ଷା ଉପାୟ ଆପଣେଇବାକୁ କୁହାଯାଇଛି । ଅନ୍ୟପଟେ ସେକ୍ଟର ୩୯ରେ ଥିବା କୋଭିଡ ହସ୍ପିଟାଲ ପାଖାପାଖି ୧୦ ଦିନ ହେବ ଖାଲି ପଡିଥିବା ବେଳେ ରବିବାର ସେଠାରେ ଜଣେ ୧୨ ବର୍ଷିୟ ଛାତ୍ରୀଙ୍କୁ ଭର୍ତ୍ତି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଲାମେଣ୍ଟ ପରିସରରେ ବିରୋଧୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ, ୨୪ା୩(ପି.ଟି.):ଆଦାନୀ ଗ୍ରୁପ୍‌ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିକରି ଗୁରୁବାର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।...

ଶିବସେନାକୁ ବଡ଼ ଝଟ୍‌କା: ସମର୍ଥନ ପ୍ରତ୍ୟାହାର କଲା ସିନ୍ଦେ ଗୋଷ୍ଠୀ

ମୁମ୍ବାଇ,୨୭।୬:ମହାରାଷ୍ଟ୍ର ରାଜନୀତି ଏବେ ରୋଚକ ମୋଡରେ ପହଞ୍ଚିଛି। ସୋମବାର ବିଦ୍ରୋହୀ ଶିବସେନା ବିଧାୟକ ଏକନାଥ ସିନ୍ଦେ ଗୋଷ୍ଠୀ ମହା ବିକାଶ ଅଘାଡି(ଏମ୍‌ଭିଏ) ସରକାରରୁ ସମର୍ଥନ ପ୍ରତ୍ୟାହାର...

ଥରିଲା ଜମ୍ମୁ କଶ୍ମୀର

ଶ୍ରୀନଗର,୧୭।୨: ଜମ୍ମୁ କଶ୍ମୀରର କାଟ୍‌ରା ୯୭ କିଲୋମିଟର ପୂର୍ବରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର...

ମଞ୍ଚ ଉପରେ ନେତାଜୀଙ୍କ ନାଁ ଭୁଲିଗଲେ ଭାଜପା ଏମ୍‌ପି

ଭୋପାଳ,୨୪ ।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା...

ପ୍ୟାନେଲ ଗଠନ କରାଯିବ

ନୂଆଦିଲ୍ଲୀ,୨୦ା୬(ପି.ଟି.): ଦେଶରେ ଏକକାଳୀନ ନିର୍ବାଚନ ପାଇଁ ସମୟବଦ୍ଧ ଭାବେ ପ୍ରସ୍ତାବ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ୟାନେଲ ଗଠନ କରିବାକୁ ଯାଉଛନ୍ତି ବୋଲି...

‘କ୍ଷମା ମାଗୁ କଂଗ୍ରେସ’

ମାଣ୍ଡ୍ୟା,୩।୧୦: ‘କର୍ନାଟକ ପତାକା’ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫଟୋକୁ ନେଇ ଉତ୍ତେଜନା ଦେଖାଦେଇଛି। କନ୍ନଡ଼ ସପକ୍ଷବାଦୀ ଗୋଷ୍ଠୀ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା...

ମେଟ୍ରୋ ଟ୍ରେନ ଓ୍ବିଣ୍ଡୋରେ ଅଟକିଲା ମହିଳାଙ୍କ ଶାଢ଼ୀ

ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ମେଟ୍ରୋ ଟ୍ରେନର ଓ୍ବିଣ୍ଡୋରେ ଫଶିଲା ମହିଳାଙ୍କ ଶାଢ଼ୀ। ଅଳ୍ପକେ ବର୍ତ୍ତିଲା ମହିଳାଙ୍କ ଜୀବନ। ମଙ୍ଗଳବାର ଗୀତା (୪୦) ଓ ତାଙ୍କ ଝିଅ ମେଟ୍ରୋ...

ସୀମାପାର୍‌ ଟ୍ରେନ, ବସ୍‌ ସେବା ବାତିଲ

ନୂଆଦିଲ୍ଲୀ, ୧୪।୩(ପି.ଟି.): କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଭାରତ ପକ୍ଷରୁ ବାଂଲାଦେଶକୁ ସୀମାପାର୍‌ ବସ୍‌ ଓ ଟ୍ରେନ୍‌ ସେବା ମାସକ ଲାଗି ଏପ୍ରିଲ...

Advertisement
Archives

Model This Week