ବର୍ଷକରେ ୧୩.୫ ଟନ୍‌ ଗୋ’ମାଂସ ଜବତ

ଖୋର୍ଦ୍ଧା ଅଫିସ,୨୬ା୯: ଗୋ ଚାଲାଣ ପରେ ଏବେ ଗୋ’ମାଂସ ଚାଲାଣ ବଢ଼ିବାରେ ଲାଗିଛି। ଭୁବନେଶ୍ୱର-ଚେନ୍ନାଇ ୧୬ ଏବଂ ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥରେ ଦୈନିକ ଏକାଧିକ କଣ୍ଟେନରରେ ଗୋରୁଙ୍କୁ ବାହାର ରାଜ୍ୟ ଦେଇ ବାଂଲାଦେଶ ଚାଲାଣ କରାଯାଉଛି। ଖୋର୍ଦ୍ଧାରେ ଏକ ରାକେଟ ସକ୍ରିୟ ରହି ବାହାର ରାଜ୍ୟର ବେପାରୀଙ୍କୁ ସହଯୋଗ କରୁଛି। ଗତ ଏକ ବର୍ଷ ମଧ୍ୟରେ ଖୋର୍ଦ୍ଧା ପୋଲିସ ମୋଟ୍‌ ୧୩.୫ ଟନ୍‌ (୧୩୫ କୁଇଣ୍ଟାଲ) ଗୋ’ମାଂସ ଜବତ କରିଥିବା ବେଳେ ୭ ଜଣଙ୍କୁ ଗିରଫ କରିଛି। ତେବେ ୨୦୨୧ ସେପ୍ଟେମ୍ବରରେ ଜଟଣୀ ଏବଂ ଖୋର୍ଦ୍ଧା ଟାଉନ ପୋଲିସ ୧୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗୋମାଂସ ଜବତ କରିବା ସହ ୫ ଚାଲାଣକାରୀଙ୍କୁ ଗିରଫ କରିଥିଲା। ସେହିପରି ଶନିବାର ଓଡ଼ିଶାରୁ ହାଇଦ୍ରାବାଦ ଚାଲାଣ ହୋଇଥିବା ୧୨୦ କୁଇଣ୍ଟାଲ ଗୋ’ମାଂସ ବୋଝେଇ ଟ୍ରକ୍‌ ଜବତ କରିବା ସହ ବେଗୁନିଆ ପୋଲିସ ୨ ଜଣଙ୍କୁ ଗିରଫ କରିଛି।
ଜିଲାର ଜଟଣୀ, ଚିଲିକା, ବାଣପୁର, ଟାଙ୍ଗୀ, ବୋଲଗଡ଼, ବେଗୁନିଆ ଏବଂ ଖୋର୍ଦ୍ଧା ଅଞ୍ଚଳରୁ ଦୁର୍ବୃତ୍ତମାନେ ଟ୍ରକ୍‌ରେ ଦୟନୀୟ ଭାବେ ବାହାର ରାଜ୍ୟ ଦେଇ ବାଂଲାଦେଶକୁ ଗୋଚାଲାଣ ପରେ ଏବେ ଥର୍ମୋକୁଲର ପେଟିରେ ବରଫ ଦେଇ ଗୋମାଂସ ଚାଲାଣ କରୁଛନ୍ତି। ଖୋର୍ଦ୍ଧା ଅଞ୍ଚଳରେ ଏମାନଙ୍କ ଏଜେଣ୍ଟ କାମ କରୁଥିବା ଜଣାପଡ଼ିଛି। ବିଶେଷକରି ଖୋର୍ଦ୍ଧା ଉପକଣ୍ଠ ତରତୁଆ ଏବଂ ଜଟଣୀ ବେଣାପଞ୍ଜୁରୀ ଅଞ୍ଚଳରେ ଗୋଚାଲାଣକାରୀ ସକ୍ରିୟ ରହିଛନ୍ତି। ଏଠାରୁ ଅନେକ ସମୟରେ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଥିବା ନଜିର ରହିଛି। ପୂର୍ବରୁ ମଧ୍ୟ ବେଣାପଞ୍ଜୁରୀରେ ଶତାଧିକ ଗୋରୁ କଟାଯାଇଥିବା ଚର୍ଚ୍ଚା ଜୋର୍‌ ଧରିଥିଲା। ଏପରି କି ତରତୁଆ, ଶରଧାପୁର ଗ୍ରାମ ନିକଟ ଜଙ୍ଗଲରେ ଶତାଧିକ ଗୋରୁଙ୍କୁ ଚାଲାଣ, ଗୋମାଂସ ପାଇଁ ଏକାଠି କରାଯାଇଥିବା ଜଣାପଡ଼ିବା ପରେ ଖୋର୍ଦ୍ଧା ଟାଉନ ପୋଲିସ ବାରମ୍ବାର ଉକ୍ତ ଜଙ୍ଗଲରେ ଚଢ଼ାଉ କରିଥିଲା। ୨୦୨୧ ସେପ୍ଟେମ୍ବର ୧୪ରେ ଜଟଣୀ ବ୍ଲକ ବେଣାପଞ୍ଜୁରୀ ଅଞ୍ଚଳରୁ ଏକ ଟ୍ରକ୍‌ରେ ଗୋମାଂସ ଚାଲାଣ ହେଉଥିଲା। ଗାଡ଼ି ଚକା ମାଟିରେ ଦବିଯିବାରୁ ଘଟଣା ପଦାକୁ ଆସିଥିଲା। ଖବରପାଇ ଜଟଣୀ ପୋଲିସର ଏକ ଟିମ୍‌ ସେଠାରେ ପହଞ୍ଚି ଗାଡ଼ି ସହ ୨୪ ପେଟି ଗୋମାଂସ ଜବତ ପରେ ଏହାକୁ ପୋତି ଦେଇଥିଲା। ଏହି ଗୋମାଂସ ଜଟଣୀରୁ ମହାରାଷ୍ଟ୍ରକୁ ଚାଲାଣ ହେଉଥିବା ଜଣାପଡ଼ିଥିଲା। ସେହିପରି ଖୋର୍ଦ୍ଧା ଟାଉନ ପୋଲିସ ୨୦୨୧ ସେପ୍ଟେମ୍ବର ୧୬ରେ ତରତୁଆ କବରସ୍ଥାନ ନିକଟରେ ଆଇଚର ଗାଡ଼ିରେ ଗୋମାଂସ ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା। ସେଠାରୁ ୭ କୁଇଣ୍ଟାଲ ଗୋମାଂସ ଜବତ କରି ଜଙ୍ଗଲରେ ପୋତିଥିଲା। ପୋଲିସ ଘଟଣାସ୍ଥଳରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ। ପରେ ପୋଲିସ ଏହି ଘଟଣାରେ ଆଉ ୨ଜଣଙ୍କୁ ଗିରଫ କରିଛି। ଏଠାରୁ ଗୋମାଂସ ହାଇଦ୍ରାବାଦ ଚାଲାଣ ହେଉଥିବା ପୋଲିସ ଆଗରେ ଅଭିଯୁକ୍ତ ସ୍ବୀକାର କରିଥିଲେ। ଅନ୍ୟପକ୍ଷରେ ଗତ କିଛିମାସ ମଧ୍ୟରେ ଚାଲାଣ ବେଳେ ୫ଶହରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗୋମାଂସ ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଗୋ’ପ୍ରେମୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧ଜଣଙ୍କ ନାମରେ ମାମଲା, ଜଣେ ଗିରଫ

ଖଣ୍ଡପଡ଼ା,୧୬ା୪(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା ଅଧୀନ ଗଡ଼ିଆସାହି ପଞ୍ଚାୟତର ପଥରଖଣ୍ଡ ଗାଁରେ ଗତ ୧୨ତାରିଖ ରାତିରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟିଥିଲା। ଏହି ଘଟଣାରେ ପୋଲିସ ଉଭୟ...

ରାଜ୍ୟର ମୁଣ୍ଡପିଛା ଋଣ ଭାର ୨୨ ହଜାର ଟଙ୍କା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ମୁଣ୍ଡପିଛା ଋଣ ୨୨ ହଜାର ୪୨ ଟଙ୍କା ରହିଛି । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ...

ଶିକ୍ଷକଙ୍କୁ କୋଭିଡ୍‌ ଦାୟିତ୍ୱ ନ ଦେବାକୁ ଓଷ୍ଟାର ଦାବି

ଭଞ୍ଜନଗର,୬।୭(ଡି.ଏନ.ଏ.)- କୋଭିଡ୍‌-୧୯ ପରିଚାଳନା ଦାୟିତ୍ୱରେ ଥିବା ଗଞ୍ଜାମ ଜିଲାର ୨ ଶିକ୍ଷକଙ୍କର କରୋନାରେ ମୃତ୍ୟୁ ଘଟିଛି। ତେଣୁ ଶିକ୍ଷକମାନଙ୍କୁ ସିଧାସଳଖ କୋଭିଡ୍‌ ଦାୟିତ୍ୱ ଅଗଷ୍ଟ ୩୧...

ଅମାନବୀୟ: ପଥରରେ ଛେଚି ପ୍ରେମିକାଙ୍କ ଗର୍ଭପାତ, ବିବାହିତ ଥିବା କଥା ଲୁଚାଇଥିଲେ

ପରଜଙ୍ଗ, ୧୩।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ମରଣାନ୍ତକ ଆକ୍ରମଣରେ ୯ମାସର ଗର୍ଭବତୀ ଥିବା...

ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ସ୍ବାଗତ

କର୍ଲାମୁଣ୍ଡା, ୪।୯(ଡି.ଏନ.ଏ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ରବିବାର ଅହିଂସା ରଥକୁ ସ୍ବାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେସିଙ୍ଗା ବ୍ଲକ ବେଲଖଣ୍ଡିଠାରୁ ଅହିଂସା...

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ: ଗୋଟିଏ ପରିବାରର ୭ ଆହତ

ଜଗତ୍‌ସିଂହପୁର ଅଫିସ, ୩।୧: ଜଗତ୍‌ସିଂହପୁର ଥାନା ଅଧୀନ ଯଶୋବନ୍ତପୁର ପଞ୍ଚାୟତରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତା ଯୋଗୁ ଗୋଟିଏ ପରିବାରର ୭...

କାର୍ଯ୍ୟକାରୀ ହେଉନି ମାପଚୁପ ରିପୋର୍ଟ

ଯାଜପୁର ଅଫିସ,୨୮ା୧: ଗତ ପ୍ରାୟ ୩ ଦଶନ୍ଧି ହେବ ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା ମୂଲ୍ୟବାନ କଳାପଥର ଲୁଟ୍‌ ହୋଇ ଆସିଛି। ଏଥିପାଇଁ...

ବଢ଼ି ଚାଲିଛି ରାସ୍ତାପାର୍ଶ୍ୱ ଜବରଦଖଲ ସମସ୍ୟା: ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

ଝୁମ୍ପୁରା, ୨୦।୧୨ (ଡି.ଏନ.ଏ.)-ଝୁମ୍ପୁରା ତହସିଲ ଅନ୍ତର୍ଗତ ସମସ୍ତ ୬ଟି ଯାକ ରାଜସ୍ବ ସର୍କଲରେ ଜବରଦଖଲ ସମସ୍ୟା ବଢିଚାଲିଛି। ସରକାରୀ ଜାଗା ଜବରଦଖଲ, ରାସ୍ତାପାର୍ଶ୍ୱ ଜବରଦଖଲ, କେନାଲ...

Advertisement
Archives

Model This Week