କରନଙ୍କୁ ଧନ୍ୟବାଦ ଦେଲେ କେଟି

ମୁମ୍ବାଇ: ଆମେରିକାନ୍‌ ସିଙ୍ଗର କେଟି ପେରୀ ମୁମ୍ବାଇରେ ପରଫର୍ମ କରିବାକୁ ଭାରତ ଆସିଥିଲେ। ମୁମ୍ବାଇ ପହଞ୍ଚିବା ପରେ ସେ ବହୁ ବଲିଉଡ୍‌ ସେଲିବ୍ରିଟିଙ୍କ ସହ ମିଶିଥିଲେ। ତେବେ ତାଙ୍କ ଉଦ୍ଦେଶ୍ୟରେ ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହର ତାଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଏକ ଗ୍ରାଣ୍ଡ ପାର୍ଟି ହୋଷ୍ଟ କରିଥିଲେ। ଏହି ପାର୍ଟିରେ କେଟିଙ୍କୁ ଯେଉଁଭଳି ଭାବେ ଓ୍ବେଲକମ୍‌ କରାଯାଇଥିଲା ଆଉ ତାଙ୍କୁ ପାର୍ଟିରେ ଟ୍ରିଟ୍‌ କରାଯାଇଥିଲା ସେଥିପାଇଁ ସେ କରନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉ ତାଙ୍କୁ ପାଛୋଟି ନେବାକୁ ଉକ୍ତ ପାର୍ଟିରେ ଉପସ୍ଥିତ ଥିଲେ ବଲିଉଡ୍‌ ନାୟିକା ଆଲିଆ ଭଟ୍ଟ, ଜ୍ୟାକଲିନ ପର୍ଣ୍ଣାଡିଜ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କାଜଲ, ମଲାଇକା ଆରୋରା, ଅନନ୍ୟା ପାଣ୍ଡେ ଓ ଅନ୍ୟମାନେ। ଆଉ ଏହି ପାର୍ଟିରେ ସେଣ୍ଟର ଅଫ୍‌ ଆଟ୍ରାକସନ୍‌ ପାଲଟିଥିଲେ ଗାୟିକା କେଟି ପେରୀ। ଏହାପରେ ରବିବାର ସେ ତାଙ୍କ ଇନଷ୍ଟାଗ୍ରାମରେ କରନଙ୍କୁ ହଗ୍‌ କରୁଥିବାର ଏକ ଫଟୋ ଶେୟାର କରିବା ସହ ଲେଖିଥିଲେ, “Thanks for the warm welcomes”. ଯଦିଓ ଏହା ପୂର୍ବରୁ ସେଠାରେ ଉପସ୍ଥିତି ଥିବା ସମସ୍ତ ସେଲିବ୍ରିଟି ଇନଷ୍ଟାଗ୍ରାମରେ କେଟିଙ୍କ ସହ କିଛି ଫଟୋ ଶେୟାର କରିଥିଲେ ତା’ପରେ ବି କେଟି ବଲିଉଡ୍‌ ସେଲିବ୍ରିଟିଙ୍କ ସହ ନେଇଥିବା ଫଟୋକୁ ଶେୟାର କରିଥିବା ଦେଖାଯାଇଥିଲା। ସୂଚନାଯୋଗ୍ୟ, ଶନିବାର ରାତିରେ ମୁମ୍ବାଇର ଡି ଓ୍ବାଇ ପାଟିଲ ଷ୍ଟାଡିୟମରେ କେଟି ପରଫର୍ମ କରିଥିଲେ।


All Right Reserved By Dharitri.Com

ଚଙ୍କି ପାଣ୍ଡେ କରିପାରି ନ ଥିବା କାମ କରି ଦେଖାଇଲେ ଝିଅ ଅନନ୍ୟା

ଅଭିନୟ କ୍ୟାରିୟରରେ ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେ ଯେଉଁ କାମ କରିପାରି ନାହାନ୍ତି ତାହା ତାଙ୍କ ଝିଅ ଅନନ୍ୟା କରି ଦେଖାଇଛନ୍ତି। ଏ କଥା ନିଜେ...

୫୫ ବର୍ଷରେ ଆମିର ଖାଁ: ରୀନାଙ୍କ ପାଖକୁ ଲେଖିଥିଲେ ରକ୍ତରେ ଚିଠି

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ଆମିର ଖାଁ ଶନିବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମାର୍ଚ୍ଚ ୧୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ କୟାମତ୍‌...

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା: ଦିଲ୍‌ ବେଚାରାର ହିରୋଇନ୍‌ଙ୍କୁ ପୋଲିସର ପଚରାଉଚରା

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ୨୬ ଜଣଙ୍କୁ ପଚରାଉଚରା କରିଥିବା ବେଳେ ସଞ୍ଜନା ସାଙ୍ଗୀକୁ ଡକାଇ ପଚରାଉଚରା କରିଛି। ଆସନ୍ତା ମାସରେ...

ଭାଜପାରେ ଯୋଗଦେଲେ ଏହି ଅଭିନେତ୍ରୀ

ଚେନ୍ନାଇ,୧।୧୧: ରାଜନୀତିରେ ଧୀରେ ଧୀରେ ସିନେମା ଅଭିନେତା ଓ ଅଭିନେତ୍ରୀଙ୍କ ଚାହିଦା ବଢୁଛି। ପୁଣି ଜଣେ ଅଭିନେତ୍ରୀ ଭାଜପାରେ ଯୋଗଦେଇଛନ୍ତି। ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ...

ସୁଶାନ୍ତଙ୍କ ମୃତ୍ୟୁ ପରେ କାହିଁକି ଚୁପ୍‌ ଥିଲେ ଧୋନୀ

ମହେନ୍ଦ୍ର ସିଂ ଧୋନୀ, ଏହି ନାମରୁ ପରିଚୟ ବାରି ହୋଇପଡେ॥ ଧୋନୀ ମାନସିକ ସ୍ତରରେ କେତେ ଶକ୍ତିଶାଳୀ ତାହା ମଧ୍ୟ ତାଙ୍କ କ୍ରିକେଟ ନେତୃତ୍ୱରୁ ଜଣାପଡେ।...

ରବୀନାଙ୍କ ହିଟ୍‌ ଗୀତ ‘ସହର କି ଲଡ୍‌କୀ’ର ରିମେକ୍‌ରେ ଧୂମ ମଚାଇବେ ଡାଏନା

ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ହିଟ୍‌ ଗୀତ ‘ସହର କି ଲଡ୍‌କୀ’ର ରିମେକ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଖାନଦାନୀ ଶଫାଖାନା’ରେ ଦେଖିବାକୁ ମିଳିବ।...

ଦବଙ୍ଗ-୩ ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦବଙ୍ଗ-୩ର ଟ୍ରେଲର ରିଲିଜ୍‌ ହୋଇଛି। ୩ ମିନିଟ୍‌ର ଏହି ଟ୍ରେଲରରେ ସଲ୍‌ମାନଙ୍କ ବହୁ ଦମ୍‌ଦାର...

ମାଆଙ୍କ ଅବିକଳ ହେଉଛନ୍ତି ବଲିଉଡ୍‌ର ଏହିସବୁ ଅଭିନେତ୍ରୀ

କୁହାଯାଏ, ଝିଅଟିଏ ଅଧିକାଂଶ ଗୁଣ ମାଆଙ୍କର ଆଣିଥାଏ। ଯଦି ଲୁକ୍‌ କଥା କହିବା ତେବେ ମାଆଙ୍କ ସହ ଝିଅମାନଙ୍କ ଲୁକ୍‌ ବିଲ୍‌କୁଲ ମେଳ ଖାଇଥାଏ। ଏହାର...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *