୧୨ରୁ ୧୮ ବର୍ଗଙ୍କ ଟିକାକରଣ ଶୀଘ୍ର କରାଯାଉ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ମହାମାରୀ କରୋନାର ତୃତୀୟ ଲହର ଆସିବା ଯଥେଷ୍ଟ ଆଶଙ୍କା ରହିଛି। ପିଲାମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ତେଣୁ ପ୍ରାଥମିକତା ଦେଇ ୧୨ରୁ ୧୮ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଶୀଘ୍ର କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ଭର୍ଚୁଆଲ ବୈଠକରେ ନବୀନ ଏହି ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ସ୍କୁଲ, କଲେଜରେ ପାଠାପଢ଼ା ପୁଣି ଆରମ୍ଭ ହୋଇପାରିବ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ବୈଠକରେ ଓଡ଼ିଶାରେ ଟିକାକରଣ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ ଟିକାକରଣରେ ଓଡ଼ିଶା ବହୁତ ଭଲ ପ୍ରଦର୍ଶନ କରୁଛି। ଆମର ଟିକା ଅପଚୟ ଦେଶରେ ସର୍ବନିମ୍ନ। ହେଲେ ରାଜ୍ୟକୁ ପର୍ଯ୍ୟାପ୍ତ ଟିକା ମିଳୁ ନ ଥିବାରୁ ଟିକାକରଣ କାର୍ଯ୍ୟ ତ୍ୱରାନ୍ବିତ କରାଯାଇ ପାରୁ ନାହିଁ। କେନ୍ଦ୍ର ସରକାର ରାଜ୍ୟକୁ ଯୋଗାଉଥିବା ଟିକା କୋଟାରୁ ସରକାରୀ ହସ୍ପିଟାଲ ପାଇଁ ୭୫% ଓ ଘରୋଇ ହସ୍ପିଟାଲ ପାଇଁ ୨୫% ହିସାବରେ ପ୍ରଦାନ କରୁଛନ୍ତି। ରାଜ୍ୟରେ ଘରୋଇ ହସ୍ପିଟାଲ ସଂଖ୍ୟା ଅଧିକ ନ ଥିବାରୁ ଓଡ଼ିଶା ୨୫% ଟିକା ସମ୍ପୂର୍ଣ୍ଣ ଉଠାଣ କରିପାରୁ ନାହିଁ। ଫଳରେ ରାଜ୍ୟକୁ କମ୍‌ ଟିକା ଉପଲବ୍ଧ ହେଉଛି। ଟିକା ଯୋଗାଣର ଅନୁପାତ ଯଥାକ୍ରମେ ୯୫:୫ କରିବାକୁ ରାଜ୍ୟ ସରକାର କିଛିଦିନ ତଳେ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସବୁଜ ସଙ୍କେତ ଦିଆଯାଇନାହିଁ। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନବୀନ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆବଶ୍ୟକ ଟିକା ମିଳିଲେ ରାଜ୍ୟରେ ଟିକାକରଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରାଯାଇପାରନ୍ତା ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁହାରି ଶୁଣିଲାନି ପ୍ରଶାସନ: ଶ୍ରମଦାନ କରି ଗ୍ରାମବାସୀ ଗାଁରେ ପହଞ୍ଚାଇଲେ ଝରଣା ପାଣି

କୋରାପୁଟ,୨୨ା୩(ସ୍ବ.ପ୍ର.): ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ବହୁ ସମୟରେ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ଆସୁଥିଲେ। ହେଲେ କେହି...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସାଢେ ୭ କୋଟି ଦାନ କଲେ ବାଗ୍‌ଚୀ ଦମ୍ପତି

ଭୁବନେଶ୍ୱର,୧୦।୮(ବ୍ୟୁରୋ)-ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଏବଂ ଓଡ଼ିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରୋତ ବାଗ୍‌ଚୀ ସୋମବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୭କୋଟି ୫୦ଲକ୍ଷ...

୧୬ ପଇସା କମିଲା ଡିଜେଲ

ଭୁବନେଶ୍ୱର, ୨୨।୯: ଲଗାତର ୫ ଦିନ ଲାଗି ଡିଜେଲ ଦର ହ୍ରାସ ପାଇଛି। ଫଳରେ ସୋମବାର ଭୁବନେଶ୍ୱରରେ ଡିଜେଲ ୧୬ ପଇସା କମି ୭୭.୭୨ ଟଙ୍କା...

ରାଶନ ଦେବାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୨୭।୪(ବ୍ୟୁରୋ): କରୋନା ସଂକ୍ରମଣ ଜନିତ କ୍ଷତିକୁ ହ୍ରାସ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ହିତାଧିକାରୀଙ୍କ...

ରାଜ୍ୟରେ ୧୯୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୧୯୭ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

ସ୍ବୀକୃତି ମିଳିଛି, ସୁବିଧା ମିଳୁନି

ଅନୁଗୋଳ ଅଫିସ, ୨୫।୨: ଶିଳ୍ପ ପାଇଁ ସମୃଦ୍ଧ ଅନୁଗୋଳ ସହରରେ ଥିବା ୨୭ ବସ୍ତି ମଧ୍ୟରୁ ୧୩ଟିକୁ ମିଳିଛି ସରକାରୀ ସ୍ବୀକୃତି। ଏସବୁ ବସ୍ତିରେ ରହିଛି ୨,୬୬୨...

ଗୁଡ୍ଡୁ ମୁସଲିମ୍‌ ପୁରୀ ଆସିଥିବା ଚର୍ଚ୍ଚା

ଭୁବନେଶ୍ୱର,୨୧ା୪ (ବ୍ୟୁରୋ): ଉତ୍ତରପ୍ରଦେଶ ପ୍ରୟାଗରାଜର ଆଇନଜୀବୀ ଉମେଶ ପାଲଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ତଥା ଗୁଳିମାଡ଼ରେ ମୃତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କ ସହଯୋଗୀ ଗୁଡ୍ଡୁ ମୁସଲିମ୍‌...

ସମିତିସଭ୍ୟଙ୍କ ଶପଥପାଠର ଭିଡିଓ ଭାଇରାଲ : ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ୧୭ରେ

ଦାରିଙ୍ଗବାଡ଼ି,୧୬ା୬(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତ୍ରୀ ପ୍ରଧାନଙ୍କ ନିର୍ବାଚନ ମାମଲାରେ ତାଙ୍କ ପଦବୀ ଅସିଦ୍ଧ ଘୋଷିତ ହୋଇଛି। ଗତ କିଛି ଦିନ ହେଲା ଉପାଧ୍ୟକ୍ଷ...

Advertisement
Archives

Model This Week