୧୨ ଘରୋଇ ସଂସ୍ଥା କରିବେ କୋଇଲା ଉତ୍ତୋଳନ

ଅନୁଗୋଳ ଅଫିସ, ୧୧|୧୧: ଅନୁଗୋଳ ଜିଲାରେ ଥିବା କୋଇଲା ଖଣିରୁ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ସହ ଆଉ ୧୨ଟି ବେସରକାରୀ ଶିଳ୍ପ ସଂସ୍ଥା ଖୁବ୍‌ଶୀଘ୍ର କୋଇଲା ଉତ୍ତୋଳନ କରିବେ। ଏଥିସହ ଅନୁଗୋଳ ଓ ଢେଙ୍କାନାଳ ଜିଲାର ଶିଳ୍ପାନୁଷ୍ଠାନ ଗୁଡିକର କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଏକ ଲୋକାଭିମୁଖୀ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯିବ। ଉକ୍ତ ୨ ଜିଲାରେ ଦୁଇଟି ଏମ୍‌ଏସ୍‌ଏମ୍‌ଇ ପାର୍କ ମଧ୍ୟ ପ୍ରତିଷ୍ଠା ହେବ। ଅନୁଗୋଳସ୍ଥିତ ନାଲ୍‌କୋ ଅଡିଟୋରିୟମ୍‌ରେ ଆରମ୍ଭ ହୋଇଥିବା ୨ ଦିନିଆ ଇଣ୍ଡଷ୍ଟ୍ରି କେୟାର କର୍ମଶାଳାରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍‌ କୁମାର ତ୍ରିପାଠୀ ଯୋଗଦେଇ ଏହା ପ୍ରକାଶ କରିଛନ୍ତି।
କର୍ମଶାଳାର ପ୍ରଥମ ଦିନରେ ୪୨ଟି ବୃହତ୍‌ ଶିଳ୍ପ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଥିଲା। ବିଶେଷକରି ଆବଶ୍ୟକ କଞ୍ଚାମାଲ, ଭିତ୍ତିଭୂମି, ପ୍ରଦୂଷଣ ପ୍ରମାଣପତ୍ର, ରାସ୍ତା ସଂଯୋଗ, ପାଚେରି, ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ, ରେଳ ସଂଯୋଗୀକରଣ, ପାନୀୟ ଜଳ, ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଓ ଆନୁଷଙ୍ଗିକ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଗୁରୁବାର ଦ୍ୱିତୀୟ ଦିନରେ ୧୫୦ଟି ଏମ୍‌ଏସ୍‌ଏମ୍‌ଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯିବ। ଅନୁଗୋଳ ଜିଲାରୁ କୋଇଲା ଖନନ କରିବାକୁ ଥିବା ୧୨ଟି ବେସରକାରୀ ଶିଳ୍ପ ଅନୁଷ୍ଠାନମାନେ କିପରି ସୁବିଧାରେ ଆନୁଷଙ୍ଗିକ ସହାୟତା ପାଇପାରିବେ ସେ ଦିଗରେ ଆଲୋଚନା ହୋଇଥିଲା। ଏ ନେଇ ଡିପିଆର୍‌ ପ୍ରସ୍ତୁତ କରାଯାଇସାରିଛି। କୋଲ୍‌ କରିଡର ନିର୍ମାଣ ଦାୟିତ୍ୱ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସେହିପରି ନୂଆ ଶିଳ୍ପାନୁଷ୍ଠାନଗୁଡ଼ିକରେ କିପରି ଦକ୍ଷ ଶ୍ରମିକ ନିୟୋଜିତ ହୋଇପାରିବେ, ସେ ଦିଗରେ ମିଳିତ ଉଦ୍ୟମ କରିବାକୁ ପରାମର୍ଶ ଦିଆଯାଇଥିଲା। ଅନୁଗୋଳ ଓ ଢେଙ୍କାନାଳ ଜିଲାରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀମାନଙ୍କୁୁ ଅଧିକ ସୁବିଧା ସୁଯୋଗ ଦେବା ପାଇଁ ନୂଆ ଏମ୍‌ଏସ୍‌ଏମ୍‌ଇ ପାର୍କ ପ୍ରତିଷ୍ଠା ହେବ। ଆଲୁମିନିୟମ୍‌ ପାର୍କକୁ ୫ଶହ ଏକରକୁ ସମ୍ପ୍ରସାରଣ କରାଯିବ। ବର୍ତ୍ତମାନ ୧୦୦ କୋଟି ଟଙ୍କା ବିନିମୟରେ ଢେଙ୍କାନାଳ ଠାରେ ଇଡ୍‌କୋ ପାର୍କର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ସେହିପରି ଦୁଇଟି ଜିଲାରେ ଶିଳ୍ପାଞ୍ଚଳ ଓ କୃଷି ପାଇଁ ସୁବିଧା ଥିବାରୁ ବିଭିନ୍ନ ବିଭାଗକୁ ନେଇ ଚାଷ ସମ୍ପର୍କିତ ଆଲୋଚନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପ୍ରକାଶ କରିଥିତ୍ଲେ। ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଯୋଗଦେଇ ଶିଳ୍ପ ଓ ଉଦ୍ୟୋଗ ସମ୍ପର୍କିତ ସମସ୍ୟା ନେଇ ଆଲୋଚନା କରିଥିଲେ। ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଶିଳ୍ପ ଅନୁଷ୍ଠାନଗୁଡିକର ସମସ୍ୟାର ସମାଧାନ ଦିଗରେ ମତାମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇପିକଲ ଏବଂ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ନାଲ୍‌କୋ ଅଧ୍ୟକ୍ଷ ଶ୍ରୀଧର ପାତ୍ର, ଶିଳ୍ପ ବିଭାଗ ନିର୍ଦ୍ଦେଶକ ସାଦିକ୍‌ ଆଲାମ, ଅତିରିକ୍ତ ଜିଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ ଓ ବିଭିନ୍ନ ଶିଳ୍ପସଂସ୍ଥାର କର୍ମକର୍ତ୍ତା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri