Posted inଜାତୀୟ

ବିପିଏଲ୍‌ ତାଲିକାରୁ ୧୨ ପ୍ରତିଶତ ମୁକ୍ତି ପାଇଛନ୍ତି…

ରାଞ୍ଚି, ୫।୬ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ରାଞ୍ଚିଠାରେ ଆଦିବାସୀ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ଯେତେବେଳେ ଭାରତରେ ସ୍ବାଧୀନତା ଆନ୍ଦୋଳନ ଆରମ୍ଭ ହୋଇ ନ ଥିଲା, ସେତେବେଳେ ଯଦି କେହି ବ୍ରିଟିଶଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ, ତେବେ ସେମାନେ ହେଉଛନ୍ତି ଆଦିବାସୀ ଭାଇମାନେ। ଆମର ଆଦିବାସୀ ଭାଇମାନେ ଏହି ଯୁଦ୍ଧରେ ପ୍ରଥମେ ୧୭୮୦ ରୁ ୧୮୫୭ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ।

କେବଳ ଭାଜପା ହିଁ ସେମାନଙ୍କର ଏହି ବଳିଦାନକୁ ସମ୍ମାନ ପ୍ରଦାନ କରିଛି। କିନ୍ତୁ ଆଦିବାସୀଙ୍କ ନାମରେ ଚାଲୁଥିବା ରାଜନୈତିକ ଦଳ ସେମାନଙ୍କୁ ଲୁଟ କରିଛନ୍ତି। ଆଦିବାସୀଙ୍କୁ କିପରି ବିଶ୍ୱାସଘାତକତା କରିଛନ୍ତି ବୋଲି ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି। ଆଦିବାସୀ ଭାଇମାନଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା କରିବା ସହିତ ସ୍ବତନ୍ତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୋଦିଙ୍କ ସରକାରରେ ଆଠ ଜଣ ଆଦିବାସୀ ଭାଇ ଅଛନ୍ତି।

ସମ୍ପ୍ରତି ଭାରତରେ ଦାରିଦ୍ର୍ୟ ସୀମା ରେଖା (ବିପିଏଲ୍‌) ୨୨ ପ୍ରତିଶତରୁ ୧୦ ପ୍ରତିଶତକୁ ଖସି ଆସିଛି। ଅର୍ଥାତ୍‌ ୧୨ ପ୍ରତିଶତ ଲୋକ ଦାରିଦ୍ର ସୀମାରୁ ମୁକ୍ତ ହୋଇଛନ୍ତି। ଏହି ୧୨ ପ୍ରତିଶତ ମଧ୍ୟରୁ ବହୁ ସଂଖ୍ୟାରେ ଆମ ଆଦିବାସୀ ଭାଇମାନେ ରହିଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ସାରା ଦେଶରେ ତିନି କୋଟିରୁ ଅଧିକ ଘର ନିର୍ମାଣ କରାଯାଇଛି। ସେଥିମଧ୍ୟରୁ ୩୯ ଲକ୍ଷ ଘର ଆଦିବାସୀ ଭାଇମାନଙ୍କ ପାଇଁ ଅନୁମୋଦିତ ହୋଇଛି। ଇତିମଧ୍ୟରେ ସେଥିମଧ୍ୟରୁ ୨୯ ଘରର ଲକ୍ଷ କାର୍ଯ୍ୟ ସରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଉଛନ୍ତି ସେଲିବ୍ରିଟି

ଉଜ୍ଜୟିନୀ,୧ା୧୨: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରରେ ରାହୁଲ ଗାନ୍ଧୀଙ୍କ ସହ ଜଣେ ପରେ ଜଣେ ସେଲିବ୍ରିଟି ସାମିଲ ହେଉଛନ୍ତି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ସ୍ବରା...

ହେୟାର ଟ୍ରାନ୍ସପ୍ଲାଣ୍ଟ ସେଲୁନ ଯୋଗୁ ବଢୁଛି ମୃତ୍ୟୁ ସଂଖ୍ୟା, ଚିନ୍ତା ପ୍ରକଟ କଲେ ହାଇକୋର୍ଟ…

ନୂଆଦିଲ୍ଲୀ ୧୪।୫: ହେୟାର ଟ୍ରାନ୍ସପ୍ଲାଣ୍ଟ ସେଲୁନର ସଂଖ୍ୟା ବୃଦ୍ଧି ନେଇ ଦିଲ୍ଲୀ କୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କୌଣସି ଚିକିତ୍ସା ସେବାରେ ତାଲିମ୍‌ ବିନା...

୨ ସପ୍ତାହ ମଧ୍ୟରେ ଉତ୍ତର ଦିଅ

ନୂଆଦିଲ୍ଲୀ,୨୧।୧: ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନ ଥିବାରୁ ଗଞ୍ଜାମ ଜିଲାପାଳଙ୍କୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଶୁକ୍ରବାର ନୋଟିସ ଜାରି କରିଛନ୍ତି। ଜିଲାରେ ଥିବା ଟେକ୍‌ ହୋମ୍‌...

ଦିନେ ବଢିଲେ, ଦିନେ କମୁଛି

ନୂଆଦିଲ୍ଲୀ,୨୨।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

ଗାର୍ଲସ ହଷ୍ଟେଲ ବାଥରୁମ୍‌ରେ ଲୁଚି ଦେଖିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ଭୋପାଳ,୨୯ା୫ : କାହାକୁ ଲୁଚି ଦେଖିବା ବା ଗଳି ଅନାଇବା ଏକ ଖରାପ ଅଭ୍ୟାସ। ଆଉ ଯଦି କାହା ବାଥରୁମ୍‌ରେ ଲୁଚି ଦେଖିଲ ତା’ହେଲେ ତ...

୬୦ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ବଳଦ ଗାଡ଼ିରେ ବରଯାତ୍ରୀ ଗଲେ ଯୁବକ

ଜାଲୋର,୧୮।୫: ଆଜିକାଲି ଯୁବକ ଯୁବତୀମାନେ ନିଜ ବିବାହକୁ ମୁହୂର୍ତ୍ତକୁ ଭିନ୍ନ ଓ ସ୍ବତନ୍ତ୍ର କରିବା ପାଇଁ ନିଆରା ଢ଼ଙ୍ଗ ଆପଣାଉଛନ୍ତି। ବିବାହ ପାଇଁ କିଏ ହେଲିକପ୍ଟରରେ...

ଗର୍ଭବତୀଙ୍କ ପାଇଁ ସୁରକ୍ଷିତ ଭାକ୍ସିନ୍‌, ମାର୍ଗଦର୍ଶିକା ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୯।୬: ଭାରତରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତୃତୀୟ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସ୍ବାସ୍ଥ୍ୟ...

Advertisement
Archives

Model This Week