Posted inଫୁରସତ

ଅଜବ ଜିନ୍ସ

ଜିନ୍ସ ଫ୍ୟାଶନ କେବେ ଆଉଟ୍‌ଡେଟେଡ୍‌ ହୋଇ ନ ଥାଏ। ସବୁବେଳେ ଏହାର ଚାହିଦା ରହି ଆସିଛି। କାରଣ ସମୟକ୍ରମେ ଏହାର ଷ୍ଟାଇଲ୍‌ରେ ଆସିଛି ଅନେକ ପରିବର୍ତ୍ତନ। ହେଲେ କିଛି ଜିନ୍ସର ଷ୍ଟାଇଲ୍‌ ଏତେ ଅଜବ ଭାବେ ଡିଜାଇନ୍‌ କରାଯାଇଛି ଯେ, ତାକୁ ପିନ୍ଧିବାକୁ ହୁଏତ କେହି ଚାହିଁବେ…

ଏସିମେଟ୍ରିକାଲ ଜିନ୍ସ: ୟୁକ୍ରେନ୍‌ର ଫ୍ୟାଶନ ବ୍ରାଣ୍ଡ କସେନିୟା ଶନାଇଡର ଜିନ୍ସର ଏକ ନୂଆ ଫ୍ୟାଶନ ଟ୍ରେଣ୍ଡ ଆରମ୍ଭ କରିଛନ୍ତି। ସେ ହେଉଛି ଏସିମେଟ୍ରିକ ଜିନ୍ସ। ଏଥିରେ ଗୋଟିଏ ଗୋଡ଼ ଫିଟେଡ ଟାଇଟ୍‌ ଲେଗ୍‌ ହେଇଥିବାବେଳେ ଅନ୍ୟଟି ଓ୍ବାଇଡ୍‌ ଲେଗ୍‌ ହୋଇଥାଏ। ଅର୍ଥାତ୍‌ ଏଥିରେ ଦୁଇଟି ଷ୍ଟାଇଲ୍‌ର କମ୍ବିନେଶନ୍‌ ଦେଖିବାକୁ ମିଳେ।

ମେଶ୍‌ ଏସିମେଟ୍ରିକାଲ ଜିନ୍ସ: ଏସିମେଟ୍ରିକାଲ ଜିନ୍ସ ଭଳି ଏଥିରେ ବି ଗୋଟିଏ ଗୋଡ଼ ଟାଇଟ୍‌ ଲେଗ୍‌ ହୋଇଥିବାବେଳେ ଅନ୍ୟଟି ଓ୍ବାଇଡ ଲେଗ୍‌। ତେବେ ଓ୍ବାଇଡ ଲେଗ୍‌ର ଗୋଟିଏ ପାର୍ଶ୍ୱ ଟ୍ରାନ୍ସପରେଣ୍ଟ ହୋଇଥାଏ। ଫଳରେ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ କିଛି ଅଂଶ ଦେଖାଯାଏ।

ଓ୍ବାନ୍‌ ଲେଗ୍‌ଡ ଜିନ୍ସ: ଏହି ଜିନ୍ସ ତ ବହୁତ ଅଜବ। ଏହାର ଗୋଟିଏ ପଟ ଗୋଡ ନ ଥିବାବେଳେ ଅନ୍ୟ ଗୋଡ଼ଟି ପାଦ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ। ତେଣୁ ଏହି ଫ୍ୟାଶନ ଟ୍ରେଣ୍ଡକୁ ଆପଣେଇବା ସମସ୍ତଙ୍କ ପକ୍ଷେ ସହଜ ନୁହେଁ।

ମିଟ୍‌ ନି’ ପ୍ୟାଚ୍‌ ଜିନ୍ସ: ରିପ୍ଡ ଜିନ୍ସ ତ ପ୍ରାୟ ସମସ୍ତେ ପିନ୍ଧିଥିବେ। ହେଲେ ଏହା ସମ୍ପୂର୍ଣ୍ଣ ଭିନ୍ନ। କାରଣ ଏହି ଜିନ୍ସର ଫଟା ଅଂଶରେ କଞ୍ଚା ତାଜା ମାଂସ ଦେଖିବାକୁ ମିଳେ। ଫଳରେ ଏହା ଦେଖିବାକୁ ବେଶ୍‌ ଅଜବ ଲାଗେ।

ମଡ୍‌ ସ୍ପ୍ଲାଟର୍ଡ ଜିନ୍ସ ଓ ଜ୍ୟାକେଟ୍‌: ସମସ୍ତେ ସଫା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ହେଲେ ଏହି ଜିନ୍ସ ଆପଣଙ୍କୁ ଦେବ ଡର୍ଟି ଲୁକ୍‌। କାରଣ ଏଥିରେ କାଦୁଅ ଦାଗ ଲାଗିବା ଭଳି ଡିଜାଇନ୍‌ ହୋଇଛି। ଖାଲି ଜିନ୍ସ ପ୍ୟାଣ୍ଟ ନୁହେଁ ଜ୍ୟାକେଟ୍‌ ବି ଏହି ଡିଜାଇନ୍‌ରେ ଉପଲବ୍ଧ ହେଉଛି।

କ୍ଲିୟର୍‌ ନି’ ପ୍ୟାଚ୍‌ ଜିନ୍ସ: ଏହି ଜିନ୍ସର ଆଣ୍ଠୁ ନିକଟରେ ଝରକା ପରି ଟ୍ରାନ୍ସପରେଣ୍ଟ ପ୍ୟାଚ୍‌ ରହିଥାଏ। ଫଳରେ ଆଣ୍ଠୁ ସମ୍ପୂର୍ଣ୍ଣଭାବେ ଦେଖାଯାଏ।

ଡବଲ୍‌ ଜିନ୍ସ: ଏଥିରେ ବୟଫ୍ରେଣ୍ଡ ଜିନ୍ସ ଓ ହାଇ ଓ୍ବେଷ୍ଟ ଜିନ୍ସର କମ୍ବିନେଶନ୍‌ ଦେଖିବାକୁ ମିଳେ। ଅର୍ଥାତ୍‌ ଉକ୍ତ ଜିନ୍ସର ଓ୍ବେଷ୍ଟ ଲାଇନ୍‌ ଦୁଇଟି। ଗୋଟିଏ ହାଇ ଓ୍ବେଷ୍ଟ ହୋଇଥିବାବେଳେ ଏହାର ତଳକୁ ବୟଫ୍ରେଣ୍ଡ ଜିନ୍ସର ଓ୍ବେଷ୍ଟ ରହିଛି।

ଡବଲ କଲର୍‌ ପ୍ୟାଣ୍ଟ: ଏହି ପ୍ୟାଣ୍ଟର ଦୁଇଟିଯାକ ଗୋଡ଼ର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ। ଅର୍ଥାତ୍‌ ଗୋଟିଏ ପଟ ବ୍ଲୁ ହୋଇଥିଲେ ଅନ୍ୟ ପଟ ବ୍ଲାକ୍‌ ହୋଇଥାଏ। ଏହା ଟ୍ରେଣ୍ଡି ଲୁକ୍‌ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

ଦେଶର ସବୁଠାରୁ ବଡ ଭୋଟର ପରିବାର, ୧୦-୨୦ ନୁହେଁ ଗୋଟିଏ ପରିବାରରେ ଭୋଟରଙ୍କ ସଂଖ୍ୟା ଶହେରେ

ଗୁଆହାଟି,୧୫।୪: ଲୋକ ସଭା ନିର୍ବାଚନ ୨୦୨୪ରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ସମୟରେ ଆସାମରେ ଏକ ପରିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri