ଢେଙ୍କାନାଳ ଅଫିସ, ୧।୧ ସ୍ପେସିଫିକେଶନସ୍ ଫର୍ ଅର୍ବାନ ରୋଡ୍ ଏକ୍ଜିକ୍ୟୁଶନ (ଏସ୍ୟୁଆର୍ଇ) ଯୋଜନାରେ ଆନୁକୂଲ୍ୟରେ ଢେଙ୍କାନାଳ ପୌରାଞ୍ଚଳର ୬ ଓ୍ବାର୍ଡରେ ୭ ସ୍ମାର୍ଟ ରୋଡ୍ ନିର୍ମାଣ କରାଯିବ। ଏଥିରେ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ପୌରସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଢେଙ୍କାନାଳକୁ ଆଦର୍ଶ ସହର ଭାବେ ଘୋଷଣା କରାଯିବା ପରେ ରାସ୍ତାଘାଟ ଉନ୍ନତୀକରଣ ଲାଗି ନୀଳ ନକ୍ସା ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ ପୌରାଞ୍ଚଳର ୪, ୫, ୬, ୭, ୧୦ନଂ. ୱାର୍ଡ ଏବଂ ଟାଉନ ପ୍ଲାନିଂ ଅଞ୍ଚଳରେ ମୋଟ ୬.୦୨ କିଲୋମିଟରର ରାସ୍ତା ନିର୍ମାଣ ହେବ। ସ୍ମାର୍ଟ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍ ରହିବ। ଖାଲିସ୍ଥାନରେ ପିଲାଙ୍କ ମନୋରଞ୍ଜନ ଲାଗି କ୍ରୀଡ଼ା ଉପକରଣ, ଜିମ୍ କରାଯିବ। ସବୁଜ ବନାନୀ ସୃଷ୍ଟି ଲାଗି ଚାରା ରୋପଣ ହେବ। ବରିଷ୍ଠ ନାଗରିକଙ୍କ ପାଇଁ ପାଦଚଲା ରାସ୍ତା ତିଆରି ହେବ ବୋଲି ଯୋଜନା କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା)ରେ ୫ କୋଟି ୨୭ଲକ୍ଷ ବ୍ୟୟ ଅଟକଳରେ ସହରରେ କ୍ଷୁଦ୍ର ପାର୍କ, ଓପନ ଜିମ୍, ଭେଣ୍ଡିଂ ଜୋନ୍ କରାଯାଉଛି।ପୌରାଞ୍ଚଳସ୍ଥିତ ୪ ପ୍ରମୁଖ ପୋଖରୀକୁ ନୂଆ ରୂପ ଦିଆଯାଉଛି। କପିଳାସ ପୀଠ ପାଦ ଦେଶରେ ୧୩୫୨ ପହାଚ ଆରମ୍ଭରେ ମହାଦେବଙ୍କ ବିଶାଳ ଗଙ୍ଗାବତରଣ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ସପ୍ତଶଯ୍ୟାରେ ପର୍ଯ୍ୟଟକଙ୍କ ସୁବିଧା ଲାଗି ବିଶ୍ରାମ ଗୃହ ଓ ଶୌଚାଳୟ ନିର୍ମାଣ ଜାରିରହିଛି। ଏହାକୁ ବାଦ୍ଦେଲେ ଢେଙ୍କାନାଳ ସହରର ୪ ପ୍ରବେଶ ଦ୍ୱାରରେ କଂକ୍ରିଟ ତୋରଣ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ଢେଙ୍କାନାଳ ପୌରାଞ୍ଚଳ ସମେତ ପର୍ଯ୍ୟଟନସ୍ଥଳୀ ଉନ୍ନତୀ ପାଇଁ ବିଭିନ୍ନ କାର୍ଯ୍ୟ ଆରମ୍ଭ ହୋଇଛି। ସହରର ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…
Archives

