୭ ସ୍ମାର୍ଟ ରୋଡ୍‌ ପାଇଁ ୧୨କୋଟି

ଢେଙ୍କାନାଳ ଅଫିସ, ୧।୧ ସ୍ପେସିଫିକେଶନସ୍‌ ଫର୍‌ ଅର୍ବାନ ରୋଡ୍‌ ଏକ୍‌ଜିକ୍ୟୁଶନ (ଏସ୍‌ୟୁଆର୍‌ଇ) ଯୋଜନାରେ ଆନୁକୂଲ୍ୟରେ ଢେଙ୍କାନାଳ ପୌରାଞ୍ଚଳର ୬ ଓ୍ବାର୍ଡରେ ୭ ସ୍ମାର୍ଟ ରୋଡ୍‌ ନିର୍ମାଣ କରାଯିବ। ଏଥିରେ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ପୌରସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଢେଙ୍କାନାଳକୁ ଆଦର୍ଶ ସହର ଭାବେ ଘୋଷଣା କରାଯିବା ପରେ ରାସ୍ତାଘାଟ ଉନ୍ନତୀକରଣ ଲାଗି ନୀଳ ନକ୍ସା ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ ପୌରାଞ୍ଚଳର ୪, ୫, ୬, ୭, ୧୦ନଂ. ୱାର୍ଡ ଏବଂ ଟାଉନ ପ୍ଲାନିଂ ଅଞ୍ଚଳରେ ମୋଟ ୬.୦୨ କିଲୋମିଟରର ରାସ୍ତା ନିର୍ମାଣ ହେବ। ସ୍ମାର୍ଟ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍‌ ରହିବ। ଖାଲିସ୍ଥାନରେ ପିଲାଙ୍କ ମନୋରଞ୍ଜନ ଲାଗି କ୍ରୀଡ଼ା ଉପକରଣ, ଜିମ୍‌ କରାଯିବ। ସବୁଜ ବନାନୀ ସୃଷ୍ଟି ଲାଗି ଚାରା ରୋପଣ ହେବ। ବରିଷ୍ଠ ନାଗରିକଙ୍କ ପାଇଁ ପାଦଚଲା ରାସ୍ତା ତିଆରି ହେବ ବୋଲି ଯୋଜନା କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା)ରେ ୫ କୋଟି ୨୭ଲକ୍ଷ ବ୍ୟୟ ଅଟକଳରେ ସହରରେ କ୍ଷୁଦ୍ର ପାର୍କ, ଓପନ ଜିମ୍‌, ଭେଣ୍ଡିଂ ଜୋନ୍‌ କରାଯାଉଛି।ପୌରାଞ୍ଚଳସ୍ଥିତ ୪ ପ୍ରମୁଖ ପୋଖରୀକୁ ନୂଆ ରୂପ ଦିଆଯାଉଛି। କପିଳାସ ପୀଠ ପାଦ ଦେଶରେ ୧୩୫୨ ପହାଚ ଆରମ୍ଭରେ ମହାଦେବଙ୍କ ବିଶାଳ ଗଙ୍ଗାବତରଣ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ସପ୍ତଶଯ୍ୟାରେ ପର୍ଯ୍ୟଟକଙ୍କ ସୁବିଧା ଲାଗି ବିଶ୍ରାମ ଗୃହ ଓ ଶୌଚାଳୟ ନିର୍ମାଣ ଜାରିରହିଛି। ଏହାକୁ ବାଦ୍‌ଦେଲେ ଢେଙ୍କାନାଳ ସହରର ୪ ପ୍ରବେଶ ଦ୍ୱାରରେ କଂକ୍ରିଟ ତୋରଣ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ଢେଙ୍କାନାଳ ପୌରାଞ୍ଚଳ ସମେତ ପର୍ଯ୍ୟଟନସ୍ଥଳୀ ଉନ୍ନତୀ ପାଇଁ ବିଭିନ୍ନ କାର୍ଯ୍ୟ ଆରମ୍ଭ ହୋଇଛି। ସହରର ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri