ରାଜଧାନୀରେ ବର୍ଷକରେ ୧୨.୯୬ କୋଟି ଠକେଇ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ରାଜଧାନୀରେ ସାଇବର ଠକେଇରେ ରୋକ ଲଗାଯାଇପାରୁ ନାହିଁ। ଲୋକଙ୍କୁ ବିଭିନ୍ନ ଜରିଆରେ ସଚେତନ କରାଯାଉଥିଲେ ମଧ୍ୟ ସାଇବର ଅପରାଧୀଙ୍କ ଜାଲରେ ପଡ଼ି ବହୁ ଟଙ୍କା ହରାଉଛନ୍ତି। ଡିସେମ୍ବରରେ ରାଜଧାନୀରେ ୧ କୋଟି ୧୭ ଲକ୍ଷ ୩୫ ହଜାର ୧୬୭ ଟଙ୍କା ସାଇବର ଠକ ଲୁଟିନେଇଛନ୍ତି। ତେବେ ଏଥିରୁ ମାତ୍ର ୧୧ ଲକ୍ଷ ୭ ହଜାର ୨୭୧ ଟଙ୍କା ଫେରାଇ ଅଣାଯାଇଥିବା ବେଳେ ୧୫ ଲକ୍ଷ ୭ ହଜାର ୮୬ ଟଙ୍କା ବ୍ଲକ/ଫ୍ରିଜ୍‌ କରାଯାଇଛି। ଏନେଇ ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସର ସାଇବର କ୍ରାଇମ ହେଲ୍ପଡେସ୍କକୁ ରାଜଧାନୀରୁ ନଭେମ୍ବରରେ ମୋଟ ୨୯୪ ଅଭିଯୋଗ ଆସିଥିଲା। ଭୁବନେଶ୍ୱରରୁ ୧୪୯ଟି ୟୁପିଆଇ, ୮୧ଟି କ୍ରେଡିଟ/ଡେବିଟ କାର୍ଡ ସମ୍ବନ୍ଧୀୟ ଠକେଇ, ୪୨ଟି ସାମାଜିକ ଗଣମାଧ୍ୟମ ଜନିତ ଠକେଇ ଓ ୨୨ଟି ଅନ୍ୟାନ୍ୟ ଅନଲାଇନ ଜନିତ ଠକେଇ ଅଭିଯୋଗ ହେଲ୍ପଡେସ୍କକୁ ଆସିଥିଲା। ତେବେ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନାରେ ମାତ୍ର ୪ଟି ମାମଲା ରୁଜୁ କରାଯାଇଥିବା ସୂଚନା ଦିଆଯାଇଛି।
ତେବେ ଡିସେମ୍ବରକୁ ଲଗାଇ ୨୦୨୨ରେ ୧୨ କୋଟି ୯୬ ଲକ୍ଷ ୩୫ ହଜାର ୭୮୧ ଟଙ୍କା ସାଇବର ଠକେଇ ହୋଇଥିବା କୁହାଯାଇଛି। ଠକେଇ ଟଙ୍କାରୁ ୧ କୋଟି ୨୩ ଲକ୍ଷ ୨ ହଜାର ୮୦୪ ଟଙ୍କା ଫେରାଇ ଅଣାଯାଇଥିବା ବେଳେ ୧ କୋଟି ୪୬ ଲକ୍ଷ ୨ ହଜାର ୩୧୯ ଟଙ୍କା ବ୍ଲକ/ଫ୍ରିଜ୍‌ କରାଯାଇଛି। ବର୍ଷକରେ ୩ ହଜାର ୮୧୧ ଅଭିଯୋଗ ଆସିଥିବା ବେଳେ ଏଥିରୁ ୫୬୫ ସାମାଜିକ ଗଣମାଧ୍ୟମ ଜନିତ ଠକେଇ ରହିଥିଲା। ତେବେ ବର୍ଷକରେ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଆର୍ଥିକ ଠକେଇ, ସାମାଜିକ ଗଣମାଧ୍ୟମ ଜନିତ ଠକେଇ, ତଥ୍ୟ ଚୋରି ଆଦି ୫୩ଟି ମାମଲା ରୁଜୁ କରି ୪୧ ଜଣଙ୍କୁ ଗିରଫ କରିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?