୧୧୪୭ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ

କେନ୍ଦ୍ରାପଡା ଅଫିସ,୨୬।୪: ସମନ୍ବିତ ଶିଶୁ ବିକାଶ ବିଭାଗ ଅଧୀନରେ ୧୯୭୫ରୁ ଅଙ୍ଗନୱାଡି କେନ୍ଦ୍ର ଯୋଜନା ଦେଶରେ ଆରମ୍ଭ ହୋଇଥିଲା। ଯୋଜନା ପ୍ରଣୟନକୁ ଇତିମଧ୍ୟରେ ୪୫ ବର୍ଷ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାରେ ଏହାର ଭିତ୍ତିଭୂମି ଚିନ୍ତାଜନକ ସ୍ଥିତିରେ ଅଛି। ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ୨ ନମ୍ବର ଅଙ୍ଗନୱାଡି କେନ୍ଦ୍ର ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଲୁଗା ଘେରରେ ଚାଲୁଛି। ଯୋଜନା ପ୍ରଣୟନରେ ପ୍ରଶାସନର ଏଭଳି ବିଫଳତାରୁ ଜିଲାର ଅଧାରୁ ଅଧିକ ସ୍ଥାନରେ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଅପପୁଷ୍ଟି ରୋକିବା, ଟିକାକରଣ, ନିକଟସ୍ଥ ଅଞ୍ଚଳରେ ସଚେତନତା କାର୍ଯ୍ୟକମ, ଶିଶୁଙ୍କୁ ପ୍ରାକ୍‌ ଶିକ୍ଷାଠାରୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ସଞ୍ଚାଳନ କରୁଥିବା ଏହି କେନ୍ଦ୍ର ଜନଜୀବନ ପାଇଁ ବେଶ୍‌ ଉପଯୋଗୀ। ତେବେ ନିଜସ୍ବ କେନ୍ଦ୍ରର ଗୃହ ନିର୍ମାଣ ନ ହେବା ଫଳରେ ଯୋଜନା ପ୍ରଣୟନର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ। ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇଥିଲେ କରୋନା ସଂକ୍ରମଣ ସମୟରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠାରେ ଅଧିକ ରାଜସ୍ବ ଯାଇ ନ ଥାନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ମିଳିଥିବା ବିଭାଗୀୟ ତଥ୍ୟ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲାରେ ୨୧୪୭ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୦୦୦ଟି କେନ୍ଦ୍ରର ନିଜସ୍ବ ଗୃହ ଅଛି। ୭୨ଟି କେନ୍ଦ୍ର ନିର୍ମାଣ ସରିଥିଲେ ମଧ୍ୟ ବିଭାଗକୁ ହସ୍ତାନ୍ତର ହୋଇନାହିଁ। କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳର ୧୬ଟି, ମହାକାଳପଡ଼ାର ୩୮ଟି ଓ ରାଜନଗର ବ୍ଲକର ୩୪ଟି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ପାଇଁ ଅଦ୍ୟାବଧି ମଞ୍ଜୁରୀ ମିଳିପାରିନାହିଁ। ଏପରିକି ନିଜସ୍ବ କେନ୍ଦ୍ର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିଲେ ମଧ୍ୟ ଆଳି ବ୍ଲକ ଅଞ୍ଚଳର ୨୦ଟି, ଡେରାବିଶର ୭ଟି, ଗରଦପୁରର ୪ଟି, କେନ୍ଦ୍ରାପଡ଼ାର ୩୩ଟି, ମହାକାଳପଡ଼ାର ୩୨ଟି, ମାର୍ଶାଘାଇର ୩ଟି, ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୪୩ଟି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଅନୁମତି ଦିଆଯାଇନାହିଁ। ସେହିପରି ୧୦୦୦ଟି ନିଜସ୍ବ ଗୃହ ମଧ୍ୟରୁ ୩ଟି କେନ୍ଦ୍ରରେ ଅଦ୍ୟାବଧି ରୋଷେଇ ଘର ନିର୍ମାଣ ହୋଇ ନ ଥିବାବେଳେ ୩୩୧ କେନ୍ଦ୍ରରେ ଶୌଚାଳୟ ନାହିଁ। ୨୭୫ଟିରେ ପରିବା ବଗିଚା ନ ଥିବାବେଳେ ଏହି ୧୦୦୦ ଗୃହ ମଧ୍ୟରୁ ୯୫୫ଟି କେନ୍ଦ୍ରକୁ ଅଦ୍ୟାବଧି ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ଜିଲାର ମୋଟ ୨୧୪୭ କେନ୍ଦ୍ର ଅଧୀନରେ ୯,୯୯୨ ଜଣ ଗର୍ଭବତୀ, ୧୦,୩୭୨ ଜଣ ପ୍ରସୂତି, ୧୦୯୩୩୭ ଜଣ ୬ ମାସରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁ ପୁଷ୍ଟିକର ଖାଦ୍ୟର ହିତାଧିକାରୀ ଅଛନ୍ତି। ଏହାବ୍ୟତୀତ ଟିକାକରଣ, ପ୍ରାଥମିକ ସ୍ବାସ୍ଥ୍ୟ, ପ୍ରାକ୍‌ ଶିକ୍ଷା ଆଦି କାର୍ଯ୍ୟକ୍ରମ ଚାଲିଛି। ନିଜସ୍ବ କେନ୍ଦ୍ରର ଗୃହ ଥିଲେ କରୋନା ସଂକ୍ରମଣ ସମୟରେ ଏହାର ଉପଯୋଗିତା ଅଧିକ ହୋଇଥାନ୍ତା ବୋଲି ସାମାଜିକ କର୍ମୀ ବାନାମ୍ବର ସାହୁ, ମୀର ଅବୁ ଓବେଦା, ପ୍ରତାପ କୁମାର ନାୟକ, ଲକ୍ଷ୍ମୀକାନ୍ତ ନାୟକ, ନିହାର ରଞ୍ଜନ ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଗୃହ ନିର୍ମାଣ ଏବେ ପଞ୍ଚାୟତିରାଜ ବିଭାଗର ଗ୍ରାମ୍ୟ ଉନ୍ନୟନ ସଂସ୍ଥା କରୁଛି। ସମନ୍ବିତ ଶିଶୁ ବିକାଶ ବିଭାଗରୁ ୨ଲକ୍ଷ ଟଙ୍କା ଓ ଏମ୍‌ଜିଏନ୍‌ଆରଇଜିଏସ୍‌ରୁ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା କେନ୍ଦ୍ରର ଗୃହ ନିର୍ମାଣରେ ବ୍ୟୟ ବରାଦ ହୋଇଛି। ଏହାସତ୍ତ୍ୱେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଗୃହ ନିର୍ମାଣରେ ବିଳମ୍ବ କରୁଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହାକୁ କାର୍ଯ୍ୟକାରୀ କରାଯାଉ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ଶିଶୁ ମଙ୍ଗଳ ଉନ୍ନୟନ ଅଧିକାରୀ ଚିନ୍ମୟୀ ରଥ କହିଛନ୍ତି, ଜିଲାର ୧୪୨ଟି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ହୋଇପାରିନାହିଁ। ୫୨୩ଟି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣାଧୀନ ଅଛି। ଖୁବ୍‌ଶୀଘ୍ର ଅବଶିଷ୍ଟ କେନ୍ଦ୍ରର ନିର୍ମାଣ ଶେଷ ହେବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?