୧୧୪୭ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ

କେନ୍ଦ୍ରାପଡା ଅଫିସ,୨୬।୪: ସମନ୍ବିତ ଶିଶୁ ବିକାଶ ବିଭାଗ ଅଧୀନରେ ୧୯୭୫ରୁ ଅଙ୍ଗନୱାଡି କେନ୍ଦ୍ର ଯୋଜନା ଦେଶରେ ଆରମ୍ଭ ହୋଇଥିଲା। ଯୋଜନା ପ୍ରଣୟନକୁ ଇତିମଧ୍ୟରେ ୪୫ ବର୍ଷ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାରେ ଏହାର ଭିତ୍ତିଭୂମି ଚିନ୍ତାଜନକ ସ୍ଥିତିରେ ଅଛି। ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ୨ ନମ୍ବର ଅଙ୍ଗନୱାଡି କେନ୍ଦ୍ର ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଲୁଗା ଘେରରେ ଚାଲୁଛି। ଯୋଜନା ପ୍ରଣୟନରେ ପ୍ରଶାସନର ଏଭଳି ବିଫଳତାରୁ ଜିଲାର ଅଧାରୁ ଅଧିକ ସ୍ଥାନରେ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଅପପୁଷ୍ଟି ରୋକିବା, ଟିକାକରଣ, ନିକଟସ୍ଥ ଅଞ୍ଚଳରେ ସଚେତନତା କାର୍ଯ୍ୟକମ, ଶିଶୁଙ୍କୁ ପ୍ରାକ୍‌ ଶିକ୍ଷାଠାରୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ସଞ୍ଚାଳନ କରୁଥିବା ଏହି କେନ୍ଦ୍ର ଜନଜୀବନ ପାଇଁ ବେଶ୍‌ ଉପଯୋଗୀ। ତେବେ ନିଜସ୍ବ କେନ୍ଦ୍ରର ଗୃହ ନିର୍ମାଣ ନ ହେବା ଫଳରେ ଯୋଜନା ପ୍ରଣୟନର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ। ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇଥିଲେ କରୋନା ସଂକ୍ରମଣ ସମୟରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠାରେ ଅଧିକ ରାଜସ୍ବ ଯାଇ ନ ଥାନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ମିଳିଥିବା ବିଭାଗୀୟ ତଥ୍ୟ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲାରେ ୨୧୪୭ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୦୦୦ଟି କେନ୍ଦ୍ରର ନିଜସ୍ବ ଗୃହ ଅଛି। ୭୨ଟି କେନ୍ଦ୍ର ନିର୍ମାଣ ସରିଥିଲେ ମଧ୍ୟ ବିଭାଗକୁ ହସ୍ତାନ୍ତର ହୋଇନାହିଁ। କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳର ୧୬ଟି, ମହାକାଳପଡ଼ାର ୩୮ଟି ଓ ରାଜନଗର ବ୍ଲକର ୩୪ଟି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ପାଇଁ ଅଦ୍ୟାବଧି ମଞ୍ଜୁରୀ ମିଳିପାରିନାହିଁ। ଏପରିକି ନିଜସ୍ବ କେନ୍ଦ୍ର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିଲେ ମଧ୍ୟ ଆଳି ବ୍ଲକ ଅଞ୍ଚଳର ୨୦ଟି, ଡେରାବିଶର ୭ଟି, ଗରଦପୁରର ୪ଟି, କେନ୍ଦ୍ରାପଡ଼ାର ୩୩ଟି, ମହାକାଳପଡ଼ାର ୩୨ଟି, ମାର୍ଶାଘାଇର ୩ଟି, ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୪୩ଟି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଅନୁମତି ଦିଆଯାଇନାହିଁ। ସେହିପରି ୧୦୦୦ଟି ନିଜସ୍ବ ଗୃହ ମଧ୍ୟରୁ ୩ଟି କେନ୍ଦ୍ରରେ ଅଦ୍ୟାବଧି ରୋଷେଇ ଘର ନିର୍ମାଣ ହୋଇ ନ ଥିବାବେଳେ ୩୩୧ କେନ୍ଦ୍ରରେ ଶୌଚାଳୟ ନାହିଁ। ୨୭୫ଟିରେ ପରିବା ବଗିଚା ନ ଥିବାବେଳେ ଏହି ୧୦୦୦ ଗୃହ ମଧ୍ୟରୁ ୯୫୫ଟି କେନ୍ଦ୍ରକୁ ଅଦ୍ୟାବଧି ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ଜିଲାର ମୋଟ ୨୧୪୭ କେନ୍ଦ୍ର ଅଧୀନରେ ୯,୯୯୨ ଜଣ ଗର୍ଭବତୀ, ୧୦,୩୭୨ ଜଣ ପ୍ରସୂତି, ୧୦୯୩୩୭ ଜଣ ୬ ମାସରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁ ପୁଷ୍ଟିକର ଖାଦ୍ୟର ହିତାଧିକାରୀ ଅଛନ୍ତି। ଏହାବ୍ୟତୀତ ଟିକାକରଣ, ପ୍ରାଥମିକ ସ୍ବାସ୍ଥ୍ୟ, ପ୍ରାକ୍‌ ଶିକ୍ଷା ଆଦି କାର୍ଯ୍ୟକ୍ରମ ଚାଲିଛି। ନିଜସ୍ବ କେନ୍ଦ୍ରର ଗୃହ ଥିଲେ କରୋନା ସଂକ୍ରମଣ ସମୟରେ ଏହାର ଉପଯୋଗିତା ଅଧିକ ହୋଇଥାନ୍ତା ବୋଲି ସାମାଜିକ କର୍ମୀ ବାନାମ୍ବର ସାହୁ, ମୀର ଅବୁ ଓବେଦା, ପ୍ରତାପ କୁମାର ନାୟକ, ଲକ୍ଷ୍ମୀକାନ୍ତ ନାୟକ, ନିହାର ରଞ୍ଜନ ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଗୃହ ନିର୍ମାଣ ଏବେ ପଞ୍ଚାୟତିରାଜ ବିଭାଗର ଗ୍ରାମ୍ୟ ଉନ୍ନୟନ ସଂସ୍ଥା କରୁଛି। ସମନ୍ବିତ ଶିଶୁ ବିକାଶ ବିଭାଗରୁ ୨ଲକ୍ଷ ଟଙ୍କା ଓ ଏମ୍‌ଜିଏନ୍‌ଆରଇଜିଏସ୍‌ରୁ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା କେନ୍ଦ୍ରର ଗୃହ ନିର୍ମାଣରେ ବ୍ୟୟ ବରାଦ ହୋଇଛି। ଏହାସତ୍ତ୍ୱେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଗୃହ ନିର୍ମାଣରେ ବିଳମ୍ବ କରୁଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହାକୁ କାର୍ଯ୍ୟକାରୀ କରାଯାଉ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ଶିଶୁ ମଙ୍ଗଳ ଉନ୍ନୟନ ଅଧିକାରୀ ଚିନ୍ମୟୀ ରଥ କହିଛନ୍ତି, ଜିଲାର ୧୪୨ଟି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ହୋଇପାରିନାହିଁ। ୫୨୩ଟି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣାଧୀନ ଅଛି। ଖୁବ୍‌ଶୀଘ୍ର ଅବଶିଷ୍ଟ କେନ୍ଦ୍ରର ନିର୍ମାଣ ଶେଷ ହେବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ କର୍ମଚାରୀଙ୍କୁ ଗୁଳି ମାରିଲେ ଶିକାରୀ

ନୀଳଗିରି,୧୯।୩ (ପ୍ରଶାନ୍ତ କୁମାର ବିଶ୍ବାଳ): ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼। ଏପରି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର...

ବିପଦସଙ୍କୁଳ ଅଚଳ ମୋବାଇଲ ଟାୱାର

ଯାଜପୁରରୋଡ୍‌,୧୯ା୩(ପବିତ୍ର ରଞ୍ଜନ ମହାନ୍ତି):ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିଲା ପରି ମୋବାଇଲ ଟାୱାର ନିର୍ମାଣ ହୋଇଛି। ମୋବାଇଲ ଟାୱାର କମ୍ପାନୀଗୁଡ଼ିକ ସେମାନଙ୍କ ସୁବିଧା ଅନୁଯାୟୀ...

ନିଯୁକ୍ତି, କ୍ଷତିପୂରଣ ଅପେକ୍ଷାରେ ଜମିହରା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି...

୮ କୋଟି ଟଙ୍କାର ରାସ୍ତା ୮ ଦିନରେ ଫାଟିଲା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ଆର୍‌ ଏଣ୍ଡ ବି ଡିଭିଜନ ତଥା ପୂର୍ତ୍ତ ବିଭାଗ ଅଧୀନରେ ୮ କୋଟି ଟଙ୍କାର ରାମବାଗ-ଛତ୍ରପଡା ରାସ୍ତା କାର୍ଯ୍ୟ ୮...

ବର୍ଷା ପୂର୍ବରୁ ଲୁଣା, କରାଣ୍ଡିଆ ବନ୍ଧ ସୁଦୃଢ଼ ଦାବି

କେନ୍ଦ୍ରାପଡ଼ା,୧୯ା୩ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା ୧୩ ରାଜସ୍ବ ଗ୍ରାମ ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ...

୨ ବ୍ୟାଙ୍କରେ ଜମାହେବ ଶ୍ରୀମନ୍ଦିର ପାଣ୍ଠିର ୩୯ କୋଟି ୨୨ ଲକ୍ଷ

ପୁରୀ, ୧୯ା୩(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ସୋମବାର ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ ଅର୍ଥ ତଥା ଶ୍ରୀମନ୍ଦିର ପାଣ୍ଠି ଅର୍ଥ...

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ଜଗତ୍‌ସିଂହପୁର, ୧୯ା୩(ପ୍ରମୋଦ କୁମାର ନାୟକ):ତିର୍ତ୍ତୋଲ ଥାନା ଅଞ୍ଚଳରେ ୨୦୧୮ରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ଅନ୍ୟ ରାଜ୍ୟରେ ରଖାଯାଇ ବଳାତ୍କାର କରାଯାଇଥିବା ଅଭିଯୋଗ...

ସୁପ୍ତରୁ ସକ୍ରିୟ ହେଲା କଂଗ୍ରେସ

ସମ୍ବଲପୁର,୧୯ା୩(ପ୍ରମୋଦ ବହିଦାର):ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କୌଣସି ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ନିଶ୍ଚିତ ହୋଇ ପାରିନାହିଁ। ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri