ଭୁବନେଶ୍ୱର,୨୩ା୩(ବ୍ୟୁରୋ): ରାଜ୍ୟର ୧୧,୭୧୦ ସ୍କୁଲ ଅନ୍ଧାରରେ ରହିଛି। ସେହି ସ୍କୁଲଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ। ଭାଜପା ସଭ୍ୟ ମୋହନ ମାଝିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ବିଧାନସଭାରେ ଏହା କହିଛନ୍ତି।
ରାଜ୍ୟର କେତେ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ, କେତେ ସ୍ମାର୍ଟ ଶ୍ରେଣୀଗୃହ, କେତେ ବ୍ୟବହାରଯୋଗ୍ୟ ଶୌଚାଳୟ, ପାନୀୟ ଜଳ ସୁବିଧା, ବିଦ୍ୟୁତ୍ ସଂଯୋଗ, ଖେଳ ପଡ଼ିଆ, ଛାତ୍ରୀଛାତ୍ରଙ୍କ ଅନୁପାତରେ କେତେ ଶିକ୍ଷକ ନିଯୁକ୍ତ ହୋଇଛନ୍ତି ବୋଲି ମୋହନ ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଗତ ୮ ବର୍ଷରେ ସମୁଦାୟ ୧୯,୪୯୦ ଜଣ ଶିକ୍ଷା ସହାୟକ ନିୟୋଜିତ ହୋଇଛନ୍ତି। ସେହିଭଳି ୧୧,୭୧୦ ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନ ଥିବା ବେଳେ ୨୧,୦୬୫ ସ୍କୁଲରେ ଖେଳପଡ଼ିଆ ଓ ୪୧,୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ। ସେହିପରି ୬୭୮୧ ସ୍କୁଲରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବା ବେଳେ ୬୦୧୧ ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଚଳିତ ଶିକ୍ଷାବର୍ଷରେ ଡ୍ରପ୍ଆଉଟ ହାର ପ୍ରାଥମିକ ଶିକ୍ଷା ସ୍ତରରେ ଶୂନ ଥିବାବେଳେ ଉଚ୍ଚପ୍ରାଥମିକ ସ୍ତରରେ ୭.୩୪ ଏବଂ ମାଧ୍ୟମିକ ସ୍ତରରେ ୨୭.୨୬ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

