Posted inଜାତୀୟ

୧୧୦.୮୩ କୋଟିର ଦୁର୍ନୀତି ଧରିଲେ ଏଜି

ଭୋପାଳ,୫।୯: ମଧ୍ୟପ୍ରଦେଶରେ ମହିଳା ଓ ଶିଶୁଙ୍କ ପୋଷଣ ଯୋଜନାରେ ବ୍ୟାପକ ଦୁର୍ନୀତି ପଦାକୁ ଆସିଛି। ୧୧୦.୮୩ କୋଟି ଟଙ୍କାର ଖାଦ୍ୟଶସ୍ୟ ବଣ୍ଟନ ସମ୍ପର୍କରେ ଭୁଲ୍‌ ତଥ୍ୟ ଦିଆଯାଇଥିବା ରାଜ୍ୟ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ଅଡିଟ୍‌ରୁ ଧରାପଡ଼ିଛି। ୨୦୨୦ରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧୀନରେ ମହିଳା ଓ ଶିଶୁ ବିକାଶ ବିଭାଗ ରହିଥିବାରୁ ଏହି ଦୁର୍ନୀତି ପାଇଁ ତାଙ୍କ ଉପରକୁ ଅଙ୍ଗୁଳି ଉଠିଛି। ଏଜି ଦାଖଲ କରିଥିବା ୩୬ ପୃଷ୍ଠାର ରିପୋର୍ଟରେ ହିତାଧିକାରୀ ଚୟନ, ଖାଦ୍ୟ ସାମଗ୍ରୀ ଉତ୍ପାଦନ, ବଣ୍ଟନ ଓ ମାନ ନିର୍ଦ୍ଧାରଣରେ ବ୍ୟାପକ ଜାଲିଆତି ହୋଇଥିବା ଦର୍ଶାଯାଇଛି। ୨୦୨୧ରେ ଟେକ୍‌ ହୋମ୍‌ ରାଶନ ଯୋଜନାରେ ୨୪% ହିତାଧିକାରୀଙ୍କ ଯାଞ୍ଚ ପରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୪୯.୫୮ ଲକ୍ଷ ପଞ୍ଜୀକୃତ ଶିଶୁ ଓ ମହିଳାଙ୍କୁ ପୌଷ୍ଟିକ ଖାଦ୍ୟ ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା। ସେଥିରେ ୬ ମାସରୁ ୩ ବର୍ଷ ବୟସର ୩୪.୬୯ ଲକ୍ଷ ଶିଶୁ ଥିବାବେଳେ ୧୪.୨୫ ଲକ୍ଷ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଏବଂ ୦.୬୪ ଲକ୍ଷ କିଶୋରୀ ଥିଲେ। ତେବେ ପ୍ରାୟ ୧୨ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ଦର୍ଶାଯାଇଥିବା ଅଡିଟର ଜାଣିବାକୁ ପାଇଛନ୍ତି। ଖାଦ୍ୟଶସ୍ୟ ଯୋଗାଉଥିବା ୬ଟି ଉତ୍ପାଦନ ଶିଳ୍ପ ଟ୍ରକ୍‌ ଜରିଆରେ ୧,୧୨୫.୬୪ ମେଟ୍ରିକ ଟନ୍‌ ରାଶନ ପରିବହନ କରିଛନ୍ତି ଓ ଏଥିରେ ୬.୯୪ କୋଟି ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଛି। କିନ୍ତୁ ପଞ୍ଜୀକୃତ ନମ୍ବର ଟ୍ରକ୍‌ ପରିବର୍ତ୍ତେ ମୋଟରସାଇକେଲ, କାର, ଅଟୋ ଏବଂ ଟ୍ୟାଙ୍କରର ବୋଲି ପରିବହନ ବିଭାଗରେ ଯାଞ୍ଚରୁ ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳା ଓ ଶିଶୁ ବିକାଶ ବିଭାଗ ରାଶନ ପାଇଁ ଯୋଗ୍ୟ ସ୍କୁଲ୍‌ ଛାତ୍ରୀଙ୍କ ସର୍ଭେ ୨୦୨୧ ଫେବୃୟାରୀ ସୁଦ୍ଧା ସମ୍ପୂର୍ଣ୍ଣ କରିନାହିଁ। ୨୦୧୮-୧୯ରେ ୯,୦୦୦ ଛାତ୍ରୀ ଅଧାରୁ ପାଠ ଛାଡ଼ିଥିବା ସ୍କୁଲ ଶିକ୍ଷା ବିଭାଗ ଆକଳନ କରିଥିବାବେଳେ ମହିଳା ଓ ଶିଶୁ ବିକାଶ ବିଭାଗ ବିନା ସର୍ଭେରେ ଏହାକୁ ୩୬.୦୮ ଲକ୍ଷ ଦର୍ଶାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?