ବିଷାକ୍ତ ଛତୁ ଖାଇ ୩ ପରିବାରର ୧୧ ଆକ୍ରାନ୍ତ

ରାୟଗଡ଼ା/ଟିକିରି,୬ା୭(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ଶନିବାର ବିଷାକ୍ତ ଜଙ୍ଗଲି ଛତୁ ଖାଇ କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ ଟିକରାପଡ଼ା ଗାଁର ତିନି ପରିବାରର ୧୧ ଜଣ ରୋଗାକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ୧୧ ଜଣଙ୍କ ମଧ୍ୟରୁ ଏକ ପରିବାରର ୬ ଜଣ ଟିକିରି ଓଷାପଡ଼ା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେମାନେ ହେଲେ ରେଙ୍ଗୁ ନାଏକ, କୁମାରୀ ନାଏକ, ଅଞ୍ଜନା ନାଏକ, ଧନମଣି ନାଏକ, ଲାକେବତୀ ନାଏକ ଓ ଦୁର୍ଯ୍ୟୋଧନ ନାଏକ। ସେହିଭଳି ଅନ୍ୟ ଦୁଇ ପରିବାରର ୫ ଜଣ ଓଷାପଡ଼ା ମେଡିକାଲରେ ଚିକିତ୍ସିତ ହୋଇଥିଲେ ହେଁ ଅବସ୍ଥାରେ ସୁଧାର ଆସି ନ ଥିବାରୁ ଶନିବାର ରାତିରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ଦାମୁ ଝୋଡ଼ିଆ, ଚମ୍ପା ଝୋଡ଼ିଆ ଓ ତାଙ୍କ ୮ ବର୍ଷର ପୁଅ ପ୍ରଦୀପ ଝୋଡ଼ିଆ। ଅନ୍ୟ ଏକ ପରିବାରର ଧନୁ ଗୌଡ଼ ଓ ପତ୍ନୀ କବିଲା ଗୌଡ଼। ସମସ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅଛନ୍ତି। ଗାଁର ତିନି ଜଣ ମହିଳା ଶନିବାର ସକାଳେ ନିକଟସ୍ଥ ଜଙ୍ଗଲକୁ ଯାଇ ଛତୁ ଗୋଟାଇ ଆଣିଥିଲେ। ଏହାପରେ ସମସ୍ତେ ଛତୁ ରୋଷେଇ କରି ଖାଇଥିଲେ। ତେବେ ସନ୍ଧ୍ୟାରେ ସମସ୍ତଙ୍କୁ ବାନ୍ତି ହେବା ସହିତ ମୁଣ୍ଡ ବୁଲାଇଥିଲା ଏବଂ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଦାମୁ କହିଛନ୍ତି ଯେ, ଏହି ଛତୁ ପୂର୍ବରୁ ବହୁତ୍ ଥର ଖାଇଛନ୍ତି ହେଲେ କେବେ କିଛି ହୋଇନାହିଁ। ତେବେ ଜଙ୍ଗଲି ଛତୁ ନଖାଇବା ପାଇଁ ଗ୍ରାମାଞ୍ଚଳରେ ଉପଯୁକ୍ତ ସଚେତନତା ଅଭାବରୁ ଲୋକେ ଏହିଭଳି ଅବସ୍ଥା ଭୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବର FM କଲେଜ ଘଟଣା: ଆହତ ଛାତ୍ର ଜ୍ୟୋତିପ୍ରକାଶଙ୍କୁ ଭେଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର,୧୬।୭: ବାଲେଶ୍ବର ଫକୀର ମୋହନ (FM) ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା ସମୟରେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଗୁରୁତର...

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ: ବାଲେଶ୍ବର FM ଛାତ୍ରୀ ମୃତ୍ୟୁ ଘଟଣା, ବିରୋଧୀଙ୍କ ବନ୍ଦ ଡାକରାକୁ ନେଇ ଆଲୋଚନା

ଭୁବନେଶ୍ୱର,୧୬।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ବୁଧବାର ରାତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାଜପା ରାଜ୍ୟ ସଭାପତି ମନମୋହନ...

୨୩ ଯାଏ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ୧୫ ଜିଲାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୬ା୭(ଅନୁରାଧା ମହାରଣା)- ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ...

ବାଲେଶ୍ବର FM ଟ୍ରାଜେଡି: ସରକାରଙ୍କଠୁ ଟଙ୍କା ନେଇ ଡିଲ୍‌ କରିବା ଅପପ୍ରଚାର, ଥାନାରେ ଏତଲା

ବାଲେଶ୍ବର,୧୬।୭: ବାଲେଶ୍ବର ଜିଲାର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ (FM କଲେଜ)ର ଜଣେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ...

ରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ: ଏସବୁ ଯୋଜନାରେ ସୃଷ୍ଟି ହେବ ୪,୧୯୫ ନିଯୁକ୍ତି

ଭୁବନେଶ୍ୱର,୧୬।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୧ଟି ବିଭାଗର ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ସୂଚନା ପ୍ରଦାନ...

ସବୁଠି ସୌମ୍ୟାଶ୍ରୀ ତାତି: ଦିଗପହଣ୍ଡିରେ ମହିଳା ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଦିଗପହଣ୍ଡି,୧୬।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ମହିଳା ବିଜେଡି ପକ୍ଷରୁ ବୁଧବାର ସଂଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ...

ରାଜ୍ୟସ୍ତରୀୟ ଖାଦ୍ୟ ମେଳା: ଭାଗ ନେବେ ଲାଞ୍ଜିଗଡ ବ୍ଲକର ୩ ଏସଏଚଜି ମହିଳା

ଭବାନୀପାଟଣା,୧୬।୭( ଉତ୍ତମ କୁମାର ଦାଶ )-ଆସନ୍ତା ସପ୍ତାହରେ ରାଜଧାନୀ ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା।...

କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା: କଳାହାଣ୍ଡିରେ ସମସ୍ତେ ସମର୍ଥନ କରିବାକୁ ନିବେଦନ

ଭବାନୀପାଟଣା,୧୬ା୭(ଉତ୍ତମ କୁମାର ଦାଶ): ବାଲେଶ୍ୱର ଜିଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ପ୍ରତିବାଦର ସ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri