ପଦ୍ମ ପାଇଲେ ୧୧ ଓଡ଼ିଆ

ନୂଆଦିଲ୍ଲୀ, ୯ା୧୧: ୨୦୨୦ ଓ ୨୦୨୧ ବର୍ଷ ପାଇଁ ଭାରତର ୧୪୫ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ମିଳିଛି। ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭ଜଣଙ୍କୁ ପଦ୍ମ ବିଭୂଷଣ, ୧୬ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୨୨ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଏମାନଙ୍କ ମଧ୍ୟରେ ୧୧ଜଣ ଓଡ଼ିଆ ରହିଛନ୍ତି। ସାହିତ୍ୟ କ୍ଷେତ୍ରରେ ସ୍ବର୍ଗତ ମନୋଜ ଦାସଙ୍କୁ ମଣଣୋତ୍ତର ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ସେ ମଧ୍ୟ ୨୦୦୧ରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ। ସାହିତ୍ୟ ଓ ଶିକ୍ଷା ପାଇଁ ସାହିତି୍ୟକା ଡ. ଦମୟନ୍ତୀ ବେଶ୍ରା, ବୀଣାପାଣି ମହାନ୍ତି, ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ, କଳା ପାଇଁ ଉତ୍ସବ ଚରଣ ଦାସ, ମିତ୍ରଭାନୁ ଗୋଉନ୍ତିଆ, ଗୁରୁ ଶଶଧର ଆଚାର୍ଯ୍ୟ, ମନମୋହନ ମହାପାତ୍ର (ମରଣୋତ୍ତର), ଜୈବିକ କୃଷି କ୍ଷେତ୍ରରେ ବିପ୍ଳବ ପାଇଁ ପ୍ରଫେସର ରାଧାମୋହନ(ମରଣୋତ୍ତର) ଓ ତାଙ୍କ ଝିଅ ସାବରମତୀ, ପଶୁପାଳନ ପାଇଁ ବଟକୃଷ୍ଣ ସାହୁ ଏବଂ ଔଷଧ ପାଇଁ ଡା. ଦିଗମ୍ବର ବେହେରାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି।
ଗତ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା କରାଯାଇଥିଲା। ତେବେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ନାଡିସ୍‌,
ଅରୁଣ ଜେଟଲୀ ଏବଂ ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ଜେଟ୍‌ଲୀଙ୍କ ସ୍ତ୍ରୀ ଏବଂ ସୁଷମାଙ୍କ ଝିଅ ଏହି ପୁରସ୍କାର ଗ୍ରହଣ କରିଥିଲେ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଏବଂ ଅର୍ଦ୍ଧ-ଶାସ୍ତ୍ରୀୟ ଗାୟକ ପଣ୍ଡିତ ଛାନ୍ନୁଲାଲ ମିଶ୍ର, ମହିଳା ବକ୍ସର ଏମ୍‌.ସି. ମ୍ୟାରି କମ୍‌ଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ଏଥିସହ ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ, ସାମାଜିକ କାର୍ଯ୍ୟକର୍ତ୍ତା ଡ. ଅନିଲ ପ୍ରକାଶ ଜୋଷୀ, ଲୋକସମ୍ପର୍କ ପାଇଁ ଡ. ଏସ୍‌. ସି. ଜମିର ଏବଂ ଆଧ୍ୟାତ୍ମିକତା ପାଇଁ ମୁମ୍‌ତାଜ୍‌ଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଛି। ଟିଭି ଏବଂ ଫିଲ୍ମ ଅଭିନେତ୍ରୀ ସରିତା ଯୋଷୀ, ସଙ୍ଗୀତ ରଚୟିତା ଅଦନାନ୍‌ ସାମି ଖାନ୍‌ ଏବଂ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା କଙ୍ଗନା ରାଣାଓ୍ବତ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଗ୍ରହଣ କରିଛନ୍ତି। ସେହିପରି ଭାରତୀୟ ମହିଳା ହକି ଟିମ୍‌ର କ୍ୟାପଟେନ୍‌ ରାଣୀ, ଆଇସିଏମ୍‌ଆର୍‌ ଦିଲ୍ଲୀର ଏପିଡେମିଓଲୋଜି ଆଣ୍ଡ୍‌ କମ୍ୟୁନିକେବଲ ଡିଜିଜ୍‌ ବିଭାଗ ମୁଖ୍ୟ ଡାକ୍ତର ରମଣ ଗଙ୍ଗାଖେଦକରଙ୍କୁ ରାଷ୍ଟ୍ରପତି କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ସମାରୋହରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri