Odisha Elections 2024
Posted inଜାତୀୟ

ମହୁଆଙ୍କ ଭଳି ଭାଜପାର ଏମପି ବି ହୋଇଥିଲେ ବହିଷ୍କାର, ସେତେବେଳେ ଆଡଭାନୀ କହିଥିଲେ…

ନୂଆଦିଲ୍ଲୀ,୯।୧୨: ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ମାମଲାରେ ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ତେବେ ଲୋକସଭାରୁ ବହିଷ୍କାର ହେବା ଘଟଣାରେ ମହୁଆ ପ୍ରଥମ ଏମପି ନୁହନ୍ତି। ୧୮ବର୍ଷ ପୂର୍ବେ ୨୦୦୫ ଡିସେମ୍ବର ୨୪ରେ ଏପରି ମାମଲାରେ ୧୧ଜଣ ଏମପିଙ୍କ ସଦସ୍ୟତା ପଦ୍ଦ ରଦ୍ଦ କରାଯାଇଥିଲା। ଏହି ୧୧ଜଣଙ୍କ ମଧ୍ୟରୁ ୧୦ଏମପି ଲୋକସଭା ଓ ଜଣେ ରାଜ୍ୟସଭାର ଥିଲେ। ସେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଥିଲା।

୨୦୦୫ରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ମାମଲାରେ ୧୧ଜଣ ଏମପି ଲୋକସଭାରେୁ ବହିଷ୍କୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଭାଜପାର ୬ଏମପି ଛତ୍ରପାଲ ଲୋଧା(ଓଡିଶା)ରାଜ୍ୟସଭା ଏମପି,ଆନ୍ନାସାହେବ ଏମ କେ ପାଟିଲ(ମହାରାଷ୍ଟ୍ର), ଚନ୍ଦ୍ରପ୍ରତାପ ସିଂହ(ମଧ୍ୟ ପ୍ରଦେଶ), ପ୍ରଦୀପ ଗାନ୍ଧୀ(ଛତିଶଗଡ), ସୁରେଶ ଚାଣ୍ଡେଲ(ହିମାଞ୍ଚଳ ପ୍ରଦେଶ),ଓ୍ବାଇ ଜି ମହାଜନ(ମହାରାଷ୍ଟ୍ର) ସାମିଲ ଥିଲେ। ସେହିପରି ବହୁଜନ ସମାଜ ପାର୍ଟି(ବିଏସପି)ର ୩ ଏମପି ନରେନ୍ଦ୍ର କୁମାର କୁଶଓ୍ବାହା, ଲାଲ ଚନ୍ଦ୍ର କୋଲ ଏବଂ ରାଜାରାମ ପାଲ(ୟୁପି) ବହିଷ୍କୃତ ହୋଇଥିଲେ। ଆରଜେଡିର ମନୋଜ କୁମାର ଏବଂ କଂଗ୍ରେସର ରାମସେବକ ସିଂହଙ୍କ ବିରୋଧରେ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ କରାଯାଇଥିଲା।

ସଂସଦରେ ଭୋଟ ମାଧ୍ୟମରେ ସମସ୍ତ ୧୧ ଏମପିଙ୍କୁ ବହିଷ୍କାର କରାଯାଇଥିଲା। ଭୋଟ ସମୟରେ ଭାଜପା ଏକ ପଦଯାତ୍ରା କରିଥିଲା। ଲୋକସଭାରେ ତତ୍କାଳୀନ ବାଚସ୍ପତି ସୋମନାଥ ଚାଟାର୍ଜୀ ଅଭିଯୁକ୍ତ ଏମପିଙ୍କୁ ଏହି ମାମଲାରେ ନିଜର ପକ୍ଷ ରଖିବାକୁ ସୁଯୋଗ ଦେଇ ନ ଥିଲେ। ତତ୍କାଳୀନ ବିରୋଧୀଦଳ ନେତା ଲାଲ କୃଷ୍ଣ ଆଡଭାନୀ ଏମପିଙ୍କ ବହିଷ୍କାରକୁ ମୃତ୍ୟୁଦଣ୍ଡ ସହ ତୁଳନା କରିଥିଲେ।

ମହୁଆ ଲୋକସଭାର ୧୨ତମ ସଦସ୍ୟ ଯିଏ ଅନୈତିକ ଆଚରଣ ହେତୁ ସଦସ୍ୟତା ହରାଇଛନ୍ତି। କଂଗ୍ରେସ ଏମପି ଏସ.ଜି ମୁଗଦଲ ପ୍ରଥମ ଏମପି ଥିଲେ ୧୯୫୧ରେ ଯାହାଙ୍କ ସଦସ୍ୟତା ଲାଞ୍ଚ ନେଇ ପ୍ରଶ୍ନ ପଚାରିବାରୁ ଚାଲିଯାଇଥିଲା। ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ମୁଗଦଲ ଜଣେ ବ୍ୟବସାୟୀଙ୍କଠାରୁ ୫ହଜାର ଟଙ୍କା ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ମଙ୍ଗଳବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ...

ପତ୍ନୀ ସୁନୀତାଙ୍କ ସହ କେଜ୍‌ରିଓ୍ବାଲଙ୍କ ପ୍ରଥମ ରୋଡ ଶୋ’, କହିଲେ ମୋଦି ଜୀ…

ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ପତ୍ନୀ ସୁନୀତା କେଜ୍‌ରିଓ୍ବାଲଙ୍କ ସହ ଏକ ରୋଡ ଶୋ’ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ଭଲ...

ଭୋଟ୍‌ ବର୍ଜନ କରିଥିବା ଭୋଟରଙ୍କୁ ବୁଝାଇବାକୁ ରାଏବରେଲି ଯାଇଥିଲେ ରାହୁଲ, ଶୁଭିଲା ଜୟ ଶ୍ରୀ ରାମ ନାରା, ଆଉ ତା’ପରେ…

ନୂଆଦିଲ୍ଲୀ,୨୦।୫: ସୋମବାର ଲୋକ ସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ହୋଇଛି। ଏହି ସମୟରେ ଉତ୍ତରପ୍ରଦେଶର ହଟ ସିଟ ରାଏବରେଲିରେ ଏକ ଗାଁର...

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

୨୦ ଫୁଟ୍‌ ଖାଲକୁ ଖସିଲା ପିକ୍‌ଅପ୍‌:୧୭ ମୃତ

ରାୟପୁର,୨୦।୫: ଛତିଶଗଡର କାୱାର୍ଡା ଜିଲାର କୁକଦୁରରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିକଅପ ଗାଡି ୨୦ ଫୁଟ୍‌ ଖାଇକୁ ଓଲଟି ପଡ଼ିବାରୁ...

ଅହମଦାବାଦ ବିମାନ ବନ୍ଦରରେ ବଡ ଆକ୍ସନ, ଧରାହେଲେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ

ଅହମଦାବାଦ,୨୦।୫: ଗୁଜୁରାଟର ଅହମଦାବାଦରେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ ଧରାପଡିଛନ୍ତି। ଗୁଜୁରାଟ ଏଟିଏସ ଅହମଦାବାଦ ବିମାନବନ୍ଦରରୁ ସମସ୍ତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ...

ଯଦି ଆପଣ କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୨୦।୫: ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ...

ଏଥର ଭବିଷ୍ୟବାଣୀ ପୂରଣ ନ ହେଲେ ମୁହଁରେ ଗୋବର ବୋଳିବାକୁ ପ୍ରସ୍ତୁତ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri