Posted inଜାତୀୟ

ମୁଖ୍ୟମନ୍ତ୍ରୀ ଦୌଡରୁ ବାହାରିଗଲେ ବାବା ବାଲକନାଥ! ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ଏଭଳି ସଙ୍କେତ

ଜୟପୁର,୯।୧୨: ରାଜସ୍ଥାନ ବିଧାନସଭାରେ ବିଜୟ ପରେ ଭାରତୀୟ ଜନତା ପାର୍ଟି (ଭାଜପା) ଏଠାରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ସନ୍ଦେହ ଘେରରେ ରହିଛି। ସବୁଠାରୁ ଚର୍ଚ୍ଚିତ ଚେହେରାମାନଙ୍କ ମଧ୍ୟରେ ବାବା ବାଲକନାଥଙ୍କ ନାମ ଅଛି ଯାହାକୁ ରାଜସ୍ଥାନର ଯୋଗୀ ମଧ୍ୟ କୁହାଯାଏ। ପ୍ରକାଶ ଥାଉକି, ଶନିବାର ସେ ନିଜେ ଏପରି କିଛି କହିଛନ୍ତି, ଯାହାକୁ ଦେଖିଲେ ମନେହେଉଛି ଯେ ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ଦୌଡରୁ ବାହାରିଯାଇଛନ୍ତି।

୨୦୧୯ରେ ଭାଜପା ଟିକଟରେ ଅଲୱର ଲୋକ ସଭା ନିର୍ବାଚନମଣ୍ଡଳୀରୁ ଏମ୍‌ପି ଭାବରେ ନିର୍ବାଚିତ ହୋଇଥିବା ବାଲକନାଥ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି କି, ଦଳ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲୋକମାନେ ପ୍ରଥମ ଥର ପାଇଁ ଏମ୍‌ପି ଓ ବିଧାୟକ କରି ଦେଶ ସେବା କରିବାର ସୁଯୋଗ ଦେଇଛନ୍ତି। ନିର୍ବାଚନ ଫଳାଫଳ ବାହାରିବା ପରେ ମିଡିଆ ଏବଂ ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚାକୁ ଅଣଦେଖା କରନ୍ତୁ। ମୁଁ ଏବେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଅଭିଜ୍ଞତା ହାସଲ କରିବାକୁ ଚାହୁଁଛି।

ବାବା ବାଲକନାଥ ୨୦୧୯ରେ ଭାଜପା ଟିକେଟରେ ଅଲୱର ଲୋକ ସଭା ନିର୍ବାଚନମଣ୍ଡଳୀରୁ ଏମ୍‌ପି ଭାବରେ ନିର୍ବାଚିତ ହୋଇଥିଲେ। ଏଥର ଦଳ ତାଙ୍କୁ ଜିଲାର ତିଜାରା ଆସନରୁ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେଇଥିଲା। ସେ କଂଗ୍ରେସ ପ୍ରାର୍ଥୀ ଇମ୍‌ରାନ ଖାନଙ୍କୁ ପରାସ୍ତ କରି ବିଜୟ ହୋଇଥିଲେ। ଏହା ପରେ ସେ ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ନାମ ରାଜ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ନିର୍ବାଚନକୁ ପ୍ରଶଂସା କଲା ଆମେରିକା

ଓ୍ବାଶିଂଟନ,୧୦ା୫: ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ୍‌ ଗାର୍ସେଟି ଭାରତରେ ଗଣତନ୍ତ୍ରକୁ ନେଇ କିଛି ଅଞ୍ଚଳରେ ଉଠିଥିବା ଚିନ୍ତାକୁ ଖାରଜ କରି କହିଛନ୍ତି ଯେ, ଏକବିଂଶ ଶତାବ୍ଦୀରେ...

ନରେନ୍ଦ୍ର ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ, ଲେଖି ଦେବାକୁ ପ୍ରସ୍ତୁତ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୦।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର (ମେ’ ୧୦, ୨୦୨୪)ରେ ଦାବି କରିଛନ୍ତି ଯେ ଉତ୍ତର ପ୍ରଦେଶରେ ‘ଇଣ୍ଡିଆ’ ମିଳିତ ମଞ୍ଚର ଝଡ଼ ଆସୁଛି।...

ସୁପ୍ରିମକୋର୍ଟରୁ ହେମନ୍ତ ସୋରେନଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୦।୫: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ନିର୍ବାଚନ ପ୍ରଚାର ପାଇଁ ଜେଲରୁ ବାହାରକୁ ଆସିବାକୁ ଚାହୁଁଥିବା ହେମନ୍ତ ସୋରେନଙ୍କ ମଧ୍ୟବର୍ତ୍ତୀକାଳୀନ...

କାହା ନାଁ ନ ନେଇ ଜୋର୍‌ଦାର ବର୍ଷିଲେ ମୋଦି

ନୂଆଦିଲ୍ଲୀ,୧୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାରରେ ନିରନ୍ତର ନିୟୋଜିତ ଅଛନ୍ତି। ପ୍ରଧାନମନ୍ତ୍ରୀ ଶୁକ୍ରବାର ମହାରାଷ୍ଟ୍ରର ନନ୍ଦୁରବରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି...

୧୧ ବର୍ଷ ପରେ ରାୟ: ନରେନ୍ଦ୍ର ଡୋଭାଲକର ହତ୍ୟାକାଣ୍ଡରେ ୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ, ୩ ଖଲାସ

ପୁଣେ,୧୦।୫: ନରେନ୍ଦ୍ର ଢୋଭାଲକର ହତ୍ୟା ମାମଲାରେ କୋର୍ଟଙ୍କ ରାୟ ୧୧ ବର୍ଷ ପରେ ଆସିଛି। ମହାରାଷ୍ଟ୍ର ପୁଣେର ସ୍ବତନ୍ତ୍ର କୋର୍ଟ ଶୁକ୍ରବାର ଅନ୍ଧବିଶ୍ୱାସ ବିରୋଧରେ ଲଢୁଥିବା...

ମଣି ଶଙ୍କରଙ୍କ ବିବାଦୀୟ ବୟାନ, କହିଲେ ପାକିସ୍ତାନ ପାଖରେ ରହିଛି ପରମାଣୁ ବୋମା ତାକୁ ଭାରତ ସମ୍ମାନ ଦେଉ

ନୂଆଦିଲ୍ଲୀ,୧୦।୫: ସାମ ପିଟ୍ରୋଡାଙ୍କ ପରେ ବର୍ତ୍ତମାନ କଂଗ୍ରେସ ନେତା ମଣି ଶଙ୍କର ଆୟାରଙ୍କ ସାକ୍ଷାତକାର ସାମ୍ନାକୁ ଆସିଛି। ଏକ ୟୁଟ୍ୟୁବ ଚ୍ୟାନେଲକୁ ଏକ ସାକ୍ଷାତକାର ଦେବାବେଳେ...

ଅକ୍ଷୟ ତୃତୀୟା ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୫: ଆଜି ହେଉଛି ଅକ୍ଷୟ ତୃତୀୟା। ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ସମର୍ପଣ ଓ ଭକ୍ତିଭାବପୂର୍ବକ ପାରମ୍ପରିକ ରୀତିରେ କୃଷକ ତଥା ଲୋକମାନଙ୍କ ଦ୍ୱାରା...

”ଆନ୍ଧ୍ରପ୍ରଦେଶରେ ୪% ମୁସଲିମଙ୍କୁ ମିଳିବ ସଂରକ୍ଷଣ”: ଜଗନ୍ ମୋହନ ରେଡ୍ଡୀ

ନୂଆଦିଲ୍ଲୀ,୧୦।୫: ସଂରକ୍ଷଣ ଏବଂ ସଂଖ୍ୟାଲଘୁ କୋଟାକୁ ନେଇ ଭାଜପା ଏବଂ ବିରୋଧୀଦଳର ନେତାଙ୍କ ମଧ୍ୟରେ ଚାଲିଥିବା ବିତର୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri