Posted inଖେଳ

ଶ୍ରୀସନ୍ଥଙ୍କ ସମେତ ୧୦୯୭ ଖେଳାଳିଙ୍କ ନାମ ପଞ୍ଜୀକୃତ

ଚେନ୍ନାଇ, ୬ା୨ (ପି.ଟି.)-ଫେବୃୟାରୀ ୧୮ରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମ ପାଇଁ ୧୦୯୭ ଜଣ ଖେଳାଳି ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ବାଂଲାଦେଶ ଅଲ୍‌ରାଉଣ୍ଡର ଶକିବ ଅଲ ହସନ ଏବଂ ଭାରତର ଏସ. ଶ୍ରୀସନ୍ଥ ରହିଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍‌ ଏବଂ ଅଷ୍ଟ୍ରେଲିଆନ ସ୍ପିଡ୍‌ଷ୍ଟର ମିଚେଲ ଷ୍ଟାର୍କ ଏଥିରୁ ଓହରିଯାଇଛନ୍ତି। କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ତଥା ବାମହାତୀ ପେସ୍‌ ବୋଲର ଅର୍ଜୁନ ତେନ୍ଦୁଲକର ମଧ୍ୟ ନିଲାମରେ ଭାଗ ନେବେ। ତାଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ରହିଛି। ଭାରତରୁ ୮୧୪ ଏବଂ ବିଦେଶରୁ ୨୮୩ ଖେଳାଳି ନିଲାମ ପାଇଁ ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ନିଲାମରେ ଓ୍ବେଷ୍ଟଇଣ୍ଡିଜର ସର୍ବାଧିକ ୫୬ ଖେଳାଳି ଭାଗ ନେବେ। ଏହା ପଛକୁ ପଛ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା (୩୮)। ଷ୍ଟାର୍କ ୨୦୧୫ରେ ଶେଷ ଥର ପାଇଁ ଏହି ଲିଗ୍‌ରେ ଖେଳିଥିଲେ। ସେ ଏଥର ମଧ୍ୟ ଭାଗ ନେବେନାହିଁ। ଚଳିତ ଭାରତ ବିପକ୍ଷ ଓପନିଂ ଟେଷ୍ଟର ପ୍ରଥମ ଦିବସରେ ଶତକ ହାସଲ କରିଥିବା ରୁଟ୍‌ କ୍ରମାଗତ ଦ୍ୱିତୀୟ ଥର ପାଇଁ ତାଙ୍କ ନାମ ପଞ୍ଜୀକୃତ କରିନାହାନ୍ତି। ଇଂଲଣ୍ଡର ଅନ୍ୟ ଦୁଇ ଖେଳାଳି ହ୍ୟାରି ଗୁର୍ନେ ଓ ଟମ୍‌ ବାଣ୍ଟନ ମଧ୍ୟ ସେମାନଙ୍କ ନାମ ରେଜିଷ୍ଟ୍ରେଶନ କରିନାହାନ୍ତି। ଖବର ଅନୁସାରେ ଫିକ୍ସିଂରେ ସମ୍ପୃକ୍ତ ହେବା ଲାଗି ପ୍ରଲୋଭନର ଶିକାର ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କୁ ଅବଗତ ନ କରି ସସ୍‌ପେଣ୍ଡ ଦଣ୍ଡ ଭୋଗିସାରିଥିବା ଶକିବଙ୍କ ବେସ୍‌ ପ୍ରାଇସ୍‌ ସର୍ବୋଚ୍ଚ ୨ କୋଟି ଟଙ୍କା ରହିଛି। ଅନ୍ୟପକ୍ଷରେ ୭ବର୍ଷ ପରେ କେରଳ ତରଫରୁ ସୟଦ ମୁସ୍ତାକ ଅଲୀ ଟି୨୦ ଖେଳିଥିବା ଶ୍ରୀସନ୍ଥଙ୍କ ବେସ୍‌ ପ୍ରାଇସ୍‌ ୭୫ ଲକ୍ଷ ଟଙ୍କା ରହିଛି। ସୂଚନାଯୋଗ୍ୟ, ୨୦୧୩ ଆଇପିଏଲ୍‌ ସ୍ପଟ୍‌ଫିକ୍ସିଂ ସ୍କାଣ୍ଡାଲରେ ତାଙ୍କ ଭୂମିକାକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୩୭ ବର୍ଷୀୟ ଏହି ପେସ୍‌ ବୋଲରଙ୍କୁ ଆଜୀବନ ବାସନ୍ଦ କରିଥିଲା। କିନ୍ତୁ ୨୦୧୯ ଅଗଷ୍ଟରେ ବାସନ୍ଦ ସମୟସୀମା ୭ ବର୍ଷକୁ ହ୍ରାସ କରାଯାଇଥିଲା।
ହରଭଜନ ସିଂ, କେଦାର ଯାଦବ, ଷ୍ଟିଭ ସ୍ମିଥ୍‌, ଗ୍ଲେନ ମାକ୍ସଓ୍ବେଲ, ମୋଇନ ଅଲୀ, ସାମ୍‌ ବିଲିଙ୍ଗ୍ସ, ଜାସନ ରୟ, ମାର୍କ ଉଡ୍‌, ଲିଆମ ପ୍ଲଙ୍କେଟ ଏବଂ କଲିନ ଇନ୍‌ଗ୍ରାମ ଆଦି ସମସ୍ତଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ରଖାଯାଇଛି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ ସିରିଜ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ହନୁମା ବିହାରୀ (୧ କୋଟି ଟଙ୍କା) ଓ ଚେତେଶ୍ୱର ପୂଜାରା (୫୦ ଲକ୍ଷ ଟଙ୍କା) ମଧ୍ୟ ନିଲାମରେ ଭାଗ ନେବା ଲାଗି ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ବର୍ତ୍ତମାନ ବିଶ୍ୱର ନମ୍ବର ଓ୍ବାନ ଟି୨୦ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥିବା ଇଂଲଣ୍ଡର ଦାଓ୍ବିଦ ମାଲାନ ଏଥର ଆଇପିଏଲ୍‌ରେ ପଦାର୍ପଣ କରିପାରନ୍ତି। ସେ ତାଙ୍କ ନାମ ପଞ୍ଜୀକୃତ କରିଥିବାବେଳେ ତାଙ୍କ ବେସ୍‌ ପ୍ରାଇସ୍‌ ୧.୫ କୋଟି ଟଙ୍କା ରହିଛି। ସମାନ ବେସ୍‌ ପ୍ରାଇସ୍‌ ରହିଥିବା ଅନ୍ୟ ଖେଳାଳିମାନେ ହେଲେ ଆଲେକ୍ସ କୋରେ, ଟମ୍‌ କୁରାନ, ମିଚେଲ ସ୍ବେପସନ, ନାଥାନ କୁଲଟର ନାଇଲ, ମୁଜିବୁର ରହମନ, ଆଲେକ୍ସ ହେଲ୍ସ ଝେ ରିଚାର୍ଡସନ, ଆଦିଲ ରସିଡ୍‌, ଡେଭିଡ୍‌ ଓ୍ବିଲି, ଆଡାମ ଲିଥ୍‌ ଓ ଲିଓ୍ବସ ଗ୍ରେଗୋରି। ଗତବର୍ଷ ମୁମ୍ବାଇ ଇଣ୍ଡିଆନ୍ସକୁ ଟାଇଟଲ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଷ୍ଟ୍ରେଲିଆନ ପେସର ଜେମ୍ସ ପ୍ୟାଟନସନ ଏଥର ଅନୁପସ୍ଥିତ ରହିବେ। ସେହିପରି ନିଲାମରେ ସହଯୋଗୀ ରାଷ୍ଟ୍ରଗୁଡ଼ିକରୁ ୨୭ଜଣ ଏବଂ ୮୬୩ ନୂଆ ଖେଳାଳି ଭାଗ ନେବେ। ସେମାନଙ୍କ ମଧ୍ୟରେ ୭୪୩ ଭାରତୀୟ ଓ ୬୮ ବିଦେଶୀ ଖେଳାଳି ଅଛନ୍ତି। ଯଦି ପ୍ରତିଟି ଫ୍ରାଞ୍ଚାଇଜ୍‌କୁ ଦଳରେ ସର୍ବାଧିକ ୨୫ ଖେଳାଳିଙ୍କୁ ରଖିବା ଲାଗି କୁହାଯାଏ ତେବେ ୬୧ଜଣ ଖେଳାଳି ନିଲାମରେ ଭାଗ ନେବେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶେଷ ହେବାର ଦିନକ ପରେ ନିଲାମ କାର୍ଯ୍ୟ ହେବ। ଏହା ଅପରାହ୍ନ ୩ଟାରୁ ଆରମ୍ଭ ହେବ। କିଙ୍ଗ୍ସ ଇଲେଭେନ ପଞ୍ଜାବ ସର୍ବାଧିକ ୫୩.୨୦ କୋଟି ଟଙ୍କା ପକେଟରେ ନେଇ ନିଲାମକୁ ଓହ୍ଲାଇବ। ଖେଳାଳି କ୍ରୟ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୩୫.୯୦ କୋଟି ଟଙ୍କା, ରାଜସ୍ଥାନ ରୟାଲ୍ସ ନିକଟରେ ୩୪.୮୫ କୋଟି, ଚେନ୍ନାଇ ସୁପର କିଙ୍ଗ୍ସ ପାଖରେ ୨୨.୯୦କୋଟି, ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ୧୫.୩୫ କୋଟି ଏବଂ ଡେକାନ ଚାର୍ଜର୍ସ ପାଖରେ ୧୨.୯ କୋଟି ଟଙ୍କା ରହିବ। କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ନିକଟରେ ୧୦.୭୫ କୋଟି ଟଙ୍କା ରହିବ। ଆଇପିଏଲ୍‌ର ୨୦୨୦ ସଂସ୍କରଣ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ସଂସ୍କରଣ ଭାରତରେ ହେବା ସମ୍ଭାବନା ରହିଛି। ଜାନୁୟାରୀ ୨୦ ରିଟେନଶନ ସମୟ ସୀମାର ଶେଷ ତାରିଖ ରହିଥିଲା। ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ଯଥାକ୍ରମେ ଷ୍ଟିଭ ସ୍ମିଥ୍‌ ଓ ଗ୍ଲେନ ମାକ୍ସଓ୍ବେଲଙ୍କୁ ରିଲିଜ କରିଛନ୍ତି। ଅନ୍ୟ ଯେଉଁ କେତେଜଣ ଜଣାଶୁଣା ଖେଳାଳି ରିଲିଜ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି କ୍ରିସ୍‌ ମୋରିସ, ହରଭଜନ ସିଂ ଓ ଆରୋନ ଫିଞ୍ଚ୍‌। ଫ୍ରାଞ୍ଚାଇଜ୍‌ଗୁଡ଼ିକ ମୋଟ ୧୩୯ ଖେଳାଳି ସେମାନଙ୍କ ପାଖରେ ରଖିଥିବାବେଳେ ୫୭ ଖେଳାଳିଙ୍କୁ ରିଲିଜ କରିଛନ୍ତି। କେଉଁ ଦେଶରୁ କେତେଜଣ ଖେଳାଳି ନାମ ପଞ୍ଜୀକରଣ କରିଛନ୍ତି, ତାହାର ଏକ ତାଲିକା ପ୍ରକାଶ କରାଯାଇଛି: ଅଷ୍ଟ୍ରେଲିଆ (୪୨), ଆଫଗାନିସ୍ତାନ (୩୦), ବାଂଲାଦେଶ (୫), ଇଂଲଣ୍ଡ (୨୧), ଆୟର୍ଲାଣ୍ଡ (୨), ନେପାଳ (୮), ନେଦରଲାଣ୍ଡ୍ସ (୮), ନ୍ୟୁଜିଲାଣ୍ଡ (୨୯), ସ୍କଟଲାଣ୍ଡ (୭), ଦକ୍ଷିଣ ଆଫ୍ରିକା (୩୮), ଶ୍ରୀଲଙ୍କା (୩୧), ସଂଯୁକ୍ତ ଆରବ ଏମିରେଟ୍ସ (୯), ଯୁକ୍ତରାଷ୍ଟ୍ର ଆମେରିକା (୨), ଓ୍ବେଷ୍ଟଇଣ୍ଡିଜ (୫୬) ଓ ଜିମ୍ବାଓ୍ବେ (୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri