ଓଡ଼ିଶାକୁ ୧୦,୦୧୨ କୋଟିର ଅନୁଦାନ

ଭୁବନେଶ୍ୱର,୪।୨(ବ୍ୟୁରୋ): କେନ୍ଦ୍ର ବଜେଟ ୨୦୨୩-୨୪ରେ ଓଡ଼ିଶାକୁ ୧୦,୦୧୨ କୋଟି ଟଙ୍କାର ରେଳ ଅନୁଦାନ ଆବଣ୍ଟିତ ହୋଇଛି। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଘୋଷଣା କରିଛନ୍ତି। ରାଜ୍ୟକୁ ମିଳିଥିବା ରେଳ ଅନୁଦାନ ମଧ୍ୟରେ ଏହା ସବୁଠୁ ଅଧିକ। ଏପରି କି କେନ୍ଦ୍ର ସରକାର ପୁଣି ଥରେ ରାଜ୍ୟ ମାଗିଥିବା ପରିମାଣଠାରୁ ଅଧିକ ଅନୁଦାନ ଦେଇଛନ୍ତି। ଏହି ଅନୁଦାନ ମଧ୍ୟରେ ୩୭ଟି ନୂଆ ରେଳ ଲାଇନ୍‌ ପ୍ରକଳ୍ପ ପାଇଁ ୨,୫୬୪ କୋଟି ଏବଂ ୪,୬୪୩ କି.ମି. ରେଳ ଲାଇନର ଦୋହରୀକରଣ ଲାଗି ୩,୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୨୮୯ କିଲୋମିଟର ଖୋର୍ଦ୍ଧା ରୋଡ୍‌- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ସର୍ବାଧିକ ୧,୫୯୯ କୋଟି ମଞ୍ଜୁୁର କରାଯାଇଥିବାବେଳେ ତାଳଚେର-ବିମଳାଗଡ଼ ରେଳ ଲାଇନ ପାଇଁ ୩୦୦ କୋଟି ଏବଂ ଅନୁଗୋଳ- ସୁକିନ୍ଦା ରୋଡ୍‌ ପାଇଁ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାସହିତ କେତେକ ଘୋଷଣା ମଧ୍ୟ କରାଯାଇଛି। ତଦନୁଯାୟୀ ଭୁବନେଶ୍ୱରର ଲିଙ୍ଗରାଜ ରୋଡ୍‌ ଷ୍ଟେଶନରୁ ପୁରୀ ପର୍ଯ୍ୟନ୍ତ ବନ୍ଦେ ମେଟ୍ରୋ ଟ୍ରେନର ଚଳାଚଳ କରାଯିବ। ରାଜ୍ୟର ୫୭ଟି ଷ୍ଟେଶନକୁ ନବୀକରଣ କରାଯିବ। ନୂତନ ଭାବେ ଜନ ଜାତୀୟ ଗୌରବ କରିଡର ଏବଂ ଶକ୍ତି କରିଡର ବ୍ୟବସ୍ଥା ହୋଇଛି। ଏଥିନିମନ୍ତେ ୨୮୪ କୋଟି ଟଙ୍କା ଲେଖାଏ ବ୍ୟୟବରାଦ କରାଯାଇଛି। ନୂତନ ପୋର୍ଟ ସଂଯୋଗୀକରଣ ପାଇଁ ୫୭ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି ରାଜ୍ୟରେ ୨୮୦ କିଲୋମିଟର ନୂଆ ରେଳ ଲାଇନ୍‌ ନିର୍ମାଣ କରାଯିବାକୁ ଘୋଷଣା ହୋଇଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗତ ୧ ତାରିଖରେ ଲୋକ ସଭାରେ ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିଥିଲେ। ସେଥିରେ ଭାରତୀୟ ରେଳର ବିକାଶ ଏବଂ ଭିତ୍ତିଭୂମି ସୁୁଦୃଢ଼ ପାଇଁ ୨.୪ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ତଦନୁଯାୟୀ ରେଳ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ରେଳ ବଜେଟରେ ବିଭିନ୍ନ ରାଜ୍ୟ ପାଇଁ ଆବଣ୍ଟିତ ଅର୍ଥ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାକୁ ମିଳିଥିବା ଟଙ୍କାର ପରିମାଣ ଓ ରେଲଓ୍ବେ ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ବଜେଟ ବହୁ ପୂର୍ବରୁ କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟକୁ ପ୍ରାୟ ୮,୪୦୦ କୋଟି ଟଙ୍କାର ବ୍ୟୟବରାଦ ପାଇଁ ଅନୁରୋଧ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ୧୦,୦୧୨ କୋଟି ଟଙ୍କା ଆବଣ୍ଟନ କରିଥିବା ବୈଷ୍ଣବ କହିଛନ୍ତି। ସୂଚନାଥାଉ କି, ୨୦୨୨-୨୩ ବଜେଟ୍‌ ପୂର୍ବରୁ ୭,୬୦୦ କୋଟି ଟଙ୍କା ଦାବି କରିଥିବା ବେଳେ କେନ୍ଦ୍ର ସରକାର ୯,୭୩୪ କୋଟି ଟଙ୍କାର ରେଳ ଅନୁଦାନ ଘୋଷଣା କରିଥିଲେ। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶା ବାର୍ଷିକ ହାରାହାରି ୮୩୪ କୋଟି ଟଙ୍କା ରେଳ ଅନୁଦାନ ମିଳୁଥିଲା। ଏହାର ୧୨ ଗୁଣ ଅଧିକ ଅନୁଦାନ ୨୦୨୩-୨୪ ନିମନ୍ତେ ଓଡ଼ିଶାକୁ ଯୋଗାଇ ଦିଆଯାଇଥିବା ସେ କହିଛନ୍ତି। ରେଳମନ୍ତ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷମଧ୍ୟରେ ପ୍ରାୟ ୨୮୦ କି.ମି. ରେଳଲାଇନ୍‌ ନିର୍ମାଣ ହେବ। ଗତ ଆର୍ଥିକ ବର୍ଷ ଅପେକ୍ଷା ଏଥର ଅନେକ ବିକାଶମୂଳକ କାର୍ଯ୍ୟ ଓ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇଛି। ଶତ ପ୍ରତିଶତ କାର୍ଯ୍ୟ ସହ ବ୍ୟୟବରାଦ ଟଙ୍କାର ପୂର୍ଣ୍ଣ ବିନିଯୋଗ ପାଇଁ ମନ୍ତ୍ରଣାଳୟ ଏବଂ ଓଡ଼ିଶା କ୍ଷେତ୍ରର ରେଳପଥ (ପୂର୍ବତଟ ରେଳପଥ) ପକ୍ଷରୁ ବ୍ୟାପକ ଆକ୍ସନ ପାଳନ ପ୍ରସ୍ତୁତ ହୋଇଥିବା ମନ୍ତ୍ରୀ କହିଛନ୍ତି। ୨୦୨୩ ଅଗଷ୍ଟ ଶେଷ ସୁଦ୍ଧା ଭାରତ ସରକାରଙ୍କ ମହତ୍ୱାକାଂକ୍ଷୀ ରେଳ ପ୍ରକଳ୍ପ ‘ବନ୍ଦେ ମେଟ୍ରୋ ଟ୍ରେନ’ ପ୍ରକଳ୍ପର ମାଷ୍ଟର ଡିଜାଇନ ଉନ୍ମୋଚନ କରାଯିବ। ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ ବନ୍ଦେ ମେଟ୍ରୋ ଟ୍ରେନ ଚାଲିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। କଟକ-ଭୁବନେଶ୍ୱର, ପୁରୀ-କଟକ/ଭୁବନେଶ୍ୱର, ରାଉରକେଲା- ସମ୍ବଲପୁର ଅଥବା ରାଉରକେଲା-ସୁନ୍ଦରଗଡ଼ ଭଳି ରେଳ ଅଞ୍ଚଳରେ ଉକ୍ତ ଟ୍ରେନ ଚାଲିବା ଯୋଜନା ରହିଥିବା ସେ କହିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ଆବଣ୍ଟିତ ଅର୍ଥର ୯୫% ଅର୍ଥ ବିଭିନ୍ନ ପ୍ରକଳ୍ପ ସାଙ୍ଗକୁ ରେଳପଥର ଉନ୍ନତୀକରଣ,ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ଭଳି କାର୍ଯ୍ୟରେ ବ୍ୟବହୃତ ହୋଇଛି।
ଏହି ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳ ବଜେଟରେ ଓଡ଼ିଶା କ୍ଷେତ୍ରକୁ ଆବଣ୍ଟିତ ଅର୍ଥର ହିସାବ ଦେଇଥିଲେ। ପୂର୍ବତଟ ରେଳପଥର ଆଗାମୀ କାର୍ଯ୍ୟକଳାପ ଓ ଆକ୍ସନ ପ୍ଲାନ୍‌ ସମ୍ପର୍କରେ ସେ ବିସ୍ତୃତ ଆଲୋକପାତ କରିଥିଲେ। ପୂର୍ବତଟ ରେଳପଥ ଓଡ଼ିଶାରେ ଦଶଗୁଣ ବିକାଶମୂଳକ କାର୍ଯ୍ୟ ସାଙ୍ଗକୁ ଭିତ୍ତିଭୂମି ଓ ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ କାର୍ଯ୍ୟ କରିବ ବୋଲି ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?