ଜିଆର୍‌ଏସ୍‌, କନିଷ୍ଠଯନ୍ତ୍ରୀଙ୍କୁ ୧ ହଜାର ଲେଖାଏ ଜରିମାନା

ଖୋର୍ଦ୍ଧା ଅଫିସ,୧୦ା୨: ବୋଲଗଡ଼ ବ୍ଲକ ପିଚୁକୁଳି ପଞ୍ଚାୟତ ସିଉଳା ମୌଜାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ଚାଲିଥିବା ପ୍ରକଳ୍ପରେ ଅନିୟମିତତା, ଜବକାର୍ଡଧାରୀଙ୍କ ପରିବର୍ତ୍ତେ ମେଶିିନ କାମ କରୁଥିବା ଏବଂ ଗୋଚର ଜମିରେ ପ୍ରକଳ୍ପ ନିର୍ମାଣ ଚାଲିଥିବା ନେଇ ଗ୍ରାମବାସୀ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନେଇ ଲୋକପାଳ ଏକ ମାମଲା ରୁଜୁକରି ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଗାଇଡଲାଇନ ଧାରା-୨୦୦୫ କାର୍ଯ୍ୟ ତ୍ରୁଟି ଲାଗି ଜିଆରଏସ୍‌ ଓ କନିଷ୍ଠଯନ୍ତ୍ରୀଙ୍କୁ ୧ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଏଥିସହିତ ଏଥିରେ ନିୟୋଜିତ ଶ୍ରମିକଙ୍କୁ ପାରିଶ୍ରମିକ ମିଳିବା ପରେ ପ୍ରକଳ୍ପ କାମ ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ କରିବା ଲାଗି କୌଣସି ବୟସ ସୀମା ନାହିଁ। ସ୍ବାସ୍ଥ୍ୟଗତ ସମସ୍ୟା ନ ଥିଲେ କିମ୍ବା ଗୋଷ୍ଠୀଗତ ଭାବେ ଅନ୍ୟ ଶ୍ରମିକମାନଙ୍କ ଆପତ୍ତି ଅଭିଯୋଗ ନଥିଲେ ଯେ କୌଣସି ବରିଷ୍ଠ ନାଗରିକ ଏଥିରେ କାମ କରିବେ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଗାଇଡଲାଇନ ଅନୁସାରେ ଗୋଟିଏ ପରିବାରକୁ ଶହେ ଦିନିଆ କାମ ଯୋଗାଇ ଦିଆଯିବ। ଏନେଇ ଜଣେ ବରିଷ୍ଠ ନାଗରିକ ପେନସନ ପାଉଥିଲେ ମଧ୍ୟ ଏଥିରେ କାମ ପାରିବେ। ଗୋଚର ଜମିରେ ନିର୍ମାଣ କାଯ୍ୟ ଚାଲିଥିବା ନେଇ କନିଷ୍ଠଯନ୍ତ୍ରୀ ସ୍ବୀକାର କରିଥିବା ଏବଂ ପଞ୍ଚାୟତିରାଜ ବିଭାଗର ୨୦୨୦ ଡିସେମ୍ବର ୨୯ ପ୍ରକାରେ ଚିଠି କମାଙ୍କ ନଂ.୨୦୮୦୭ ପ୍ରକାରେ ଗୋଚର ଜମିରେ ପ୍ରକଳ୍ପ ନିର୍ମାଣ ଲାଗି ଅନୁମତି ଦିଆଯାଇଛି। ତେଣୁ ଗୋଚର ଜମିରେ ପ୍ରକଳ୍ପ ନିର୍ମାଣ ଚାଲିଥିବା ନେଇ ଅଭିଯୋଗକାରୀ ଆଣିଥିବା ଅଭିଯୋଗକୁ ରଦ୍ଦ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସିଉଳା ମୌଜାରେ ଏକ ଗୋଚର ଜମିରେ ଫିଲ୍ଡ ବଣ୍ଡିଂ ଏବଂ ପର୍କୋଲେସନ ଟ୍ୟାଙ୍କ ଯୋଜନାରେ ୨ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ମାଟିକାମ ପାଇଁ ଜବ୍‌କାର୍ଡଧାରୀଙ୍କୁ ନିୟୋଜିତ ଲାଗି ବ୍ୟବସ୍ଥା ରହିଥିବା ବେଳେ ମେଶିନରେ କାମ କରାଯାଇଛି। ବିନା ସୂଚନା ଫଳକରେ କାମ ଚାଲିଥିବା ବେଳେ ଦୁଇଟି ପର୍ଯ୍ୟାୟରେ ୭୮ଟି କାର୍ଯ୍ୟ ଦିବସ ସୃଷ୍ଟି ହୋଇଥିବା ନେଇ ମଷ୍ଟର ରୋଲରେ ଦର୍ଶାଇ ସରକାରୀ ଅର୍ଥ ହରିଲୁଟ କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ୧୩ଜଣ ଜବ୍‌କାର୍ଡଧାରୀଙ୍କ ମଧ୍ୟରୁ ୪ଜଣ ବରିଷ୍ଠ ନାଗରିକ ରହିଥିବା ବେଳେ ସେମାନେ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ନେଇ ଗତ ୬ ତାରିଖରେ ଏକାଧିକ ଗ୍ରାମବାସୀ ଲୋକପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗକ୍ରମେ, ୭ ତାରିଖରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଲୋକପାଳ ଏକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିି କାମର ଯାଞ୍ଚ ସହ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ। ନିର୍ମାଣାଧୀନ ପ୍ରକଳ୍ପ ସମ୍ପର୍କରେ ଆସିଥିବା ଅଭିଯୋଗ ଉପରେ ଜିଆର୍‌ଏସ୍‌ ଓ କନିଷ୍ଠଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଗାଇଡ୍‌ଲାଇନ ଅନୁସାରେ ମଷ୍ଟର ରୋଲ ପ୍ରସ୍ତୁତ କରାଯାଇଛି କି ନାହିଁ, ଦୈନିକ ରିପୋଟ ପଞ୍ଜୀକରଣ କରାଯାଉଛି କି ତାହାର ଯାଞ୍ଚ କରିଥିଲେ। ଅଭିଯୋଗକାରୀ ଆଣିଥିବା ଅଭିଯୋଗକୁ ଆଧାର କରି ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିଛନ୍ତି। ଏନେଇ ଜିଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ କୁହନ୍ତି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମେଶିନ ଦ୍ୱାରା କାମ ହୋଇପାରିବ ନାହିଁ। ଏହା ସମସ୍ତ ବ୍ଲକସ୍ତରୀୟ ଅଧିକାରୀଙ୍କୁ ସୂଚିତ କରାଯାଇଛି। କୌଣସି ସ୍ଥାନରୁ ଅଭିଯୋଗ ଆସିଲେ ଟେକ୍ନିିକାଲ ଟିମ ଦ୍ୱାରା ତଦନ୍ତ କରାଯାଉଛି। ପଞ୍ଜୀକୃତ ଜବ୍‌କାର୍ଡଧାରୀଙ୍କୁ ନିର୍ଦ୍ଧାରିତ ପ୍ରକଳ୍ପ ମାଧ୍ୟମରେ କାମ ଯୋଗାଇ ଦିଆଯାଉଛି। ଏଥିରେ ବ୍ୟତିକ୍ରମ ହୋଇଥିବା ନେଇ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?