୧୦୦୦+ ମୃତ

ଗାଜା,୯ା୧୦ : ପାଲେଷ୍ଟାଇନ୍‌ର ହମାସ୍‌ ବିଦ୍ରୋହୀମାନେ ଶନିବାର ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିବା ପରେ ଏହା ଯୁଦ୍ଧର ରୂପ ନେଇଛି। ଜବାବୀ ଆକ୍ରମଣରେ ଇସ୍ରାଏଲ୍‌ ବାୟୁସେନା ଗାଜାଷ୍ଟ୍ରିପ୍‌ ଉପରେ ଜୋର୍‌ଦାର ବୋମାମାଡ଼ ଜାରି ରଖିଛି। ଏହି ସଂଘର୍ଷରେ ଉଭୟ ପକ୍ଷରୁ ୧,୦୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଲେଣି। ହମାସ୍‌ ବିଦ୍ରୋହୀଙ୍କ ଆକ୍ରମଣରେ ୬୦୦ରୁ ଅଧିକ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିଥିବାବେଳେ ଇସ୍ରାଏଲ୍‌ ମଧ୍ୟ ଗାଜାରେ ୪୦୦ରୁ ଊର୍ଦ୍ଧ୍ୱ ହମାସ୍‌ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଦାବି କରିଛି। ଇସ୍ରାଏଲ୍‌ ବିରୋଧରେ ହମାସ୍‌ ଶନିବାର ଅଚାନକ ଜୋର୍‌ଦାର ଆକ୍ରମଣ (ଅପରେଶନ ଅଲ୍‌-ଅକ୍‌ସା ଫ୍ଲଡ୍‌) ଆରମ୍ଭ କରିଦେବାରୁ ତେଲ୍‌ ଆଭିଭ୍‌ ପକ୍ଷରୁ ଯୁଦ୍ଧ ଘୋଷଣା କରାଯାଇଥିଲା। ହମାସ୍‌ ଆତଙ୍କବାଦୀମାନେ ୩,୦୦୦ରୁ ଊର୍ଦ୍ଧ୍ୱ ରକେଟ ମାଡ଼ କରିବା ସହ ଇସ୍ରାଏଲ୍‌ର ଦକ୍ଷିଣ ଭାଗରେ ଥିବା କେତେକ ସହରରେ ପ୍ରବେଶ କରି ଆକ୍ରମଣ ଚଳାଇଥିଲେ। ସେମାନେ ଅନେକ ନିରୀହ ଇସ୍ରାଏଲୀଙ୍କୁ ଗୁଳିକରି ହତ୍ୟା କରିବା ସହ କେତେଜଣ ସୈନ୍ୟ ଓ ସାଧାରଣ ନାଗରିକଙ୍କୁ ବନ୍ଦୀ କରି ନେଇଯାଇଛନ୍ତି। ସେମାନେ ଗାଜା ସୀମାରୁ ୧୫ ମାଇଲ ପର୍ଯ୍ୟନ୍ତ ଇସ୍ରାଏଲ୍‌ ଭିତରେ ପ୍ରବେଶ କରିବା ସହ ୨୨ଟି ସ୍ଥାନରେ ଆକ୍ରମଣ ଚଳାଇଥିଲେ। ଏବେବି ୮ଟି ସ୍ଥାନରେ ହମାସ୍‌ ବିଦ୍ରୋହୀ ଆକ୍ରମଣ ଜାରି ରଖିଥିବା ଇସ୍ରାଏଲୀ ସୈନ୍ୟବାହିନୀ ପକ୍ଷରୁ କୁହାଯାଇଛି।
ହମାସ୍‌ ଆକ୍ରମଣର ଜବାବ ଦେବାକୁ ଯାଇ ଇସ୍ରାଏଲୀ ସୈନ୍ୟବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ‘ଅପରେଶନ ଆଇରନ୍‌ ସୋର୍ଡସ୍‌’। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିବା ସହ ଉକ୍ତ ସଂଗଠନର ଗାଜା ଆଶ୍ରୟସ୍ଥଳକୁ ମାଟିରେ ମିଶାଇଦେବେ ବୋଲି ସଂକଳ୍ପ କରିଥିଲେ।
ହମାସ ବନ୍ଦୀ କରିନେଇଥିବା ଇସ୍ରାଏଲୀ ନାଗରିକ ଓ ସୈନ୍ୟ ଯୁଦ୍ଧ ଭବିଷ୍ୟତର ରୂପ ଦେବ ବୋଲି ସୈନ୍ୟବାହିନୀ ପକ୍ଷରୁ କୁହାଯାଇଛି।
ଇସ୍ରାଏଲ୍‌ ଭିତରେ ପଶିଥିବା ହମାସ୍‌ ବିଦ୍ରୋହୀ ଜଣେ ବାଳିକାଙ୍କୁ ତାଙ୍କ ମାଆବାପାଙ୍କ ସମ୍ମୁଖରେ ହତ୍ୟା କରିବା ପରେ ଦମ୍ପତି ଓ ସେମାନଙ୍କ ପୁଅକୁ ପଣବନ୍ଦୀ ରଖିଥିବାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଝିଅକୁ ସ୍ବର୍ଗକୁ ପଠାଇଦେଲୁ ବୋଲି ଜଣେ ହମାସ ଆତଙ୍କବାଦୀ କହୁଥିବା ଭିଡିଓରୁ ଶୁଣିବାକୁ ମିଳିଛି। ସେପଟେ ଲେବାନନ୍‌ର ଇସ୍‌ଲାମୀୟ ଗୋଷ୍ଠୀ ହେଜ୍‌ବୋଲ୍ଲା ରବିବାର ଇସ୍ରାଏଲୀ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରି ମୋର୍ଟାର ସେଲ୍‌ ମାଡ଼ କରିଛି। ଇସ୍ରାଏଲ୍‌ ସେନା ଲେବାନନ୍‌ ଉପରେ କମାଣ ଆକ୍ରମଣ କରିବା ସହ ସୀମାନ୍ତରେ ଥିବା ହେଜବୋଲ୍ଲା ପୋଷ୍ଟ ଉପରେ ଡ୍ରୋନ୍‌ ଆକ୍ରମଣ କରିଛି।

ଇସ୍ରାଏଲ୍‌, ଗାଜାରେ ଥିବା ଭାରତୀୟ ସୁରକ୍ଷିତ

ହମାସ୍‌ ବିଦ୍ରୋହୀ ଏବଂ ଇସ୍ରାଏଲୀ ସୈନ୍ୟଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ତେବେ ସେଠାରେ ଥିବା ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ବୋଲି ତେଲ୍‌ ଆଭିଭ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସେମାନଙ୍କୁ ସୁରକ୍ଷିତ ଭାବେ ଭାରତ ପଠାଇବା ପାଇଁ କେତେଜଣ ନାଗରିକ ଏବଂ ଅଟକି ରହିଥିବା ପର୍ଯ୍ୟଟକ ଦୂତାବାସ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଇସ୍ରାଏଲ୍‌ରେ ପ୍ରାୟ ୧୮,୦୦୦ ଭାରତୀୟ ରହିବା ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନଙ୍କ ପ୍ରତି କୌଣସି ଅପ୍ରୀତିକର ଘଟଣା ଘଟି ନ ଥିବା ଜଣାପଡ଼ିଛି। ଇସ୍ରାଏଲ୍‌କୁ କେତେକ ପର୍ଯ୍ୟଟକ ଗୋଷ୍ଠୀ ଏବଂ ବ୍ୟବସାୟୀ ଆସିଥିବାବେଳେ ସେମାନେ ଉତ୍ତେଜନା ମଧ୍ୟରେ ଫସିରହିଛନ୍ତି। ସେମାନେ ନିରାପଦର ସହ ଭାରତ ଫେରିଯିବାକୁ ଚାହାନ୍ତି। ତେଲ ଆଭିଭ୍‌ସ୍ଥିତ ଭାରତୀୟ ଦୂତାବାସ ଏବଂ ପାଲେଷ୍ଟାଇନ୍‌ରେ ଥିବା ଭାରତର ପ୍ରତିନିଧି କାର୍ଯ୍ୟାଳୟ ପକ୍ଷରୁ ସେଠାରେ ଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଥିଲା। ସେମାନଙ୍କୁ ସତର୍କ ରହିବା ସହ ଜରୁରୀ ପଡ଼ିଲେ କାର୍ଯ୍ୟାଳୟ ସହ ସିଧାସଳଖ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri