୧୦୦୦+ ମୃତ

ଗାଜା,୯ା୧୦ : ପାଲେଷ୍ଟାଇନ୍‌ର ହମାସ୍‌ ବିଦ୍ରୋହୀମାନେ ଶନିବାର ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିବା ପରେ ଏହା ଯୁଦ୍ଧର ରୂପ ନେଇଛି। ଜବାବୀ ଆକ୍ରମଣରେ ଇସ୍ରାଏଲ୍‌ ବାୟୁସେନା ଗାଜାଷ୍ଟ୍ରିପ୍‌ ଉପରେ ଜୋର୍‌ଦାର ବୋମାମାଡ଼ ଜାରି ରଖିଛି। ଏହି ସଂଘର୍ଷରେ ଉଭୟ ପକ୍ଷରୁ ୧,୦୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଲେଣି। ହମାସ୍‌ ବିଦ୍ରୋହୀଙ୍କ ଆକ୍ରମଣରେ ୬୦୦ରୁ ଅଧିକ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିଥିବାବେଳେ ଇସ୍ରାଏଲ୍‌ ମଧ୍ୟ ଗାଜାରେ ୪୦୦ରୁ ଊର୍ଦ୍ଧ୍ୱ ହମାସ୍‌ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଦାବି କରିଛି। ଇସ୍ରାଏଲ୍‌ ବିରୋଧରେ ହମାସ୍‌ ଶନିବାର ଅଚାନକ ଜୋର୍‌ଦାର ଆକ୍ରମଣ (ଅପରେଶନ ଅଲ୍‌-ଅକ୍‌ସା ଫ୍ଲଡ୍‌) ଆରମ୍ଭ କରିଦେବାରୁ ତେଲ୍‌ ଆଭିଭ୍‌ ପକ୍ଷରୁ ଯୁଦ୍ଧ ଘୋଷଣା କରାଯାଇଥିଲା। ହମାସ୍‌ ଆତଙ୍କବାଦୀମାନେ ୩,୦୦୦ରୁ ଊର୍ଦ୍ଧ୍ୱ ରକେଟ ମାଡ଼ କରିବା ସହ ଇସ୍ରାଏଲ୍‌ର ଦକ୍ଷିଣ ଭାଗରେ ଥିବା କେତେକ ସହରରେ ପ୍ରବେଶ କରି ଆକ୍ରମଣ ଚଳାଇଥିଲେ। ସେମାନେ ଅନେକ ନିରୀହ ଇସ୍ରାଏଲୀଙ୍କୁ ଗୁଳିକରି ହତ୍ୟା କରିବା ସହ କେତେଜଣ ସୈନ୍ୟ ଓ ସାଧାରଣ ନାଗରିକଙ୍କୁ ବନ୍ଦୀ କରି ନେଇଯାଇଛନ୍ତି। ସେମାନେ ଗାଜା ସୀମାରୁ ୧୫ ମାଇଲ ପର୍ଯ୍ୟନ୍ତ ଇସ୍ରାଏଲ୍‌ ଭିତରେ ପ୍ରବେଶ କରିବା ସହ ୨୨ଟି ସ୍ଥାନରେ ଆକ୍ରମଣ ଚଳାଇଥିଲେ। ଏବେବି ୮ଟି ସ୍ଥାନରେ ହମାସ୍‌ ବିଦ୍ରୋହୀ ଆକ୍ରମଣ ଜାରି ରଖିଥିବା ଇସ୍ରାଏଲୀ ସୈନ୍ୟବାହିନୀ ପକ୍ଷରୁ କୁହାଯାଇଛି।
ହମାସ୍‌ ଆକ୍ରମଣର ଜବାବ ଦେବାକୁ ଯାଇ ଇସ୍ରାଏଲୀ ସୈନ୍ୟବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ‘ଅପରେଶନ ଆଇରନ୍‌ ସୋର୍ଡସ୍‌’। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିବା ସହ ଉକ୍ତ ସଂଗଠନର ଗାଜା ଆଶ୍ରୟସ୍ଥଳକୁ ମାଟିରେ ମିଶାଇଦେବେ ବୋଲି ସଂକଳ୍ପ କରିଥିଲେ।
ହମାସ ବନ୍ଦୀ କରିନେଇଥିବା ଇସ୍ରାଏଲୀ ନାଗରିକ ଓ ସୈନ୍ୟ ଯୁଦ୍ଧ ଭବିଷ୍ୟତର ରୂପ ଦେବ ବୋଲି ସୈନ୍ୟବାହିନୀ ପକ୍ଷରୁ କୁହାଯାଇଛି।
ଇସ୍ରାଏଲ୍‌ ଭିତରେ ପଶିଥିବା ହମାସ୍‌ ବିଦ୍ରୋହୀ ଜଣେ ବାଳିକାଙ୍କୁ ତାଙ୍କ ମାଆବାପାଙ୍କ ସମ୍ମୁଖରେ ହତ୍ୟା କରିବା ପରେ ଦମ୍ପତି ଓ ସେମାନଙ୍କ ପୁଅକୁ ପଣବନ୍ଦୀ ରଖିଥିବାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଝିଅକୁ ସ୍ବର୍ଗକୁ ପଠାଇଦେଲୁ ବୋଲି ଜଣେ ହମାସ ଆତଙ୍କବାଦୀ କହୁଥିବା ଭିଡିଓରୁ ଶୁଣିବାକୁ ମିଳିଛି। ସେପଟେ ଲେବାନନ୍‌ର ଇସ୍‌ଲାମୀୟ ଗୋଷ୍ଠୀ ହେଜ୍‌ବୋଲ୍ଲା ରବିବାର ଇସ୍ରାଏଲୀ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରି ମୋର୍ଟାର ସେଲ୍‌ ମାଡ଼ କରିଛି। ଇସ୍ରାଏଲ୍‌ ସେନା ଲେବାନନ୍‌ ଉପରେ କମାଣ ଆକ୍ରମଣ କରିବା ସହ ସୀମାନ୍ତରେ ଥିବା ହେଜବୋଲ୍ଲା ପୋଷ୍ଟ ଉପରେ ଡ୍ରୋନ୍‌ ଆକ୍ରମଣ କରିଛି।

ଇସ୍ରାଏଲ୍‌, ଗାଜାରେ ଥିବା ଭାରତୀୟ ସୁରକ୍ଷିତ

ହମାସ୍‌ ବିଦ୍ରୋହୀ ଏବଂ ଇସ୍ରାଏଲୀ ସୈନ୍ୟଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ତେବେ ସେଠାରେ ଥିବା ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ବୋଲି ତେଲ୍‌ ଆଭିଭ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସେମାନଙ୍କୁ ସୁରକ୍ଷିତ ଭାବେ ଭାରତ ପଠାଇବା ପାଇଁ କେତେଜଣ ନାଗରିକ ଏବଂ ଅଟକି ରହିଥିବା ପର୍ଯ୍ୟଟକ ଦୂତାବାସ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଇସ୍ରାଏଲ୍‌ରେ ପ୍ରାୟ ୧୮,୦୦୦ ଭାରତୀୟ ରହିବା ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନଙ୍କ ପ୍ରତି କୌଣସି ଅପ୍ରୀତିକର ଘଟଣା ଘଟି ନ ଥିବା ଜଣାପଡ଼ିଛି। ଇସ୍ରାଏଲ୍‌କୁ କେତେକ ପର୍ଯ୍ୟଟକ ଗୋଷ୍ଠୀ ଏବଂ ବ୍ୟବସାୟୀ ଆସିଥିବାବେଳେ ସେମାନେ ଉତ୍ତେଜନା ମଧ୍ୟରେ ଫସିରହିଛନ୍ତି। ସେମାନେ ନିରାପଦର ସହ ଭାରତ ଫେରିଯିବାକୁ ଚାହାନ୍ତି। ତେଲ ଆଭିଭ୍‌ସ୍ଥିତ ଭାରତୀୟ ଦୂତାବାସ ଏବଂ ପାଲେଷ୍ଟାଇନ୍‌ରେ ଥିବା ଭାରତର ପ୍ରତିନିଧି କାର୍ଯ୍ୟାଳୟ ପକ୍ଷରୁ ସେଠାରେ ଥିବା ଭାରତୀୟ ନାଗରିକମାନଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଥିଲା। ସେମାନଙ୍କୁ ସତର୍କ ରହିବା ସହ ଜରୁରୀ ପଡ଼ିଲେ କାର୍ଯ୍ୟାଳୟ ସହ ସିଧାସଳଖ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?