Posted inଜାତୀୟ

ଶହେ ବର୍ଷ ପରେ ଭାରତକୁ ଫେରିବ ନିଜାମଙ୍କ ଖଣ୍ଡା

ହାଇଦ୍ରାବାଦ,୨୩ା୯: ଚତୁର୍ଦ୍ଦଶ ଶତାବ୍ଦୀରେ ହାଇଦ୍ରାବାଦ ନିଜାମ ଧରୁଥିବା ଏକ ସର୍ପାକୃତିର ପାରମ୍ପରିକ ଖଡ୍ଟ ଭାରତକୁ ଫେରିବ। ବିଂଶ ଶତାବ୍ଦୀରେ ଏହି ଖଣ୍ଡାକୁ ଜଣେ ବ୍ରିଟିଶ ଜେନେରାଲଙ୍କୁ ବିକ୍ରି କରିଦିଆଯାଇଥିଲା। ସ୍କଟଲାଣ୍ଡର ଗ୍ଲାସ୍‌ଗୋ ମ୍ୟୁଜିୟମଗୁଡ଼ିକୁ ପରିଚାଳନା କରୁଥିବା ଗ୍ଲାସ୍‌ଗୋ ଲାଇଫ୍‌ ପକ୍ଷରୁ ଭାରତକୁ ହସ୍ତାନ୍ତର କରାଯିବାକୁ ଥିବା ୭ ବିରଳ ସାମଗ୍ରୀ ମଧ୍ୟରୁ ନିଜାମ୍‌ଙ୍କ ଖଣ୍ଡା ଅନ୍ୟତମ। ଖଣ୍ଡା ଫେରସ୍ତ ପାଇଁ ମ୍ୟୁଜିୟମ କର୍ତ୍ତୃପକ୍ଷ ଓ ଭାରତୀୟ ଉଚ୍ଚାୟୁକ୍ତଙ୍କ ମଧ୍ୟରେ ନିକଟରେ ଚୁକ୍ତି ସ୍ବାକ୍ଷର ହୋଇଥିବା ବେଳେ ତାହା ନିର୍ଦ୍ଦିଷ୍ଟ ଭାବେ କେବେ ଫେରିବ ଜଣାପଡ଼ିନାହିଁ। ଏହି ସାମଗ୍ରୀଗୁଡ଼ିକ ଚୋରି ହୋଇଥିବା ନେଇ ପୂର୍ବରୁ ଦର୍ଶାଯାଇଥିଲା। ତେବେ ମହାରାଜା କିଷନ ପ୍ରସାଦ ଖଣ୍ଡାକୁ ବିକ୍ରି କରିଦେଇଥିବା ନେଇ ହସ୍ତାନ୍ତରଣ ସମ୍ପର୍କିତ ଦସ୍ତାବିଜରେ ଉଲ୍ଲେଖ କରାଯାଇଛି। ଗ୍ଲାସ୍‌ଗୋ ଲାଇଫ୍‌ କମ୍ୟୁନିକେଶନ୍ସ ଅଫିସର ଜୋନାଥନ୍‌ ରେଇଲି କହିଛନ୍ତି, ଏହି ଖଣ୍ଡାକୁ ୧୯୦୫ ମସିହାରେ ଜେନେରାଲ ସାର୍‌ ଆର୍କିବଲ୍ଟ ହଣ୍ଟର ବମ୍ବେ କମାଣ୍ଡର ଇନ୍‌-ଚିଫ୍‌ ଥିବା ବେଳେ ମହାରାଜା ତଥା ହାଇଦ୍ରାବାଦ ପ୍ରଧାନମନ୍ତ୍ରୀ ସାର୍‌ କିଷନ ପ୍ରସାଦ ବାହାଦୂର ୟାମିନ୍‌ଙ୍କଠାରୁ କିଣିଥିଲେ। ହଣ୍ଟରଙ୍କ ପୁତୁରା ୧୯୭୮ରେ ଏହାକୁ ଗ୍ଲାସ୍‌ଗୋ ଲାଇଫ୍‌ ମ୍ୟୁଜିୟମ୍‌କୁ ଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri