Posted inଜାତୀୟ

୧୦୦ କଏଦୀ ହେବେ ମୁକ୍ତ…

ଲକ୍ଷ୍ନୌ, ୨୩।୧ : ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଭଲ ଆଚରଣ, ବୃଦ୍ଧାବସ୍ଥାରେ ପହଞ୍ଚିଥିବା ଏବଂ ଗୁରୁତର ରୋଗରେ ପୀଡିତ ୧୦୦ କଏଦୀଙ୍କୁ ସରକାର ମୁକ୍ତ କରିବେ। ଯେଉଁମାନେ ୧୬ ବର୍ଷ ଜେଲ୍‌ ଦଣ୍ଡ ପୂରଣ କରିଛନ୍ତି ଅବା ୬୦ ବର୍ଷ ଅତିକ୍ରମ କରିଛନ୍ତି କିମ୍ବା ଗୁରୁତର ରୋଗରେ ଆକ୍ରାନ୍ତ ସେଭଳି କଏଦୀ ଙ୍କୁ ଜେଲରୁ ମୁକ୍ତ କରାଯିବ।

ଜେଲ ମୁଖ୍ୟାଳୟ ଦ୍ୱାରା ପଠାଯାଇଥିବା ଯୋଗ୍ୟ କଏଦୀଙ୍କ ଫାଇଲଗୁଡ଼ିକୁ ସରକାର ଯାଞ୍ଚ କରିଛନ୍ତି। ଏଥି ସହିତ, ସରକାର ପରବର୍ତ୍ତୀ ବୈଠକରେ ଯୋଗ୍ୟ କଏଦୀଙ୍କ ତାଲିକାକୁ ରାଜ୍ୟପାଳଙ୍କ ନିକଟକୁ ପଠାଇବେ। ବନ୍ଦୀମାନଙ୍କ ମୁକ୍ତି ଉପରେ ରାଜ୍ୟପାଳ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ତେବେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଯୁଜ୍ୟ ଆଚରଣ ବିଧିକୁ ଦୃଷ୍ଟିରେ ରଖି ସରକାର ଏନେଇ ନିର୍ବାଚନ ଆୟୋଗଙ୍କ ଅନୁମତି ନେବାକୁ ମଧ୍ୟ ବିଚାର କରୁଛନ୍ତି। ବାରାଣସୀ, ବରେଲି, ଆଗ୍ରା, ଫତେହଗଡ ଏବଂ ନୈନି ସେଣ୍ଟ୍ରାଲ ଜେଲ ଏବଂ ଲକ୍ଷ୍ନୌ ଜେଲର ତାଲିକାଭୁକ୍ତ ହୋଇଥିବା ଯୋଗ୍ୟ କଏଦୀଙ୍କ ବିବରଣୀ ଜେଲ ଡିଜି ଆନନ୍ଦ କୁମାର ସରକାରଙ୍କୁ ମୁକ୍ତ କରିବାକୁ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବି ଜେଲ୍‌ରେ ରହିବେ ଲାଲୁ, ଶୁଣାଣି ଘୁଞ୍ଚିଲା

ରାଞ୍ଚି,୬।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ନଭେମ୍ବର ୨୭ ପର୍ଯ୍ୟନ୍ତ ଘୁଞ୍ଚିଛି। ଫଳରେ ଚାରା ଘୋଟାଲା ମାମଲାରେ ଜେଲ୍‌ ଦଣ୍ଡ...

ଟୁଇଟର ବିରୋଧରେ ଚାଇଲ୍ଡ ପର୍ନୋଗ୍ରାଫି ମାମଲା

ନୂଆଦିଲ୍ଲୀ,୨୯।୬: ଟୁଇଟର ପିଛା ଛାଡ଼ିବାକୁ ନା ଧରୁନି ବିବାଦ। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୋଧରେ ଦିଲ୍ଲୀରେ ଚାଇଲ୍ଡ ପର୍ନୋଗ୍ରାଫି ମାମଲା ଦାୟର ହୋଇଛି। ୟୁଜର୍ସଙ୍କ...

କୃଷକ ଆନ୍ଦୋଳନ ଯୋଗୁ ବର୍ଷକରେ ୬୦ ହଜାର କୋଟି କ୍ଷତି…

ନୂଆଦିଲ୍ଲୀ,୩୦।୧୧: ଦିଲ୍ଲୀ ଏବଂ ଏହାର ଆଖପାଖ ରାଜ୍ୟରେ କୃଷକଙ୍କ ଆନ୍ଦୋଳନ ଯୋଗୁ ଏକ ବର୍ଷ ମଧ୍ୟରେ ପ୍ରାୟ ୬୦ ହଜାର କୋଟି ମୂଲ୍ୟର କାରବାର କ୍ଷତି...

ମସ୍‌ଜିଦ ନ ଯାଇ ଘରେ ଇଦ୍‌ ପାଳିଲେ ନକ୍‌ଭି

ନୂଆଦିଲ୍ଲୀ,୨୫।୫: ସାରା ଦେଶରେ ସୋମବାର ପାଳନ କରାଯାଇଛି ପବିତ୍ର ଇଦ୍‌-ଉଲ୍‌-ଫିତର ପର୍ବ। ଚଳିତ ବର୍ଷ କରୋନା ଭାଇରସ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ ଚାଲିଥିବାରୁ ଏଥର...

ବଢ଼ିବ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ସମୟ ସୀମା…

ନୂଆଦିଲ୍ଲୀ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ...

ମୌସୁମୀ ବର୍ଷା ନେଇଛି ୨ହଜାର ୩ଶହ ୯୧ ଜୀବନ: ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୧: ମୌସୁମୀ ବର୍ଷାରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ଦେଶରେ ୨ହଜାର ୩ଶହ ୯୧ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଲୋକସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ...

ପୁଣି ଥରେ ସିଦ୍ଧାର୍ଥ ହେଲେ ‘ମୋଷ୍ଟ ଡିଜାରେବଲ ମ୍ୟାନ-୨୦୨୦’

ମୁମ୍ବାଇ,୧୧।୬: ଟେଲି ପପୁଲାର ଶୋ’ ବିଗ୍‌ ବସ୍‌-୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ପୁଣି ଥରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ପ୍ରଶଂସକଙ୍କ ମନକୁ ଜିଣିପାରି...

କେନ୍ଦ୍ର ସରକାରଙ୍କ ଆଡ଼କୁ ଢଳିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୯।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ କେନ୍ଦ୍ରର ଭାଜପା ସରକାରଙ୍କ ଆଡକୁ ଢଲିଥିବା ଲକ୍ଷ୍ୟ କରାଯାଇଛି। ଦିଲ୍ଲୀର ଉନ୍ନତି ପାଇଁ ସେ କେନ୍ଦ୍ର ସରକାରଙ୍କ...

Advertisement
Archives

Model This Week