ଶହେ ମିଟରରୁ ୮.୭ କି.ମି. ଇକୋ ସେନ୍‌ସେଟିଭ୍‌ ଜୋନ୍‌

ରାଜନଗର,୧୩ା୬(ଭାସ୍କର ରାଉତରାୟ)ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ଅଭୟାରଣ୍ୟ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ୧ ଶହ ମିଟରଠାରୁ ୮.୭ କି.ମି. ପର୍ଯ୍ୟନ୍ତ ଇକୋ ସେନସେଟିଭ ଜୋନ୍‌ ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଗତ ୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୬ ସେପ୍ଟେମ୍ବର ୨୦୨୩ର ଅଧିସୂଚନାକୁ ୯ ଜୁନ୍‌ ୨୦୨୪ରେ ପ୍ରକାଶ କରାଯାଇଛି। ଏହି ଅଧିସୂଚନା ପ୍ରକାଶର ୬୦ଦିନ ଭିତରେ ପ୍ରସ୍ତାବ, ଆପତ୍ତି ଓ ପରାମର୍ଶ ଆହ୍ବାନ କରାଯାଇଛି। ୬୦ ଦିନର ଅବଧି ପରେ ଏହା ଆଇନରେ ପରିଣତ ହେବ। ଏହି ବିଜ୍ଞପ୍ତିକୁ ନେଇ ରାଜନଗରବାସୀଙ୍କ ସମେତ ୨୦୫ଟି ଗାଁର ଅଧିବାସୀ ନାନା ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି ା
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ଗେଜେଟ୍‌ ଅନୁଯାୟୀ ମ୍ୟାନ୍‌ଗ୍ରୁଭ ଫରେଷ୍ଟ ଡିଭିଜନ୍‌, ୱାଇଲ୍‌ଡ ଲାଇଫ୍‌ର ୩ ପ୍ରୋଟେକ୍‌ଟେଡ୍‌ ଏରିଆ ଭିତରକନିକା ୱାଇଲ୍‌ଡ୍‌ ଲାଇଫ୍‌ ସାଞ୍ଚୁରୀ (୧୯୭୫), ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ (୧୯୯୭), ଭିତରକନିକା ନ୍ୟାଶନାଲ ପାର୍କ (୧୯୯୮)ର ବାଉଣ୍ଡାରୀର ୧୦୦ମିଟରରୁ ୮.୭କି.ମି ଯାଏ ପରିଧିକୁ ଇକୋ ସେନ୍‌ସେଟିଭ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ୩ଟି ପ୍ରୋଟେକ୍‌ଟେଡ୍‌ ଏରିଆର ୪୯୭.୬୭ ବର୍ଗ କିମି ଅଞ୍ଚଳରେ ଏହି ଆଇନ ଲାଗୁ କରାଯାଇଛି। ଭିତରକନିକାରେ ୮୮ ପ୍ରକାରର ବିରଳ ଲୁଣା ଗଛ, କ୍ରୋକଡାଇଲ୍‌ ପ୍ରୋଜେକ୍ଟ, ଏସିଆର ସବୁଠୁ ବଡ଼ ବଗ ଗହନ ରହିଛି। ଏହାବାଦ୍‌ ଭିତରକନିକାକୁ ରାମ୍‌ସାର ସାଇଟ୍‌ ରୂପେ ଘୋଷଣା କରାଯାଇଥିବା ବେଳେ ଅନ୍ତର୍ଜାତୀୟ ଆଦ୍ରଭୂମିର ମାନ୍ୟତା ମିଳିସାରିଛି। ଏଠାରେ ଥିବା ଗହୀରମଥାରେ ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ମାସ୍‌ ନେସ୍‌ଟିଙ୍ଗ ମଧ୍ୟ ହେଉଛି। ଏହି ଅଞ୍ଚଳ ଜୈବ ବିବିଧତାରେ ସମୃଦ୍ଧ। ଏଥିରେ ମୁହାଣ, ସମୁଦ୍ର ପରିସଂସ୍ଥା ସହିତ ୬୧ ପ୍ରଜାତିର ଅମେରୁଦଣ୍ଡୀ ପ୍ରାଣୀ, ୨୦ ପ୍ରଜାତି ମାଛ, ୫ ପ୍ରଜାତିର ଉଭୟଚର ପ୍ରାଣୀ, ୪୨ ପ୍ରଜାତିର ସରୀସୃପ, ୨୮୦ ପ୍ରଜାତିରୁ ଅଧିକ ପକ୍ଷୀ, ୨୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀଙ୍କ ଆବାସସ୍ଥଳୀ। ସମୃଦ୍ଧ ଜୈବ ବିବିଧତା କାରଣରୁ ଏ ସବୁର ସଂରକ୍ଷଣ କରାଯିବା ନିହାତି ଆବଶ୍ୟକ ହୋଇଛି ା
ଭିତରକନିକା ୱାଇଲ୍‌ଡ୍‌ ଲାଇଫ୍‌ ସାଞ୍ଚୁରୀ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ, ଭିତରକନିକା ନ୍ୟାଶନାଲ୍‌ ପାର୍କର ୧ଶହ ମିଟରରୁ ୮.୭ କି.ମି.ର ପରିଧି ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ରାଜନଗର ବ୍ଲକର ୫୨ ଗଁା, ପଟ୍ଟମୁଣ୍ଡାଇ ବ୍ଲକର ୮ ଗଁା, ମହାକାଳପଡ଼ା ବ୍ଲକର ୩୮ ଗଁା, ଆଳି ବ୍ଲକର ୩୨ ଗଁା, ରାଜକନିକା ବ୍ଲକର ୩୦ ଗଁା ସମେତ ଭଦ୍ରକ ଜିଲାର ଚାନ୍ଦବାଲି, ବାଂଶଡା, ତିହିଡି ବ୍ଲକର ୪୫ ଗଁା ସମେତ ମୋଟ୍‌ ୨୦୫ ଗଁା ଆସୁଛି। ଇକୋ ସେନସେଟିଭ୍‌ ଜୋନ୍‌ର ଫାଇନାଲ୍‌ ଗେଜେଟ୍‌ ପ୍ରକାଶ ପାଇଲା ପରେ ଏହି ୨୦୫ ଗଁାରେ ଶବ୍ଦ ପ୍ରଦୂଷଣଠାରୁ ଆରମ୍ଭ କରି ବାୟୂ ପ୍ରଦୂଷଣ, ଭୂମି ପରିଚାଳନା, ଜଳଉତ୍ସର ବ୍ୟବହାର, ଆବର୍ଜନା ପରିଚାଳନା ଉପରେ ରୋକ ଲାଗିବା ସହ ଗାଡ଼ି ଚଳାଚଳ ମଧ୍ୟ ନିୟନ୍ତ୍ରିତ ହେବ। ଏପରି କି ଇକୋ ସେନ୍‌ସେଟିଭ୍‌ ଜୋନ୍‌ ମଧ୍ୟରେ ନୂତନ ନିର୍ମାଣ ଉପରେ କଟକଣା କରାଯାଇଥିବା ବେଳେ ପର୍ଯ୍ୟଟନ ଭିତ୍ତିକ କାର୍ଯ୍ୟକ୍ରମ ବି ଗାଇଡ୍‌ ଲାଇନ୍‌ ଭିତରେ ହେବ ବୋଲି ସୂଚନା ମିଳିଛି ା
ଏହି ଇକୋ ସେନ୍‌ସେଟିଭ୍‌ ଜୋନ୍‌କୁ କ୍ରିୟାଶୀଳ ଭାବେ ପରିଚାଳନା କରିବାକୁ ସ୍ଥାନୀୟ ଲୋକଙ୍କ ମତାମତ ନେଇ ରାଜ୍ୟ ସରକାର ୨ ବର୍ଷ ଭିତରେ ଜୋନାଲ୍‌ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବେ। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ, ସହରାଞ୍ଚଳ ବିକାଶ, ପର୍ଯ୍ୟଟନ, ମ୍ୟୁନିସିପାଲିଟି, ରାଜସ୍ବ, କୃଷି, ଜଳସେଚନ, ବନ୍ୟା ନିୟନ୍ତ୍ରଣ, ପୂର୍ତ୍ତ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣଙ୍କ ସହିତ ବିଚାର ବିମର୍ଶ କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିବେଶ ଆଇନକୁ ଭିତ୍ତିକରି ଏହି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହେବ। ପରିବେଶ ସମ୍ବେଦନଶୀଳ ଅଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ମନିଟରିଂ କମିଟି ଗଠନ ପାଇଁ ଗେଜେଟ୍‌ରେ ନିଷ୍ପତ୍ତି ହୋଇଛି। କେନ୍ଦ୍ରାପଡ଼ା ଜିଲାପାଳ ଏହି କମିଟିର ଅଧ୍ୟକ୍ଷ ରହିଥିବାବେଳେ ଭଦ୍ରକ ଜିଲାପାଳ ଓ ଏସ୍‌ପିଙ୍କ ପ୍ରତିନିଧି, କେନ୍ଦ୍ରାପଡ଼ା ଏସ୍‌ପି, ଏନ୍‌ଜିଓ ସଦସ୍ୟ, ରାଜ୍ୟ ସରକାରଙ୍କ ମନୋନୀତ ପରିବେଶବିତ୍‌, ପ୍ରଦୂଷଣ ବିଭାଗର ସଚିବଙ୍କ ପ୍ରତିନିଧି, ଭଦ୍ରକ ଓ ରାଜନଗର ଡିଏଫ୍‌ଓଙ୍କୁ ଏହାର ସଦସ୍ୟ ସଚିବ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?