Posted inଖେଳ

୧୦୦ ମି. ବ୍ୟାକ୍‌ଷ୍ଟ୍ରୋକ୍‌ରେ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆ ମହିଳା ସନ୍ତରଣକାରୀ

ଆଡିଲେଡ୍‌,୧୪।୬(ଏପି): ଅଷ୍ଟ୍ରେଲୀୟ ସନ୍ତରଣକାରୀ କୋଲି ମ୍ୟାକ୍‌କେଓନ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ ଇଭେଣ୍ଟରେ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ରବିବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ଅଲିମ୍ପିକ ଟ୍ରାଏଲ୍ସରେ ୧୯ ବର୍ଷୀୟ ମ୍ୟାକ୍‌କେଓନ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସାଉଥ୍‌ ଅଷ୍ଟ୍ରେଲିଆନ ଆକ୍ୱାଟିକ୍‌ ସେଣ୍ଟରରେ ସେ ୫୭.୪୫ ସେକେଣ୍ଡ ନେଇ ଏହି ସଫଳତା ପାଇଛନ୍ତି। ପୂର୍ବରୁ ଆମେରିକାର ରେଗାନ ସ୍ମିଥ୍‌ ୨୦୧୯ରେ ୫୭.୫୭ ସେକେଣ୍ଡ ସମୟ ନେଇ ରେକର୍ଡ ସୃଷ୍ଟି କରିଥିଲେ।
ମ୍ୟାକ୍‌କେଓନଙ୍କ ବାପା ଶୋଲଟୋ ଗତ ଅଗଷ୍ଟ ମାସରେ ବ୍ରେନ୍‌ କ୍ୟାନ୍ସରରେ ମୃତ୍ୟୁବରଣ କରିଥିଲେ। ଅସମୟରେ ପିତାଙ୍କ ଦେହାନ୍ତ ତାଙ୍କୁ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇଥିଲା ବୋଲି ସେ କହିଛନ୍ତି। ଆସନ୍ତା ମାସ ଟୋକିଓ ଅଲିମ୍ପିକ୍ସରେ ସେ ଏହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି। ଆମେରିକୀୟ ତାରକା ସ୍ମିଥ୍‌ଙ୍କ ସହ ତାଙ୍କର ପ୍ରତିଦ୍ୱନ୍ଦ୍ୱିତା ହେବ। ଏମିଲି ସିବୋମ ୫୮. ୫୯ ସେକେଣ୍ଡ ସମୟ ନେଇ ମ୍ୟାକ୍‌କେଓନଙ୍କ ପଛକୁ ରହି ଦ୍ୱିତୀୟ ସ୍ଥାନରେ ରହିଥିଲେ ଓ ଚତୁର୍ଥ ଥର ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜନ୍ମଦିନରେ କ୍ରିକେଟକୁ ବାଏ ବାଏ କହିଲେ ଏହି ଦ୍ରୁତ ବୋଲର

ଚେନ୍ନାଇ,୨୧ା୧୨: ଆଜି ଅର୍ଥାତ୍‌ ଡିସେମ୍ବର ୨୧ରେ ତାମିଲନାଡୁ ତଥା ଚେନ୍ନାଇ ସୁପର କିଙ୍ଗ୍‌ସର ଉଦୀୟମାନ ଦ୍ରୁତ ବୋଲର ୟୋ ମହେଶଙ୍କ ଜନ୍ମଦିନ। ସେ ଆଜି ୩୩...

ନ୍ୟୁଜିଲାଣ୍ଡ ସ୍ଥିତି ମଜଭୁତ୍‌

କାନପୁର,୨୯।୧୧: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ତଥା ଶେଷ ଦିନ। ଶେଷ...

ଖେଳାଳିଙ୍କୁ ବିସିସିଆଇର ଚେତାବନୀ: ରିପୋର୍ଟ ନେଗେଟିଭ୍‌ ନ ଆସିଲେ ଇଂଲଣ୍ଡ ଗସ୍ତରୁ ବାଦ୍‌

ନୂଆଦିଲ୍ଲୀ, ୧୨।୫- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତୀୟ ଦଳ ପ୍ରସ୍ତୁତ ହେଉଛି। ନିକଟରେ...

ଭାରତ ଆୟୋଜନ କରିବ ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌

ନୂଆଦିଲ୍ଲୀ,୧୩।୪ (ପି.ଟି.): ଚଳିତବର୍ଷ ନଭେମ୍ବର- ଡିସେମ୍ବରରେ ଭାରତ ଉଭୟ ପୁରୁଷ ଓ ମହିଳା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ ଆୟୋଜନ କରିବ। ବକ୍ସିଂ ଜାତୀୟ ଫେଡେରେଶନ ସୋମବାର...

ଅବଶିଷ୍ଟ ଭାରତ ଟାଇଟଲ ବଜାୟ ରଖିଲା

ଗ୍ବାଲିୟର, ୬ା୩ (ପି.ଟି.): ମଧ୍ୟ ପ୍ରଦେଶକୁ ୨୩୮ ରନରେ ପରାସ୍ତ କରି ଅବଶିଷ୍ଟ ଭାରତ ଦଳ ସମ୍ମାନଜନକ ଇରାନୀ କପ୍‌ ଟାଇଟଲ ବଜାୟ ରଖିଛି। ଅସମ୍ଭବ...

କାମ ଦେଉଛି ଗୁରୁମନ୍ତ୍ର; ହେଲେ ୧୪୦ କିମିରୁ ଅଧିକ ବେଗରେ ବୋଲିଂ କରିପାରୁନି

ରାଞ୍ଚି, ୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମୁକାବିଲାରେ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ହର୍ଶଲ ପଟେଲ। ଚଳିତ ବର୍ଷ ସେ...

ନିଜର ଡେବ୍ୟୁ ମ୍ୟାଚ୍‌ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍‌: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୧୪।୮: ଜଣେ କ୍ରିକେଟ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା ତାଙ୍କୁ ପୁନର୍ବାର...

ମୁମ୍ବାଇ ଦଳରେ ଅର୍ଜୁନ

ମୁମ୍ବାଇ, ୨୭।୮- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ କ୍ରିକେଟ୍‌ ଦଳରେ ସ୍ଥାନ ପାଇଛନ୍ତି। ନାଗପୁରରେ ସେପ୍ଟେମ୍ବର ୫ରୁ ହେବାକୁ ଥିବା ‘ବପୁନା...

Advertisement
Archives

Model This Week