୧୦୦ଦିନ ପୂରଣ କଲା ତାଲିବାନ ହେଲେ ମିଳିଲାନି ମାନ୍ୟତା

କାବୁଲ,୨୫ ।୧୧: ଆଫଗାନିସ୍ତାନରେ ତାଳିବାନର ଶାସନକୁ ୧୦୦ ଦିନ ପୂରଣ ହୋଇଛି । ଇତିମଧ୍ୟରେ ତାଳିବାନକୁ ଶିକ୍ଷା ମିଳିଛି ଯେ କୌଣସି ଶାସନକୁ ହଟାଇ ଦେଶକୁ ନିଜ ଅକ୍ତିୟାରକୁ ନେବା ସହଜ କଥା, ହେଲେ ଏହାକୁ ଅନ୍ତରାଷ୍ଟ୍ରୀୟ ମାନ୍ୟତା ମିଳିବା ସହଜ କଥା ନୁହେଁ । ଆଫଗାନିସ୍ତାନର ନୂଆ ସରକାରର ମୁଖ୍ୟ ମାୱଲାଇ ହବିବୁଲ୍ଲା ଅଖଂଦଜାଦ ରହିଛନ୍ତି । ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ, ଇତିମଧ୍ୟରେ ଆମରି ଖାଁ ମୁତକିଙ୍କ ନେତୃତ୍ୱରେ ଆଫଗାନ ସରକାର ଅନ୍ତରାଷ୍ଟ୍ରୀୟ ମାନ୍ୟତା ପାଇବାକୁ ବହୁବାର ଚେଷ୍ଟା କଲେଣି ହେଲେ ଏଥିରେ ସଫଳତା ମିଳି ପାରୁ ନାହିଁ । ଏହାକୁ ନେଇ କେତେଜଣ ଅଧିକାରୀ ବିଭିନ୍ନ ଦେଶ ଗସ୍ତ କରି ସାରିଲେଣି । ଆଉ ଏହାର ଜବାବରେ ୬ ଦେଶର ପ୍ରତିନିଧି ଆଫଗାନିସ୍ତାନ ଯାଇ ସେଠାକାର ଅଧିକାରୀଙ୍କ ସହ କଥା ହୋଇ ସାରିଲେଣି । ଅନ୍ୟପଟେ ଇରାନ, ପାକିସ୍ତାନ, ଭାରତ, ରୁଷିଆ ଓ ଚାଇନା ଆଫଗାନିସ୍ତାନର ଭବିଷ୍ୟତକୁ ନେଇ ବୈଠକ କରିଛନ୍ତି । ସରକାରଙ୍କ ଆଶାର ବିପରିତ ଏହି ବୈଠକରେ ଆଫଗାନିସ୍ତାନରେ ତାଲିବାନ ସରକାରଙ୍କୁ ମାନ୍ୟତା ଦେବା ଉପରେ ଆଲୋଚନା ହୋଇ ନ ଥିଲା । ଏଥିରେ କୁହାଯାଇଥିଲା କି ଆଫଗାନିସ୍ତାନର ମାଟି ଆଙ୍କବାଦ ପାଇଁ ବ୍ୟବହାର ନ ହେଉ । ଏଥିପାଇଁ ଇସଲାମି ସରକାରଙ୍କ ବିଦେଶ ନୀତି ଓ କୁଟନୈତିକ ସମ୍ପର୍କ କେବଳ କିଛି ପଡୋଶୀ ଦେଶ ପାଖରେ ସୀମିତ ହୋଇ ରହିଗଲା । ଏହାପରେ ବୈଦେଶିକ ମନ୍ତ୍ରଣାଳୟର ପୂର୍ବତନ ମୁଖ୍ୟ ମରାମର୍ଶଦାତା ଫକରୁଦ୍ଦିନ କ୍ୱାରିଜାଦା କହିଛନ୍ତି, ବିଶ୍ୱ ଅପେକ୍ଷା କରିଛି ତାଲିବାନ ଦେଇଥିବା କଥାକୁ ପୂରଣ କରୁଛି ନା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବିଆର୍‌ଆଇ ଫୋରମ୍‌ରେ ଯୋଗଦେଲାନି ଭାରତ

ବେଜିଂ,୨୭ା୪(ଆଇଏଏନ୍‌ଏସ୍‌): ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ବିରୋଧ କରି ଭାରତ ଦ୍ୱିତୀୟ ଥର ଲାଗି ବେଜିଂର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଫୋରମ୍‌ରୁ ନିଜକୁ...

ମଝି ଆକାଶରୁ ତଳେ ଖସିଲା ହେଲିକପ୍ଟର: ସମସ୍ତ ଯାତ୍ରୀ ସୁରକ୍ଷିତ

ଲଣ୍ଡନ, ୨୮।୭: କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦସ୍ୟତମ ଉଦାହରଣ ବ୍ରିଟେନ୍‌ରେ ଘଟିଛି। ଏଠାରେ ୪ ଜଣ ଲୋକଙ୍କୁ ନେଇ ଯାଉଥିବା...

ଆକାଶରୁ ଖସିଲା ଜଳନ୍ତା ଗ୍ରହପିଣ୍ଡ

ହାଭାନା,୨୧।୩: ମଧ୍ୟ ଆମେରିକା ଦେଶ କ୍ୟୁବାରେ ଶନିବାର ରାତ୍ର ୧୦ଟା ୬ରେ ଆକାଶରୁ ଏକ ଜଳନ୍ତା ଗ୍ରହପିଣ୍ଡ ପ୍ରଚଣ୍ଡ ଶବ୍ଦ କରି ଭୂପୃଷ୍ଠରେ ପଡ଼ିଛି। ଜଳନ୍ତା...

ଟ୍ରମ୍ପ୍‌ ସମର୍ଥକଙ୍କ ସିନେଟ୍‌ ଦଖଲ ଉଦ୍ୟମ : ଓ୍ବାଶିଂଟନରେ କର୍ଫ୍ୟୁ

ଓ୍ବାଶିଂଟନ,୭।୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଦାୟ ନେବାକୁ ଯାଉଛନ୍ତି। ତେବେ ଅନ୍ତିମ ଦିନ ପାଖେଇ ଆସୁଥିବାବେଳେ ମଧ୍ୟ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିଜୟକୁ ବିରୋଧ...

ଏଆଇ ଧରିବ କରୋନା

ବେଜିଂ: କରୋନା ଆତଙ୍କରେ ଥରହର ହେଉଛି ସାରା ବିଶ୍ୱ। ଦିନକୁ ଦିନ ଏହି ଭୂତାଣୁ ଗୋଟିଏ ପରେ ଗୋଟିଏ ଦେଶରେ କାୟା ମେଲାଇ ଚାଲିଛି। ଏହି...

ଜଙ୍ଗଲରେ ନିଆଁ: ସାଇକେଲ ଆରୋହୀଙ୍କୁ ଅଟକାଇ ପାଣି ପିଇଲା କୋଆଲା; ଭିଡ଼ିଓ ଭାଇରାଲ

ଏଡ଼ିଲେଡ୍‌,୨୯।୧୨: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନା ଧରୁନି। ବହୁ ବନ୍ୟପ୍ରାଣୀଙ୍କ ଏହାଦ୍ୱାରା ମୃତ୍ୟୁ ଘଟିଥିବା କୁହାଯାଉଛି। ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଜଙ୍ଗଲ ନିଆଁ...

ଗୁଗଲ୍‌ ନାଁରେ ୩୬ ରାଜ୍ୟରେ ମାମଲା

ଓ୍ବାଶିଂଟନ, ୯।୭:ଆଣ୍ଟିଟ୍ରଷ୍ଟ ଆଇନ ଉଲ୍ଲଂଘନ ଅଭିଯୋଗରେ ଗୁଗଲ୍‌ ବିରୋଧରେ ଆମେରିକାର ୩୬ ରାଜ୍ୟ ଏବଂ ଓ୍ବାଶିଂଟନ ଡିସି ପକ୍ଷରୁ ମାମଲା ଦାଏର ହୋଇଛି। ଏହି ସର୍ଚ୍ଚ...

କରୋନା ସଂକ୍ରମଣ ଯୋଗୁ ୯୫ ଦେଶରେ ମିଳିମିଳା- ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ପ୍ରଭାବିତ: ସଙ୍କଟରେ ୮କୋଟି ଶିଶୁ

ଓ୍ବାଶିଂଟନ,୨୬।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ୯୫ଟି ଦେଶରେ ମିଳିମିଳା ଓ ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ପ୍ରଭାବିତ ହୋଇଛି।...

Advertisement


Archives

Model This Week