Posted inଜାତୀୟ

ମା’ ଶୋଇଛନ୍ତି ଭାବି ଉଠାଉ ନ ଥିଲେ ପୁଅ, ୪ ଦିନ ପରେ ଘରୁ ଗନ୍ଧ ବାହାରିବାରୁ…

ହାଇଦ୍ରାବାଦ, ୧୩ା୩: ଆନ୍ଧ୍ରପ୍ରଦେଶର ତିରୁପତି ନିକଟରେ ଥିବା ବିଦ୍ୟାନଗର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍‌ନାକୁ ଆସିଛି। ମା’ ଅସୁସ୍ଥ ଥିବାରୁ ସେ ଶୋଇଛନ୍ତି ଭାବି ଜଣେ ୧୦ ବର୍ଷର ବାଳକ ତାଙ୍କ ମୃତଦେହ ନିକଟରେ ୪ ଦିନ ବିତାଇଛନ୍ତି। ଘରୁ ପଚାଗନ୍ଧ ବାହାରିବା ପରେ ଘଟଣା ବାବଦରେ ଜଣାପଡ଼ିଛି। ଗତ ୮ ତାରିଖରୁ ମହିଳା ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି।

ନାମ୍ନୀ ମହିଳା ତାଙ୍କ ପୁଅ ଶ୍ୟାମ କିଶୋରଙ୍କ ସହ ରହୁଥିଲେ। କୌଣସି ବିବାଦ କାରଣରୁ ତାଙ୍କ ସ୍ବାମୀ ପାଖରେ ନ ଥିଲେ। ରାଜ୍ୟଲକ୍ଷ୍ମୀଙ୍କ ଦେହ ଅସୁସ୍ଥ ଥିବାରୁ ସେ ଘରେ ଥିଲେ। ଗତ ୮ ତାରିଖରେ ସେ ବାନ୍ତି କରିବା ସହ ହଠାତ୍‌ ଅଚେତ ହୋଇପଡ଼ିଥିଲେ। ହେଲେ ଶ୍ୟାମ କିଶୋର ଏ ବାବଦରେ କିଛି ବୁଝିପାରି ନ ଥିଲେ। ଏଥିସହ ମା’ଙ୍କ ଦେହ ଭଲ ନ ଥିବାରୁ ସେ ବିଶ୍ରାମ ନେଉଛନ୍ତି ମନେକରି ତାଙ୍କୁ ଉଠାଇ ନ ଥିଲେ। ରାଜ୍ୟଲକ୍ଷ୍ମୀଙ୍କ ମରଶରୀର ସେବେଠାରୁ ଘରେ ଥିଲା ଏବଂ ଶ୍ୟାମ କିଶୋର ମା’ଙ୍କ ସହ ସେଠାରେ ୪ ଦିନ ରହିଥିଲେ। ଘରୁ ଗନ୍ଧ ବାହାରିବାରୁ ସେ ଜଣେ ସମ୍ପର୍କୀୟଙ୍କୁ ଏ ନେଇ ଜଣାଇଥିଲେ। ଖବରପାଇ ପୋଲିସ ମୃତଦେହ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ସାହାଜଲଥା ସ୍କୁଲରେ ଯୋଗଦେଲେ ନୂଆ ଶିକ୍ଷକ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର, ଅଭିଭାବକ

ଅମରପାଲି,୫ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଉପାନ୍ତ ତଥା ଜଙ୍ଗଲଘେରା ସାହାଜଲଥା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧଦେବ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri