Posted inରାଜ୍ୟ

୧୦ରୁ ପ୍ରାଚୀ ପରିକ୍ରମା ପଦଯାତ୍ରା

ଭୁବନେଶ୍ୱର, ୯।୨ (ବ୍ୟୁରୋ): ଆସନ୍ତା ୧୦ ତାରିଖରୁ ପ୍ରାଚୀ ପରିକ୍ରମା ପଦଯାତ୍ରା ଆରମ୍ଭ ହେବ। ଶ୍ରୀ ଅନ୍ଧକପିଳେଶ୍ୱର ମନ୍ଦିର, କପିଳେଶ୍ୱରପୁର, ଅଡଶପୁରଠାରୁ ଆରମ୍ଭ ହେବାକୁ ଥିବା ଏହି ପରିକ୍ରମାରେ ଓଡ଼ିଶାର ବରେଣ୍ୟ ସନ୍ଥବୃନ୍ଦ ପ୍ରାଚୀ ନଦୀକୂଳରେ ଅବସ୍ଥିତ ଦ୍ୱାଦଶ ମାଧବ, ଦ୍ୱାଦଶ ମଠ, ଦ୍ୱାଦଶ ଋଷିଙ୍କ ଆଶ୍ରମ, ଦ୍ୱାଦଶ ଶକ୍ତିପୀଠ, ଦ୍ୱାଦଶ ଶମ୍ଭୁ ତଥା ଅନେକ ତୀର୍ଥକ୍ଷେତ୍ର ପରିକ୍ରମା କରିବେ। ଏନେଇ ବୁଧବାର ସ୍ବାମୀ ସମର୍ପଣାନନ୍ଦ ଗିରି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୧୦ ତାରିଖରେ ପଦଯାତ୍ରୀମାନେ ରାଧାକାନ୍ତ ମଠ, ନୂଆଗାଁ, ୧୧ରେ ଶ୍ରୀମାଧବାନନ୍ଦ ମନ୍ଦିର, ମାଧବ, ୧୨ରେ ଦେଉଳି ମଠ, କାକଟପୁର, ୧୩ରେ କେଲୁଣି ମୁହାଣ ଓ କେଉଟଜଙ୍ଗା, ୧୪ରେ ପ୍ରାଚୀଗୁରୁ ଧର୍ମ କ୍ଷେତ୍ର, ନୂଆମଠ, ନୟାହାଟ, ୧୫ରେ ବୁଦ୍ଧିକେଶ୍ୱର ମନ୍ଦିର, ଦେଉଳିଧରପୁର ଠାରେ ରାତ୍ରି ଯାପନ କରିବେ। ଶେଷରେ ୧୬ରେ ଶ୍ରୀ ଅନ୍ଧକପିଳେଶ୍ୱର ମନ୍ଦିର, କପିଳେଶ୍ୱରପୁରଠାରେ ପୂର୍ଣ୍ଣାହୂତି ଦିଆଯିବ। ଏହି ଅବସରରେ ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ପ୍ରାଚୀ ନଦୀରେ ଆଳତି ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଅବକ୍ଷୟମୁଖୀ ନଦୀ ମାତୃକାର ପୁନରୁଦ୍ଧାର ଉଦ୍ଦେଶ୍ୟରେ ୨୦୧୨ରୁ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ଏହି ପ୍ରାଚୀ ପରିକ୍ରମା ପଦଯାତ୍ରା ଓ ପ୍ରାଚୀ ନଦୀ ପୁନରୁଦ୍ଧାର ଦିଗରେ ଜନଜାଗରଣ ଆଣିବା ପାଇଁ ବଳିଷ୍ଠ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri