Posted inଖେଳ

ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବେନି ଏସବୁ ଖେଳାଳି…

ନୂଆଦିଲ୍ଲୀ,୨୩।୮: ଆଇପିଏଲ ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି। ଆଇପିଏଲର ପ୍ରଥମ ପର୍ଯ୍ୟାୟ ଭାରତରେ ଖେଳାଯାଉଥିଲା, କିନ୍ତୁ କରୋନା ମହାମାରୀ ସଂକ୍ରମଣ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ସେପ୍ଟେମ୍ବର ୧୯ରୁ ପୁଣି ଥରେ ଆଇପିଏଲର ଅବଶିଷ୍ଟ ମ୍ୟାଚ ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି। ଇତିମଧ୍ୟରେ ଆଇପିଏଲର ୨୯ଟି ମ୍ୟାଚ ହୋଇସାରିଛି ଏବଂ ୩୧ ଟି ମ୍ୟାଚ ବାକି ଅଛି। ଅବଶିଷ୍ଟ ମ୍ୟାଚ ୟୁଏଇର ଆବୁଧାବି, ଦୁବାଇ ଏବଂ ଶାରଜା ସ୍ଥିତ ତିନୋଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହା ମଧ୍ୟ ସ୍ପଷ୍ଟ ହେବାରେ ଲାଗିଛି ଯେ କେଉଁ ଖେଳାଳି ଆଇପିଏଲ ଖେଳିବେ ଏବଂ କେଉଁ ଖେଳାଳି ଖେଳିବେ ନାହିଁ। ଆଇପିଏଲ୍‌ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଅଭିଜ୍ଞ ଖେଳାଳି ଖେଳିବେନି।

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ କମିନ୍ସ ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟରେ ଦେଖାଯିବ ନାହିଁ। ସେହିପରି ଜୋ ବଟଲର ମଧ୍ୟ ବିଦାୟ ନେଇଛନ୍ତି। ଉଭୟ ଖେଳାଳି ଖୁବ୍‌ ଶୀଘ୍ର ପିତା ହେବାକୁ ଯାଉଛନ୍ତି। ରାଜସ୍ଥାନ ରୟାଲ୍ସ ବଟଲରଙ୍କ ସ୍ଥାନରେ ଗ୍ଲେନ ଫିଲିପ୍ସଙ୍କୁ ଦଳରେ ସାମିଲ କରିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିବା ଆଦାମ ଜାମ୍ପା ମଧ୍ୟ ଆଇପିଏଲ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟର ଅଂଶ ଗ୍ରହଣ କରିବେ ନାହିଁ। ତାଙ୍କ ସ୍ଥାନରେ ଶ୍ରୀଲଙ୍କାର ସ୍ପିନର ୱାନିନ୍ଦୁ ହାସରାଙ୍ଗା ଖେଳିବେ।

ସେହିପରି ଆରସିବି ପାଇଁ ଖେଳୁଥିବା ଅଷ୍ଟ୍ରେଲୀୟ ବୋଲର କେନ ରିଚାର୍ଡସନଙ୍କୁ ମଧ୍ୟ ଏଥର ଦେଖିବାକୁ ମିଳିବ ନାହିଁ। ସେ ନିଜକୁ ପ୍ରତ୍ୟାହାର କରି ନେଇଛନ୍ତି। ତେବେ ସେ ଟି-୨୦ ବିଶ୍ୱକପରେ ଖେଳିବେ। ଅନ୍ୟ ଜଣେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ରିଲେ ମେରେଡିଥ ମଧ୍ୟ ଆଇପିଏଲ ଖେଳିବାକୁ ମନା କରି ଦେଇଛନ୍ତି। ସେ ସାଇଡ୍‌ ଷ୍ଟ୍ରେନ୍‌ରେ ପୀଡିତ ଥିବା କହିଛନ୍ତି। ମେରେଡିଥ ଆଇପିଏଲ ପ୍ରଥମ ପର୍ଯ୍ୟାୟରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିଲେ।
ଆଉ ଜଣେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜେଇ ରିଚାର୍ଡସନଙ୍କୁ ମଧ୍ୟ ଏଥର ଦେଖିବାକୁ ମିଳିବ ନାହିଁ। ସେ ମଧ୍ୟ ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି। ସେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିଲେ। ଡାନିଏଲ ସାମସ ମଧ୍ୟ ନିଜ ନାମ ପ୍ରତ୍ୟାହାର କରିଛନ୍ତି। ଡାନିଏଲ ମାନସିକ ଅବସ୍ଥା ଯୋଗୁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଡାନିଏଲ ଆରସିବି ପାଇଁ ଖେଳୁଥିଲେ। ଆରସିବି ପାଇଁ ଖେଳୁଥିବା ଫିନ ଆଲେନ ମଧ୍ୟ ଆଇପିଏଲ ବାହାରେ ରହିପାରନ୍ତି। କୁହାଯାଉଛି ଯେ ସେ ନିଜ ଦଳରେ ଖେଳିବେ ତେଣୁ ଆଇପିଏଲର ଅବଶିଷ୍ଟ ମ୍ୟାଚ ହରାଇବାର ଆଶଙ୍କା ରହିଛି। ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବେ ନାହିଁ। କହୁଣିରେ ଆଘାତ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ସେ ରାଜସ୍ଥାନ ରୟାଲ୍ସ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ତାଙ୍କ ଅନୁପସ୍ଥିତି ଦଳ ଉପରେ ବଡ ଧରଣର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ମୁକାବିଲା: ଜାଣନ୍ତୁ କେବେ ଆଉ କେଉଁଠି ଦେଖିପାରିବେ ଏହି ଦିବାରାତ୍ର ମ୍ୟାଚ୍‌

ଅହମ୍ମଦାବାଦ,୨୩।୨: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌...

୬୫ ବର୍ଷ ପୁରୁଣା ଏହି ଲଜ୍ଜାଜନକ ରେକର୍ଡର ବୋଝ ଉଠାଉଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ

ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ନାଁରେ ଏଭଳି ଏକ ରେକର୍ଡ ରହିଛି ଯାହ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଦଳ ଭାଙ୍ଗିବାରେ ସମର୍ଥ ହୋଇ ନାହିଁ। ୧୯୫୫ରେ...

ମହିଳା ଟି୨୦ ବିଶ୍ୱକପ୍‌: ପତ୍ନୀଙ୍କ ଲାଗି ଆଗୁଆ ସ୍ବଦେଶ ଫେରିିଲେ ଷ୍ଟାର୍କ

ମେଲବୋର୍ନ,୬।୩- ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ପୋଚେପ୍‌ଷ୍ଟ୍ରୁମ ଦିନିକିଆରେ ଖେଳିବେ ନାହିଁ ଅଷ୍ଟ୍ରେଲିଆ ପେସର ମିଚେଲ ଷ୍ଟାର୍କ। ସେ ରବିବାର ଭାରତ ଓ ଅଷ୍ଟ୍ରେଲିଆ...

ରାୟୁଡୁ, କେଦାର, ମୁରଲୀଙ୍କୁ ଛାଡ଼ିପାରେ ସିଏସ୍‌କେ

ନୂଆଦିଲ୍ଲୀ,୧୩।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅମ୍ବାତି ରାୟୁଡୁ, କେଦାର ଯାଦବ ଓ ମୁରଲୀ ବିଜୟଙ୍କୁ...

ହାଇଦ୍ରାବାଦକୁ ଝଟକା: ଆଇପିଏଲ୍‌ରୁ ବାଦ୍‌ ପଡିଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ର ୧୬ତମ ସିଜନରେ ସନରାଇଜର୍ସ ହାଇଦ୍ରାବାଦକୁ ଏକ ବଡ଼ ଝଟକା ଲାଗିଛି। ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଇପିଏଲ ୧୬ର ଅବଶିଷ୍ଟ ମ୍ୟାଚରେ ଅଂଶ...

ଆଜିର ଦିନରେ ଦ୍ୱିଶତକ କରିଥିଲେ ସେହ୍ବାଗ

ମୁମ୍ବାଇ,୮।୧୨- ଆଜିର ଦିନରେ ଅର୍ଥାତ ୨୦୧୧ ବର୍ଷ ଡିସେମ୍ବର ୮ ତାରିଖରେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ ବିଶ୍ୱର ଦ୍ୱିତୀୟ କ୍ରିକେଟର ଭାବେ ଦିନିକିଆରେ...

ନିଜ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିଛନ୍ତି ଏହିସବୁ କ୍ରିକେଟର୍‌

କ୍ରିକେଟରଙ୍କ ପ୍ରେମ ଏବଂ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ବିଶ୍ୱରେ ଏମିତି କିଛିି କ୍ରିକେଟର ଅଛନ୍ତି ଯେଉଁମାନେ ନିଜ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିଛନ୍ତି।...

ମିଥାଲ ରାଜଙ୍କ କୃତୀତ୍ୱ

ଭଦୋଦରା, ୧୦।୧୦ (ପି.ଟି.)- ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମିଥାଲି ରାଜ ବୁଧବାର ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଶ୍ୱର ପ୍ରଥମ ମହିଳା...

Advertisement
Archives

Model This Week