ବର୍ଷାରେ ଧସିଲା ୧୦ ନଂ. କେନାଲ ମାଟି

ଜଗତ୍‌ସିଂହପୁର ଅଫିସ,୩ା୪: ଜଳ ସମ୍ପଦ ବିଭାଗ ଜଗତ୍‌ସିଂହପୁର ଡିଭିଜନର ମନମାନିକୁ ନେଇ ଅସନ୍ତୋଷ ବଢ଼ୁଛି। ଗତ ୨ ଦିନ ହେବ ବର୍ଷା ଯୋଗୁ ଜଗତ୍‌ସିଂହପୁର ସହର ବଙ୍ଗଳା ଛକ ନିକଟ ପୋଷ୍ଟ ଅଫିସ ଛକରୁ ଏଲ୍‌ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିର୍ମାଣାଧୀନ ବକ୍ସ କଲଭର୍ଟ ପାର୍ଶ୍ୱ ୧୦ ନଂ. କେନାଲରୁ ମାଟି ଧସି ଯାଇଛି। ଫଳରେ ପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ଭୁଶୁଡି ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏ ନେଇ ଟାଟା ପାୱାରର ଯନ୍ତ୍ରୀମାନେ ଚିନ୍ତାରେ ପଡ଼ି ଯାଇଥିଲେ। କାରଣ ଯଦି ୩୩ କେ.ଭି., ୧୧ କେ.ଭି. ଆଦି ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡ଼ିଥାନ୍ତା କେବଳ ବିଦ୍ୟୁତ୍‌ ସରବରାହ ବିଛିନ୍ନ ନୁହେଁ, ଏହା ପାର୍ଶ୍ୱ ଦୋକାନୀ ଓ ବଜାରରେ ଯାତାୟାତ କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଥିଲା। ଅନ୍ୟପକ୍ଷେ କେନାଲ ଉଭୟପାର୍ଶ୍ୱରୁ ମାଟି ଧସୁଥିବାରୁ ଜାତୀୟ ରାଜପଥ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର୍‌ଡି) ରାସ୍ତା ପ୍ରଭାବିତ ହେବ ବୋଲି କୁହାଯାଉଥିଲା। ସୌଭାଗ୍ୟବଶତଃ ଖବର ଲେଖାହେଲା ବେଳକୁ ସେଭଳି କିଛି ଅଘଟଣ ଘଟିନାହିଁ। ଏହା ଭିତରେ ପାଗରେ ସୁଧାର ଆସିଛି। ଠିକାଦାର ବିଦ୍ୟୁତ୍‌ ଖୁଣ୍ଟକୁ ସୁରକ୍ଷା ଦେବା ପାଇଁ ମୂଳରେ ବାଲି ବସ୍ତା ଗଦାଇ ଦେଇଛନ୍ତି। କିନ୍ତୁ ଆଗକୁ ଯେ କିଛି ଅଘଟଣ ଘଟିବ ନାହିଁ ତାହା କହିବା କଷ୍ଟକର। ୩,୬୦,୬୮,୫୩୯ ଟଙ୍କା ବ୍ୟୟ ବରାଦରେ ଚାଲିଥିବା ବକ୍ସ କଲଭର୍ଟ ନିର୍ମାଣରେ ଅନିୟମିତତା ସହ ଏକାଧିକ ବ୍ୟତିକ୍ରମକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।
ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ କହିବା କଥା ହେଲା, ବକ୍ସ କଲଭର୍ଟ ନିର୍ମାଣ ପୂର୍ବରୁ ଯଦି କେନାଲ ପାର୍ଶ୍ୱ ଜାତୀୟ ରାଜପଥ, ଆର୍‌ଡି, ଟାଟା ପାୱାର, ବିଏସ୍‌ଏନ୍‌ଏଲ୍‌ ଓ ଜଗତ୍‌ସିଂହପୁର ପୌର ପରିଷଦ ସହ ସମନ୍ବୟ ବୈଠକ କରାଯାଇଥାନ୍ତା ତେବେ ଭୟର ଆଶଙ୍କା କମ୍‌ ରହିଥାନ୍ତା। ଏ ସମ୍ପର୍କରେ ଟିପିସିଓଡିଏଲ୍‌ (ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌) ଜଗତ୍‌ସିଂହପୁର ଇଲେକ୍ଟ୍ରିକାଲ ଡିଭିଜନ ନିର୍ବାହୀ ଯନ୍ତ୍ରୀ (ବିଦ୍ୟୁତ୍‌) ଅଶୋକ କୁମାର ମହାନ୍ତି କହିଛନ୍ତି, ଏ ମାସ ପ୍ରଥମ ସପ୍ତାହରେ ଜଳ ସମ୍ପଦ ଜଗତ୍‌ସିଂହପୁର ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏଥିରେ ଉଲ୍ଲେଖ ଥିଲା ୧୦ ନଂ. କେନାଲର କଲେଜ ସ୍କୋୟାରରୁ ପୁରୋହିତପୁର ପର୍ଯ୍ୟନ୍ତ ବାମପାର୍ଶ୍ୱରେ ୩୩ କେଭି, ୧୧ କେଭି, ଏଲ୍‌ଟି ଲାଇନ୍‌ ଏବଂ ଏସ୍‌/ଏସ୍‌ ରହିଛି। ଏବେ କେନାଲର ଉଭୟପାର୍ଶ୍ୱ ସମ୍ପ୍ରସାରଣ କାମ ଚାଲିଛି। ଏହାଦ୍ୱାରା ବିଦ୍ୟୁତ୍‌ ଲାଇନ ଓ ଏସ୍‌/ଏସ୍‌ ଯଥା ୩୩ କେଭି ଏଚ୍‌-ପୋଲ/ଜଏଣ୍ଟ ପୋଲ, ୧୧ କେଭି ପୋଲ କ୍ଷତିଗ୍ରସ୍ତ ହେବା ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇପାରେ। ଏପରି କି ଯେକୌଣସି ସମୟରେ ଜୀବନ ଯିବାର ଆଶଙ୍କା ମଧ୍ୟ ରହିଛି। କେବଳ ଏତିକି ନୁହେଁ ବିଦ୍ୟୁତ୍‌ ସରବରାହ ବିଛିନ୍ନ ହୋଇଗଲେ ଜଗତ୍‌ସିଂହପୁର ସହରର ୩୦% ଲୋକ ଅନ୍ଧାରରେ ରହିବେ। ତେଣୁ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ। ଏହାର ନକଲ ମଧ୍ୟ ଜିଲାପାଳଙ୍କୁ ପଠାଯାଇଥିଲା। ସେହିପରି କାମ ଆରମ୍ଭ ପୂର୍ବରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନ ଥିବା ବିଏସ୍‌ଏନ୍‌ଏଲ୍‌ ଏସ୍‌ଡିଓ ପ୍ରଣବ କୁମାର ମଲ୍ଲିକ କହିବା ସହ ଜେସିବିରେ ଟେଲିଫୋନ୍‌ ତାର ଛିଡ଼ାଇ ଦିଆଯାଇଥିବାରୁ ଶତାଧିକ ଲୋକ ଟେଲିଫୋନ ଓ ଇଣ୍ଟରନେଟ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି କହିଛନ୍ତି।
ସେହିପରି ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ବିଭାଗରୁ ବକ୍ସ କଲଭର୍ଟ ପାଇଁ ୫ କୋଟି ଟଙ୍କା ଆସିଥିଲା। ଏହି ଟଙ୍କା ଜଗତ୍‌ସିଂହପୁର ଜଳ ସମ୍ପଦ ଡିଭିଜନକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ କାମ ଆରମ୍ଭ ପୂର୍ବରୁ ଡିଭିଜନ ପରିଷଦକୁ ଅବଗତ କରିନାହିଁ। ସ୍ଥାନୀୟ ଶ୍ରୀକୃଷ୍ଣ (ଏସ୍‌କେ) ଏକାଡେମୀ ପ୍ରଧାନ ଶିକ୍ଷକ ସୁକଦେଶ ସାହୁ ଅନୁଷ୍ଠାନର ଖେଳ ପଡ଼ିଆରେ ରଡ କଟାଠାରୁ ବାଇଡିଂ ପର୍ଯ୍ୟନ୍ତ ଚାଳିବା ସହ ଗୋଡି, ସିମେଣ୍ଟ, ମେଟାଲ ଓ ବାଲି ଆଦି ଗଚ୍ଛିତ ରଖାଯାଇଛି ବୋଲି ଜଗତ୍‌ସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏସବୁ ସତ୍ତ୍ବେ ଠିକାଦାରଙ୍କ ମନମାନି କମିନାହିଁ। ଶ୍ରମିକମାନଙ୍କୁ ନିୟୋଜିତ ପୂର୍ବରୁ ଠିକାଦାର ସମସ୍ତ ଶ୍ରମ ଆଇନକୁ ଉଲ୍ଲଂଘନ କରିଛନ୍ତି। ଏ ନେଇ ପ୍ରଭାଗ୍ୟ ଶ୍ରମ ଆୟୁକ୍ତ (ଡିଏଲ୍‌ସି) ବାବା ଆନନ୍ଦ ରଞ୍ଜନ ଦାଶ ଅସନ୍ତୋଷ ବ୍ୟକ୍ତ କରିବା ସହ ସମ୍ପୃକ୍ତ ଠିକାଦାରଙ୍କୁ ୭ ଦିନ ମହଲତ ଦେଇଛନ୍ତି। ଏହା ଭିତରେ ଠିକାଦାର ପଞ୍ଜୀକରଣ, ଲାଇସେନ୍ସ ସହ ସେସ୍‌ ଆଦି ଜମା କରିବାକୁ ନୋଟିସ ଜାରି କରିଛନ୍ତି। ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଚଳିତମାସ ପ୍ରଥମ ସପ୍ତାହରେ ସେତେବେଳର ଭାରପ୍ରାପ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ ଗତ ୨ ତାରିଖରେ ଧରିତ୍ରୀରେ ପ୍ରକାଶିତ ଖବରକୁ ନେଇ ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ୭ ଦିନ ମଧ୍ୟରେ ତଥ୍ୟ ଭିତ୍ତିକ ଉତ୍ତର ମାଗିଥିଲେ। କିନ୍ତୁ ଇତିମଧ୍ୟରେ ମାସେ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ଅଧୀକ୍ଷଣ ଯନ୍ତ୍ରୀ ଉତ୍ତର ଦେଇ ନ ଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ତୁରନ୍ତ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବା ସହ ନିର୍ମାଣଧୀନ ବକ୍ସ କଲର୍ଭଟ କାର୍ଯ୍ୟ ଠିକ୍‌ ଭାବେ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?