ଅଦିନିଆ ବର୍ଷା ଡାଳୁଅ ଧାନ ଉଜାଡ଼ିଲା

ରାଜକନିକା,୩ା୪ (ଡି.ଏନ୍‌.ଏ.): କାଳ ବୈଶାଖୀ ପ୍ରଭାବରେ ୩ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଅମଳ ହେବାକୁ ଥିବା ଶତାଧିକ ଏକର ଡାଳୁଅ ଧାନ ଉଜୁଡ଼ି ଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଏମିତି ଅବସ୍ଥା ଦେଖିବାକୁ ମିଳିଛି ରାଜକନିକା ତହସିଲ ଅଧୀନ ହାଟସାହି ଓ ନହୁଣୀ ପଞ୍ଚାୟତରେ। ଚାଷୀମାନେ ହାତଉଧାରୀ, ବ୍ୟାଙ୍କ ଓ ସମିତିରୁ ଋଣ କରି ଡାଳୁଅ ଭଳି ବ୍ୟୟ ବହୁଳ ଧାନ ଚାଷ କରିଥିଲେ। ଧାନ ମୁଠେ ପାଇଥିଲେ ସଂସାରର ଗୁଜୁରାଣ ସାଙ୍ଗକୁ ପିଲାଙ୍କ ପାଠପଢା ଖର୍ଚ୍ଚରେ ଲାଗିଥାନ୍ତା। ଠିକ୍‌ ଅମଳ ସମୟରେ କାଳ ବୈଶାଖୀ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଧାନ ବିଲରେ ଆଣ୍ଠୁଏ ଲେଖାଏ ପାଣି ଜମିବା ସାଙ୍ଗକୁ ଧାନ କେନ୍ଦାରୁ ଧାନ ଝଡ଼ିଯିବା ସହ ଗଛ ଗୁଡ଼ିକ ପାଣିରେ ଲୋଟି ଥିବା ଦେଖିବାକୁ ମିଳିଛି। କିଛି କିଛି ଧାନ ଗଜା ହୋଇଯାଇଥିବା ଦେଖିବାକୁ ମିଳିଛି। ଖବର ସଂଗ୍ରହ ସମୟରେ ନହୁଣୀ ଓ ହାଟସାହି ପଞ୍ଚାୟତର ସରପଞ୍ଚଙ୍କ ସହ ବର୍ଷା ଜଳ ଓ ଡାଳୁଅ ଧାନ କ୍ଷୟକ୍ଷତି ବାବଦରେ ପଚାରିବାରୁ ସେମାନଙ୍କ ସୂଚନା ମୁତାବକ, ନହୁଣୀ ପଂଚାୟତର ପ୍ରାୟ ୬୦ ଏକର ଓ ହାଟସାହିରେ ପ୍ରାୟ ଶହେ ଏକର ଡାଳୁଅ ଧାନ ଚାଷ ହୋଇଥିବା ଜମିରେ ବର୍ଷାଜଳ ଏବେ ବି ଜମି ରହିଛି। ଚାଷୀମାନଙ୍କ କହିବାନୁଯାୟୀ, ଶାରଦ ଚାଷ ଉପରେ ଆମେ ନିର୍ଭରଶୀଳ ହୋଇ ନ ଥାଉ। ଡାଳୁଅ ଚାଷରୁ ହିଁ ପରିବାର ପ୍ରତିପୋଷଣ ହେବା ସହ ପିଲାମାନଙ୍କ ପାଠପଢା ଖର୍ଚ୍ଚ ସହ ତେଲଲୁଣ ସଂସାର ଚାଲେ। ବର୍ଷକର ଦାନା ଛଡ଼େଇ ନେଇଛି କାଳବୈଶାଖୀ ବର୍ଷା। ଆମେ କେମିତି ପିଲାଛୁଆ ସଂସାର ସମ୍ଭାଳିବୁ, କେମିତି କରିଥିବା ଋଣ ଶୁଝିବୁ, ଏ ନେଇ ଚିନ୍ତାରେ ପଡିଛୁ। ତୁରନ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକଙ୍କ ଦ୍ୱାରା କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ତ୍ରିଲୋଚନ ବିଶ୍ୱାଳ, ରବୀନ୍ଦ୍ର ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ଟୁଅଁା ବିଶ୍ୱାଳ, ଶ୍ରୀବଚ୍ଛ ମଳିକ, ମାନସ ବେହେରା, ସୁଜିତ୍‌ ବେହୁରିଆ ପ୍ରମୁଖ ଗୁହାରୀ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଅଶୋକ କୁମାର ଦେହୁରୀଙ୍କୁ ପଚାରିବାରୁ ସେ ତୁରନ୍ତ ଏ ବାବଦରେ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଆଖିବୁଜା ଗୁଳି ଚଳାଇଲେ ସପ୍ତମ ଶ୍ରେଣୀର ଛାତ୍ର, ୨ ମୃତ

ମାନିଲା,୧୮।୮: ଫିଲିପାଇନ୍ସର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

୩୨୬ ଏମ୍‌ପି, ୧୪ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୧୮ା୮(ପି.ଟି.): ଲୋକ ସଭାର ୫୪୩ ସଦସ୍ୟଙ୍କ ମଧ୍ୟରୁ ୨୫୧ ଜଣ ଏବଂ ରାଜ୍ୟ ସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୭୫ ଜଣଙ୍କ ନାମରେ ଆପରାଧିକ ମାମଲା ରହିଥିବା…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ଆକ୍ରମଣ: ୨ ମୃତ

ଲଣ୍ଡନ, ୧୮।୮: ୟୁକ୍ରେନ୍‌ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri