ଅଦିନିଆ ବର୍ଷା ଡାଳୁଅ ଧାନ ଉଜାଡ଼ିଲା

ରାଜକନିକା,୩ା୪ (ଡି.ଏନ୍‌.ଏ.): କାଳ ବୈଶାଖୀ ପ୍ରଭାବରେ ୩ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଅମଳ ହେବାକୁ ଥିବା ଶତାଧିକ ଏକର ଡାଳୁଅ ଧାନ ଉଜୁଡ଼ି ଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଏମିତି ଅବସ୍ଥା ଦେଖିବାକୁ ମିଳିଛି ରାଜକନିକା ତହସିଲ ଅଧୀନ ହାଟସାହି ଓ ନହୁଣୀ ପଞ୍ଚାୟତରେ। ଚାଷୀମାନେ ହାତଉଧାରୀ, ବ୍ୟାଙ୍କ ଓ ସମିତିରୁ ଋଣ କରି ଡାଳୁଅ ଭଳି ବ୍ୟୟ ବହୁଳ ଧାନ ଚାଷ କରିଥିଲେ। ଧାନ ମୁଠେ ପାଇଥିଲେ ସଂସାରର ଗୁଜୁରାଣ ସାଙ୍ଗକୁ ପିଲାଙ୍କ ପାଠପଢା ଖର୍ଚ୍ଚରେ ଲାଗିଥାନ୍ତା। ଠିକ୍‌ ଅମଳ ସମୟରେ କାଳ ବୈଶାଖୀ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଧାନ ବିଲରେ ଆଣ୍ଠୁଏ ଲେଖାଏ ପାଣି ଜମିବା ସାଙ୍ଗକୁ ଧାନ କେନ୍ଦାରୁ ଧାନ ଝଡ଼ିଯିବା ସହ ଗଛ ଗୁଡ଼ିକ ପାଣିରେ ଲୋଟି ଥିବା ଦେଖିବାକୁ ମିଳିଛି। କିଛି କିଛି ଧାନ ଗଜା ହୋଇଯାଇଥିବା ଦେଖିବାକୁ ମିଳିଛି। ଖବର ସଂଗ୍ରହ ସମୟରେ ନହୁଣୀ ଓ ହାଟସାହି ପଞ୍ଚାୟତର ସରପଞ୍ଚଙ୍କ ସହ ବର୍ଷା ଜଳ ଓ ଡାଳୁଅ ଧାନ କ୍ଷୟକ୍ଷତି ବାବଦରେ ପଚାରିବାରୁ ସେମାନଙ୍କ ସୂଚନା ମୁତାବକ, ନହୁଣୀ ପଂଚାୟତର ପ୍ରାୟ ୬୦ ଏକର ଓ ହାଟସାହିରେ ପ୍ରାୟ ଶହେ ଏକର ଡାଳୁଅ ଧାନ ଚାଷ ହୋଇଥିବା ଜମିରେ ବର୍ଷାଜଳ ଏବେ ବି ଜମି ରହିଛି। ଚାଷୀମାନଙ୍କ କହିବାନୁଯାୟୀ, ଶାରଦ ଚାଷ ଉପରେ ଆମେ ନିର୍ଭରଶୀଳ ହୋଇ ନ ଥାଉ। ଡାଳୁଅ ଚାଷରୁ ହିଁ ପରିବାର ପ୍ରତିପୋଷଣ ହେବା ସହ ପିଲାମାନଙ୍କ ପାଠପଢା ଖର୍ଚ୍ଚ ସହ ତେଲଲୁଣ ସଂସାର ଚାଲେ। ବର୍ଷକର ଦାନା ଛଡ଼େଇ ନେଇଛି କାଳବୈଶାଖୀ ବର୍ଷା। ଆମେ କେମିତି ପିଲାଛୁଆ ସଂସାର ସମ୍ଭାଳିବୁ, କେମିତି କରିଥିବା ଋଣ ଶୁଝିବୁ, ଏ ନେଇ ଚିନ୍ତାରେ ପଡିଛୁ। ତୁରନ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକଙ୍କ ଦ୍ୱାରା କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ତ୍ରିଲୋଚନ ବିଶ୍ୱାଳ, ରବୀନ୍ଦ୍ର ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ଟୁଅଁା ବିଶ୍ୱାଳ, ଶ୍ରୀବଚ୍ଛ ମଳିକ, ମାନସ ବେହେରା, ସୁଜିତ୍‌ ବେହୁରିଆ ପ୍ରମୁଖ ଗୁହାରୀ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଅଶୋକ କୁମାର ଦେହୁରୀଙ୍କୁ ପଚାରିବାରୁ ସେ ତୁରନ୍ତ ଏ ବାବଦରେ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri