୧୦ ଆନ୍ତଃରାଜ୍ୟ ଡକାୟତ ଗିରଫ: ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଏସ୍‌ପି

ଭବାନୀପାଟଣା,୬ା୮(ସ୍ବ.ପ୍ର.): କଳାହାଣ୍ଡି ପୋଲିସ ଶନିବାର ଏକ ଡକାୟତି ଗ୍ୟାଙ୍ଗର ଫର୍ଦ୍ଦାଫାଶ କରିଛି। ଦୀର୍ଘମାସ ଧରି କଳାହାଣ୍ଡି ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି କରି ପୋଲିସକୁ ଚକ୍‌ମା ଦେଇ ଖସି ପଳାଇବାରେ ସକ୍ଷମ ହୋଇ ଆସୁଥିଲେ ଏହି ଡକାୟତ ଦଳ। ଶେଷରେ ପୋଲିସ ହାବୁଡ଼ରେ ପଡ଼ି ବନ୍ଧା ହୋଇଛନ୍ତି ୧୦ ଆନ୍ତଃରାଜ୍ୟ ଡକାୟତ। ଏ ନେଇ ଶନିବାର ଅପରାହ୍ନରେ ଭବାନୀପାଟଣାସ୍ଥିତ ଜିଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ କଳାହାଣ୍ଡି ଏସ୍‌ପି ଅଭିଳାଷ ଜୀ.ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।

କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡର ଗୋଲାମୁଣ୍ଡା, କୋକସରା, ଆମପାଣି, ଜୟପାଟଣା ଓ ଧର୍ମଗଡ଼ ଥାନା ଅଞ୍ଚଳରେ ହୋଇଥିବା ୧୧ଟି ବଡ଼ ଡକାୟତି ମାମଲାରେ ସଂପୃକ୍ତ ଥିଲେ ଏହି ଡକାୟତ ଦଳ। ଏହି ସବୁ ଥାନା ଅଞ୍ଚଳରେ ସେମାନେ ଡକାୟତ କରି ଖସିଯାଉଥିବାବେଳେ କଳାହାଣ୍ଡି ଏସ୍‌ପିଙ୍କ ନେତୃତ୍ୱରେ ଏହି ଡକାୟତ ଦଳକୁ କାବୁ କରିବା ପାଇଁ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇଥିଲା। ଗିରଫ ହୋଇଥିବା ଏହି ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଖଏରପଦର ଗ୍ରାମର ପରମେଶ୍ୱର ବାଗ(୫୨),ଗୋଲାମୁଣ୍ଡା ଥାନା ପଞ୍ଜିଆ ଗ୍ରାମର ସୋମେଶ୍ୱର ନାଏକ(୫୨),ଖମାରହଲଦୀ ଗ୍ରାମର ରୋହିତ ନିଆଲ(୪୦), ଜୟପାଟଣା ମହାବୀରପଡ଼ାର ଦିନେଶ ବୈଠାରୁ (୩୧),ନବରଙ୍ଗପୁର ଜିଲା ଡଙ୍ଗରଭେଜା ଫାଣ୍ଡି ନିଶାନହାଣ୍ଡି ଗ୍ରାମର ଇମାନୁଲ ଓରଫ ସଲମନ ହରିଜନ(୨୦),କୋଶାଗୁମୁଡ଼ା ଥାନା ଅମ୍ବାଗୁଡ଼ା ଗ୍ରାମର ଜଗନ୍ନାଥ ହରିଜନ(୩୯), ପାପଡ଼ାହାଣ୍ଡି ଥାନା ବରାଦେଇ ଗ୍ରାମର କୁମାର ଓରଫ ଫୁଲୁ ହରିଜନ(୨୨),ଲାଲଧର ହରିଜନ(୫୦) ଓ କୋରାପୁଟ ଜିଲା କୋଟପାଡ଼ ଥାନା ଡଙ୍ଗରୀଗୁଡା ଗ୍ରାମର ଦଳପତି ହରିଜନ(୩୫)। ସେମାନଙ୍କଠାରୁ ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା,୫ଟି ମୋଟରସାଇକେଲ,୧୧ଟି ମୋବାଇଲ,ସୁନା ୪୦.୩୯୨ ଗ୍ରାମ୍‌, ରୁପା ୪୪୭.୭୪୦ ଗ୍ରାମ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସେହିପରି ଏହି ଡକାୟତମାନେ ପୂର୍ବରୁ ମଧ୍ୟ ବଡ଼ବଡ଼ ଡକାୟତରେ ସଂପୃକ୍ତ ରହିଥିବା ଜଣାଯାଇଥିବାବେଳେ ଏମାନଙ୍କଠାରୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଶ୍ରେଣୀଗୃହ ଓ ବିଜ୍ଞାନଗାର ଉଦ୍‌ଘାଟିତ

ନୟାଗଡ଼ ଅଫିସ,୯।୧୧: ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଜନଶକ୍ତି ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ହୋଇଥିବା ବିଜ୍ଞାନାଗାର ଓ ଡିଜିଟାଲ...

ଅନ୍ଧବିଶ୍ୱାସ ବିରୋଧରେ ଅଣ୍ଟା ଭିଡ଼ିଲେ କଳାକାର : ଫିଲ୍ମ ମାଧ୍ୟମରେ ଲୋକଙ୍କୁ କରିବେ ସଚେତନ

ନୟାଗଡ଼ ଅଫିସ,୨୮ା୭- ନୟାଗଡ଼ ଜିଲାର ବିଭିନ୍ନ ଗ୍ରାମରେ ଏବେ ବି ଅନ୍ଧବିଶ୍ୱାସ ତା’ର କାୟା ବିସ୍ତାର କରିବାରେ ଲାଗିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅଗ୍ରଗତି କରିଥିଲେ...

ସଟର ତାଡ଼ି ଦୋକାନରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଲୁଗାପଟା

କର୍ଲାମୁଣ୍ଡା,୨ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ପୁଟିଗାଁ ଚିନାବାଡ଼ିଠାରେ ଥିବା ମା’ ତ୍ରିପୁରା କ୍ଲଥ ଷ୍ଟୋର୍‌ରୁ ମଙ୍ଗଳବାର ରାତିରେ...

ଆମାଜନ୍‌ ନାଁରେ ପୁଣି ଏତଲା

ପୁରୀ ଅଫିସ,୩।୧୨:ଅନ୍‌ଲାଇନରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ‘ନିର୍ମାଲ୍ୟ’ ବିକ୍ରିକୁ ନେଇ ବିବାଦ ଥମୁନାହିଁ। ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ସୁଆର ମହାସୁଆର...

ଶୀତରେ ଥରୁଛି ସାରା ଓଡ଼ିଶା; ନୂଆବର୍ଷରେ ବର୍ଷା

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ)- ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା। ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ କେଉଁଠାରେ ବି ଶୀତ ଦାଉରୁ ଲୋକଙ୍କୁ ନିସ୍ତାର ମିଳୁନାହିଁ।...

ଗୁଣପୁର ପୌରାଧ୍ୟକ୍ଷ ଆସନ ହାତେଇବା ବିଜେଡି ପାଇଁ ଚ୍ୟାଲେଞ୍ଜ

ଗୁଣପୁର,୧୪ା୩(ଡି.ଏନ.ଏ): ରାୟଗଡ଼ା ଜିଲାର ଗୁଣପୁର ଏବଂ ରାମନାଗୁଡ଼ା ବ୍ଲକ ବିଜେଡି ହାତରୁ ଖସିଛିା ଦୁଇଟି ସ୍ଥାନରେ ବିଜେଡିକୁ ଅଧ୍ୟକ୍ଷ ଆସନ ହରାଇବାକୁ ପଡ଼ିଛି। ଗୁଣପୁର ବ୍ଲକ ଅଧ୍ୟକ୍ଷାଭାବେ...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ପୁଣି ଉଚ୍ଛେଦ ଆରମ୍ଭ: ୩ ଘରୋଇ ପ୍ଲଟ ଉଚ୍ଛେଦ ଲାଗି ଯୋଜନା

ପୁରୀ ଅଫିସ,୨୧ା୮: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନା’ ପାଚେରୀ କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଥିବା ଜାଗା ଖାଲି କରାଯିବ ।...

ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ୩ ବର୍ଷ ପରେ ୨ ଅଭିଯୁକ୍ତ ଗିରଫ

ଉଦଳା,୨୯ା୯(ଡି.ଏନ୍‌.ଏ.)- ବିବାହର ପ୍ରଲୋଭନ ଦେଖାଇ ଜଣେ ନାବାଳିକାଙ୍କୁ ପ୍ରେମିକ ନିଜର ଦୁଇ ସହଯୋଗୀଙ୍କ ସହିତ ମିଶି ୧୨ ଦିନ ଧରି ରାଜ୍ୟ ବାହାରେ ଗଣବଳାତ୍କାର କରିବା...

Advertisement
Archives

Model This Week