୧୦ ଆନ୍ତଃରାଜ୍ୟ ଡକାୟତ ଗିରଫ: ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଏସ୍‌ପି

ଭବାନୀପାଟଣା,୬ା୮(ସ୍ବ.ପ୍ର.): କଳାହାଣ୍ଡି ପୋଲିସ ଶନିବାର ଏକ ଡକାୟତି ଗ୍ୟାଙ୍ଗର ଫର୍ଦ୍ଦାଫାଶ କରିଛି। ଦୀର୍ଘମାସ ଧରି କଳାହାଣ୍ଡି ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି କରି ପୋଲିସକୁ ଚକ୍‌ମା ଦେଇ ଖସି ପଳାଇବାରେ ସକ୍ଷମ ହୋଇ ଆସୁଥିଲେ ଏହି ଡକାୟତ ଦଳ। ଶେଷରେ ପୋଲିସ ହାବୁଡ଼ରେ ପଡ଼ି ବନ୍ଧା ହୋଇଛନ୍ତି ୧୦ ଆନ୍ତଃରାଜ୍ୟ ଡକାୟତ। ଏ ନେଇ ଶନିବାର ଅପରାହ୍ନରେ ଭବାନୀପାଟଣାସ୍ଥିତ ଜିଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ କଳାହାଣ୍ଡି ଏସ୍‌ପି ଅଭିଳାଷ ଜୀ.ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।

କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡର ଗୋଲାମୁଣ୍ଡା, କୋକସରା, ଆମପାଣି, ଜୟପାଟଣା ଓ ଧର୍ମଗଡ଼ ଥାନା ଅଞ୍ଚଳରେ ହୋଇଥିବା ୧୧ଟି ବଡ଼ ଡକାୟତି ମାମଲାରେ ସଂପୃକ୍ତ ଥିଲେ ଏହି ଡକାୟତ ଦଳ। ଏହି ସବୁ ଥାନା ଅଞ୍ଚଳରେ ସେମାନେ ଡକାୟତ କରି ଖସିଯାଉଥିବାବେଳେ କଳାହାଣ୍ଡି ଏସ୍‌ପିଙ୍କ ନେତୃତ୍ୱରେ ଏହି ଡକାୟତ ଦଳକୁ କାବୁ କରିବା ପାଇଁ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇଥିଲା। ଗିରଫ ହୋଇଥିବା ଏହି ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଖଏରପଦର ଗ୍ରାମର ପରମେଶ୍ୱର ବାଗ(୫୨),ଗୋଲାମୁଣ୍ଡା ଥାନା ପଞ୍ଜିଆ ଗ୍ରାମର ସୋମେଶ୍ୱର ନାଏକ(୫୨),ଖମାରହଲଦୀ ଗ୍ରାମର ରୋହିତ ନିଆଲ(୪୦), ଜୟପାଟଣା ମହାବୀରପଡ଼ାର ଦିନେଶ ବୈଠାରୁ (୩୧),ନବରଙ୍ଗପୁର ଜିଲା ଡଙ୍ଗରଭେଜା ଫାଣ୍ଡି ନିଶାନହାଣ୍ଡି ଗ୍ରାମର ଇମାନୁଲ ଓରଫ ସଲମନ ହରିଜନ(୨୦),କୋଶାଗୁମୁଡ଼ା ଥାନା ଅମ୍ବାଗୁଡ଼ା ଗ୍ରାମର ଜଗନ୍ନାଥ ହରିଜନ(୩୯), ପାପଡ଼ାହାଣ୍ଡି ଥାନା ବରାଦେଇ ଗ୍ରାମର କୁମାର ଓରଫ ଫୁଲୁ ହରିଜନ(୨୨),ଲାଲଧର ହରିଜନ(୫୦) ଓ କୋରାପୁଟ ଜିଲା କୋଟପାଡ଼ ଥାନା ଡଙ୍ଗରୀଗୁଡା ଗ୍ରାମର ଦଳପତି ହରିଜନ(୩୫)। ସେମାନଙ୍କଠାରୁ ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା,୫ଟି ମୋଟରସାଇକେଲ,୧୧ଟି ମୋବାଇଲ,ସୁନା ୪୦.୩୯୨ ଗ୍ରାମ୍‌, ରୁପା ୪୪୭.୭୪୦ ଗ୍ରାମ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସେହିପରି ଏହି ଡକାୟତମାନେ ପୂର୍ବରୁ ମଧ୍ୟ ବଡ଼ବଡ଼ ଡକାୟତରେ ସଂପୃକ୍ତ ରହିଥିବା ଜଣାଯାଇଥିବାବେଳେ ଏମାନଙ୍କଠାରୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?