‘ଯେସାକୁ ତେସା’ ନୀତି ଆପଣେଇଲା ଭାରତ

ନୂଆଦିଲ୍ଲୀ,୧।୧୦: ଆସନ୍ତା ସୋମବାରଠାରୁ ଭାରତ ଆସୁଥିବା ପ୍ରତ୍ୟେକ ବ୍ରିଟିଶ ନାଗରିକଙ୍କୁ ବାଧ୍ୟତାମୂଳକ ୧୦ ଦିନିଆ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। କୋଭିଡ୍‌ ଭାକ୍ସିନର ଉଭୟ ଡୋଜ ନେଇଥିବା ନାଗରିକଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ। ତେବେ ୟୁକେରେ ଭାରତ ସମେତ ଅନ୍ୟ କିଛି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ବିବାଦୀୟ ନିୟମ ରହିଛି।

ଆସନ୍ତା ୪ ତାରିଖରୁ ଭାରତକୁ ୟୁକେରୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ୩ ଥର କୋଭିଡ୍‌-୧୯ ଆରଟି-ପିସିଆର ଟେଷ୍ଟ କରାଇବାକୁ ପଡ଼ିବ। ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଘରେ କିମ୍ବା ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ବାଧ୍ୟତାମୂଳକ ୧୦ ଦିନିଆ କ୍ୱାରେଣ୍ଟିନରେ ରଖାଯିବ।

କୋଭିଡ୍‌ ଟିକାର ଉଭୟ ଡୋଜ ନେଇଥିବା କିଛି ଦେଶର ନାଗରିକଙ୍କୁ ବିନା କ୍ୱାରେଣ୍ଟିନରେ ଇଂଲଣ୍ଡରେ ପ୍ରବେଶ ପାଇଁ ଅନୁମତି ମିଳିଛି। କିନ୍ତୁ ଭାରତ ଭଳି କିଛି ଦେଶରେ ଟିକା ନେଇଥିବା ଯାତ୍ରୀଙ୍କ ପାଇଁ ଏବେ ମଧ୍ୟ ୧୦ ଦିନିଆ ଆଇସୋଲେଶନ ସହ କଡ଼ା କଟକଣା ରହିଛି। ଭାରତର ବୈଦେଶିକ ସଚିବ ହର୍ଶ ଶ୍ରୀଙ୍ଗଲା ଏହାକୁ ପକ୍ଷପାତିତା କହିବା ସହ ବ୍ରିଟିଶ ନାଗରିକଙ୍କ ପାଇଁ ମଧ୍ୟ ସମାନ କଟକଣା ଜାରି କରାଯାଇପାରେ ବୋଲି ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ରହିବନି ଭୟ, ପୃଥିବୀ ମୁହାଁ ଗ୍ରହାଣୁପିଣ୍ଡ ଆଖି ପିଛୁଳାକେ ହେବ ଧ୍ୱଂସ…

ଓ୍ବାଶିଂଟନ,୨୪।୧୧: ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ପକ୍ଷରୁ ଏହା ଡାର୍ଟ ମିଶନ ଆରମ୍ଭ କରାଯାଇଛି। ଏହା କାଲିଫର୍ନିଆର ମହାକାଶ ଉତ୍‌କ୍ଷେପଣ କେନ୍ଦ୍ରରୁ ସ୍ପେସ୍‌ ଏକ୍ସ୍‌ର...

ମହାଭିଯୋଗ ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ

ଓ୍ବାଶିଂଟନ,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଶେଷରେ ଖାରଜ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ସିନେଟରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଛି।...

କୂଳରେ କୁଢ଼ କୁଢ଼ ସାମୁଦ୍ରିକ ଜୀବଙ୍କ ମୃତଦେହ

ଲଣ୍ଡନ,୨୭।୧୦: ହଜାର ହଜାର ସଂଖ୍ୟା ସାମୁଦ୍ରିକ ଜୀବଙ୍କ ମୃତଦେହ ମିଳିଛି ୟୁକେର ଉତ୍ତର ପୂର୍ବ କୂଳରେ। ମାର୍ସକେ ଓ ସଲ୍ଟବର୍ନ କୂଳରେ କଙ୍ଗଡ଼ା, ବିଭିନ୍ନ ପ୍ରଜାତିର...

କେହି କାହାର ଚିର ଶତ୍ରୁ ନୁହନ୍ତି କି ମିତ୍ର ନୁହନ୍ତି: ବାଇଡେନ

ଓ୍ବାଶିଂଟନ,୧୬ା୬: ଅନ୍ତର୍ଜାତୀୟ ରାଜନୀତିରେ ସମ୍ପର୍କକୁ ନେଇ ଏକ ପ୍ରବାଦ ଅଛି ଯେ ‘କେହି କାହାର ସ୍ଥାୟୀ ବନ୍ଧୁ ନୁହନ୍ତି କିମ୍ବା ସ୍ଥାୟୀ ଶତ୍ରୁ ନୁହନ୍ତି’। ଆମେରିକାର...

ଓବାମାଙ୍କୁ ବୋମା ପଠାଇ ଫଶିଗଲେ ଡେଲିଭରୀ ବୟ

ଓ୍ବାଶିଂଟନ,୬।୮: ଆମେରିକାରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ପିଜା ଡେଲିଭରୀ ବୟଙ୍କୁ ଅଦାଲତ ୨୦ ବର୍ଷର ସଜା ଶୁଣାଇଛନ୍ତି। ଯୁବକ...

ଅକ୍ସଫୋର୍ଡ ୟୁନିଭର୍ସିଟିରେ ଲାଗିବ ରୋବୋ ଦ୍ୱାରା ପ୍ରସ୍ତୁତ ପେଣ୍ଟିଂ

ଲଣ୍ଡନ, ୪।୬: ବୈଜ୍ଞାନିକମାନେ ଏବେ ଏମିତି ରୋବୋ ତିଆରି କରିଛନ୍ତି ଯେଉଁ ରୋବୋ ଚିତ୍ର ଆଙ୍କି ପାରିବ ଏହି ରୋବୋର ନାଁ ଦିଆଯାଇଛି ଆଇଡା (Ai-Da)।...

ସଂସଦୀୟ ଦଳ ନେତା ପଦରୁ ଓଲି ବିଦା

କାଠମାଣ୍ଡୁ, ୨୪।୧୨ (ଆଇଏଏନ୍‌ଏସ୍‌): ନେପାଳ ପାର୍ଲାମେଣ୍ଟ ଭଙ୍ଗ ପରେ ଶାସକ ନେପାଳୀ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି)ରେ ଅନ୍ତର୍ଦ୍ୱନ୍ଦ୍ୱ ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ...

ସ୍ବଦେଶକୁ ଅଧିକ ଟଙ୍କା ପଠାନ୍ତି ଏନ୍‌ଆର୍‌ଆଇ: ୨୦୧୮ରେ ଆସିଛି ୫ ଶହ ୫୧କୋଟି ହଜାର

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୬: ସ୍ବଦେଶକୁ ବିଦେଶରୁ ଟଙ୍କା ପଠାଇବାରେ ଏନଆର୍‌ଆଇମାନେ ପୃଥିବୀରେ ପୁଣି ଏକ ନମ୍ବର ସ୍ଥାନରେ ରହିଛନ୍ତି। ୨୦୧୮ରେ ସେମାନେ ଭାରତକୁ ୫ ଶହ ୫୧ କୋଟି...

Advertisement
Archives

Model This Week