୧୦ କୋଟିର ସାପବିଷ ଜବତ

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ରାଜଧାନୀରେ ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶାଦ୍ରବ୍ୟ କାରବାର ପରେ ପ୍ରଥମ ଥର ସାପବିଷ ବେପାର ସାମ୍ନାକୁ ଆସିଛି। ଶନିବାର ଭୁବନେଶ୍ୱରର ଦୁଇଟି ସ୍ଥାନରେ ସାପବିଷ ବିକ୍ରି ପାଇଁ ଡିଲ୍‌ ବେଳେ ବନ ବିଭାଗ ପକ୍ଷରୁ ଏକସଙ୍ଗେ ଚଢ଼ାଉ କରାଯାଇ ୬ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ସହଦେବଖୁଣ୍ଟାର ହୃଷ୍ନାକର ପଢ଼ିଆରୀ(୩୦), ଜୟସ୍ମିତା ନାୟକ(୫୦), ଜଳେଶ୍ବରର ସଞ୍ଜୟ ମହାନ୍ତି(୪୩), ବରଗଡ଼ ସୋହେଲାର ବିଶ୍ୱ ପ୍ରଧାନ(୩୦), ବଲାଙ୍ଗୀରର ସୁରଜ କୁମାର ଦାସ(୨୧) ଏବଂ ଅନୁଗୋଳ
ହୁଲୁରୁସିଙ୍ଗାର ଶ୍ୟାମଳେନ୍ଦୁ ନାୟକ(୩୦)। ଜବତ ହୋଇଥିବା ସାପବିଷର ମୂଲ୍ୟ ୧୦କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ବନ ବିଭାଗ ଆକଳନ କରିଛି। ଗିରଫ ୬ଜଣଙ୍କୁ ଭୁବନେଶ୍ୱର ବନାଞ୍ଚଳ କାର୍ଯ୍ୟାଳୟରେ ରଖି ପଚରାଉଚରା କରାଯାଉଛି। ଅଭିଯୁକ୍ତମାନଙ୍କୁ ସିଟି ଡିଏଫ୍‌ଓ ଅଶୋକ ମିଶ୍ର ଜେରା କରୁଛନ୍ତି। ସମସ୍ତ ଅଭିିଯୁକ୍ତଙ୍କର କୋଭିଡ୍‌ ଟେଷ୍ଟ ପରେ ରବିବାର କୋର୍ଟଚାଲାଣ କରାଯିବ। ସୁରଜଙ୍କ ବାପା ଏହି ର଼୍ୟାକେଟ୍‌ର ମୁଖ୍ୟ ଏବଂ ତାଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ଦୁଇ ଦିନ ଧରି ରାଜଧାନୀରେ କେତେଜଣ ବ୍ୟକ୍ତି ୧ ଲିଟର ୬ଶହ ମିଲିଗ୍ରାମ ସାପବିଷ ଧରି ବିକିବା ପାଇଁ ଚେଷ୍ଟା କରୁଥିବା ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ମିଳିଥିଲା। ଶୁଭେନ୍ଦୁ ଶନିବାର ସକାଳେ ନଗର ବନଖଣ୍ଡ ଅଧିକାରୀ ଅଶୋକ ମିଶ୍ରଙ୍କୁ ଏ ନେଇ ଜଣାଇଥିଲେ। ସିଟି ଡିଏଫ୍‌ଓଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍‌ ପ୍ରଶାନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଞ୍ଜ ଅଫିସ୍‌ର ୪ଟି ଗାଡ଼ି ସହ ୨୦ ଜଣ କର୍ମଚାରୀ ଜାଲ ବିଛାଇ ଜଗି ରହିଥିଲେ। ଯୋଜନା ମୁତାବକ, ଭୁବନେଶ୍ୱର ବନାଞ୍ଚଳର ଜଣେ ଫରେଷ୍ଟର ସମ୍ପୃକ୍ତ ସାପବିଷ ବେପାରୀମାନଙ୍କ ନିକଟକୁ ଗ୍ରାହକ ସାଜି ଯାଇଥିଲେ। ସମସ୍ତ ଅଭିଯୁକ୍ତ ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟପ୍‌ରେ ଏକାଠି ହୋଇ ଅପେକ୍ଷା କରିଥିଲେ। ବିଷ ଠିକ୍‌ କିମ୍ବା ଭୁଲ୍‌ ଜାଣିବା ପାଇଁ ଶୁଭେନ୍ଦୁ ନିଜ ଶରୀରରୁ ୨ ମିଲି ଲିଟର ରକ୍ତ ଟେଷ୍ଟଟ୍ୟୁବରେ ଦେବା ପରେ ସେଥିରେ ଗୋଟେ ଟୋପା ବିଷ ମିଶାଯାଇଥିଲା। ୨୦ ମିନିଟ୍‌ ପରେ ସେହି ରକ୍ତ ଆଉ ଜମାଟ ବାନ୍ଧି ନ ଥିଲା। ବିଷ ଠିକ୍‌ ଅଛି ବୋଲି ଜାଣିବା ପରେ ଏସିଏଫ୍‌ ପ୍ରଶାନ୍ତ ପଣ୍ଡା ଚଢ଼ାଉ ପାଇଁ ସବୁଜ ସଙ୍କେତ ଦେଇଥିଲେ। ଏକାସମୟରେ ମାଷ୍ଟର କ୍ୟାଣ୍ଟିନ୍‌ ଏବଂ ଏୟାରପୋର୍ଟ ଛକରେ ନଗର ବନଖଣ୍ଡର ୨ଟି ଟିମ୍‌ ଚଢ଼ାଉ କରିଥିଲେ। ଏୟାରପୋର୍ଟ ଛକରୁ ଦୁଇ ବୋତଲ ବିଷ ସହିତ ୩ଜଣ ଏବଂ ମାଷ୍ଟର୍‌ କ୍ୟାଣ୍ଟିନ୍‌ ଛକରୁ ଜଣେ ମହିଳାଙ୍କ ସମେତ ଅନ୍ୟ ୨ ଜଣଙ୍କୁ ଧରିଥିଲେ।

ଅଭିଯୁକ୍ତମାନେ କେଉଁଠୁ ବିଷ ଆଣିଥିଲେ, କାହାକୁ ଦେଇଥାନ୍ତେ, ଆଗରୁ କେତେଥର ଏଭଳି କାମ କରିଛନ୍ତି ସେସବୁ ସମ୍ପର୍କରେ ତଦନ୍ତ ଚାଲିଛି। ଆହୁରି କେତେଜଣ ବ୍ୟକ୍ତି ଏହି ର଼୍ୟାକେଟରେ ସାମିଲ ଥିବା ନେଇ ବନ ବିଭାଗ ପ୍ରାଥମିକ ପର୍ଯ୍ୟାୟରେ ଜାଣିବାକୁ ପାଇଛି। ଆବଶ୍ୟକ ପଡ଼ିଲେ ଅଧିକ ଜେରା ଲାଗି ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟଙ୍କୁ ନିବେଦନ କରାଯିବ ବୋଲି ସିଟି ଡିଏଫ୍‌ଓ ମିଶ୍ର କହିଛନ୍ତି। ସେହିପରି ଶୁଭେନ୍ଦୁ କହିଛନ୍ତି, ଜଣେ ମହିଳା ସାପବିଷ କାରବାରରେ ଗିରଫ ହେବା ବୋଧହୁଏ ଦେଶରେ ପ୍ରଥମ ଘଟଣା। କିନ୍ତୁ ଆଇନ ଆଖିରେ ସମସ୍ତେ ସମାନ। ତେବେ ଓଡ଼ିଶାରେ କାହାରିକୁ ସାପବିଷ ବାହାର କରିବା ପାଇଁ ଲାଇସେନ୍ସ ଦିଆଯାଇନାହିଁ। ତେଣୁ ଯିଏ ବି ଏଭଳି ବିଷ କାରବାର କରିବ ସେ ନିଶ୍ଚୟ ଗିରଫ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?