୧୦ କୋଟିର ସାପବିଷ ଜବତ

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ରାଜଧାନୀରେ ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶାଦ୍ରବ୍ୟ କାରବାର ପରେ ପ୍ରଥମ ଥର ସାପବିଷ ବେପାର ସାମ୍ନାକୁ ଆସିଛି। ଶନିବାର ଭୁବନେଶ୍ୱରର ଦୁଇଟି ସ୍ଥାନରେ ସାପବିଷ ବିକ୍ରି ପାଇଁ ଡିଲ୍‌ ବେଳେ ବନ ବିଭାଗ ପକ୍ଷରୁ ଏକସଙ୍ଗେ ଚଢ଼ାଉ କରାଯାଇ ୬ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ସହଦେବଖୁଣ୍ଟାର ହୃଷ୍ନାକର ପଢ଼ିଆରୀ(୩୦), ଜୟସ୍ମିତା ନାୟକ(୫୦), ଜଳେଶ୍ବରର ସଞ୍ଜୟ ମହାନ୍ତି(୪୩), ବରଗଡ଼ ସୋହେଲାର ବିଶ୍ୱ ପ୍ରଧାନ(୩୦), ବଲାଙ୍ଗୀରର ସୁରଜ କୁମାର ଦାସ(୨୧) ଏବଂ ଅନୁଗୋଳ
ହୁଲୁରୁସିଙ୍ଗାର ଶ୍ୟାମଳେନ୍ଦୁ ନାୟକ(୩୦)। ଜବତ ହୋଇଥିବା ସାପବିଷର ମୂଲ୍ୟ ୧୦କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ବନ ବିଭାଗ ଆକଳନ କରିଛି। ଗିରଫ ୬ଜଣଙ୍କୁ ଭୁବନେଶ୍ୱର ବନାଞ୍ଚଳ କାର୍ଯ୍ୟାଳୟରେ ରଖି ପଚରାଉଚରା କରାଯାଉଛି। ଅଭିଯୁକ୍ତମାନଙ୍କୁ ସିଟି ଡିଏଫ୍‌ଓ ଅଶୋକ ମିଶ୍ର ଜେରା କରୁଛନ୍ତି। ସମସ୍ତ ଅଭିିଯୁକ୍ତଙ୍କର କୋଭିଡ୍‌ ଟେଷ୍ଟ ପରେ ରବିବାର କୋର୍ଟଚାଲାଣ କରାଯିବ। ସୁରଜଙ୍କ ବାପା ଏହି ର଼୍ୟାକେଟ୍‌ର ମୁଖ୍ୟ ଏବଂ ତାଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ଦୁଇ ଦିନ ଧରି ରାଜଧାନୀରେ କେତେଜଣ ବ୍ୟକ୍ତି ୧ ଲିଟର ୬ଶହ ମିଲିଗ୍ରାମ ସାପବିଷ ଧରି ବିକିବା ପାଇଁ ଚେଷ୍ଟା କରୁଥିବା ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ମିଳିଥିଲା। ଶୁଭେନ୍ଦୁ ଶନିବାର ସକାଳେ ନଗର ବନଖଣ୍ଡ ଅଧିକାରୀ ଅଶୋକ ମିଶ୍ରଙ୍କୁ ଏ ନେଇ ଜଣାଇଥିଲେ। ସିଟି ଡିଏଫ୍‌ଓଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍‌ ପ୍ରଶାନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଞ୍ଜ ଅଫିସ୍‌ର ୪ଟି ଗାଡ଼ି ସହ ୨୦ ଜଣ କର୍ମଚାରୀ ଜାଲ ବିଛାଇ ଜଗି ରହିଥିଲେ। ଯୋଜନା ମୁତାବକ, ଭୁବନେଶ୍ୱର ବନାଞ୍ଚଳର ଜଣେ ଫରେଷ୍ଟର ସମ୍ପୃକ୍ତ ସାପବିଷ ବେପାରୀମାନଙ୍କ ନିକଟକୁ ଗ୍ରାହକ ସାଜି ଯାଇଥିଲେ। ସମସ୍ତ ଅଭିଯୁକ୍ତ ମାଷ୍ଟରକ୍ୟାଣ୍ଟିନ୍‌ ବସ୍‌ଷ୍ଟପ୍‌ରେ ଏକାଠି ହୋଇ ଅପେକ୍ଷା କରିଥିଲେ। ବିଷ ଠିକ୍‌ କିମ୍ବା ଭୁଲ୍‌ ଜାଣିବା ପାଇଁ ଶୁଭେନ୍ଦୁ ନିଜ ଶରୀରରୁ ୨ ମିଲି ଲିଟର ରକ୍ତ ଟେଷ୍ଟଟ୍ୟୁବରେ ଦେବା ପରେ ସେଥିରେ ଗୋଟେ ଟୋପା ବିଷ ମିଶାଯାଇଥିଲା। ୨୦ ମିନିଟ୍‌ ପରେ ସେହି ରକ୍ତ ଆଉ ଜମାଟ ବାନ୍ଧି ନ ଥିଲା। ବିଷ ଠିକ୍‌ ଅଛି ବୋଲି ଜାଣିବା ପରେ ଏସିଏଫ୍‌ ପ୍ରଶାନ୍ତ ପଣ୍ଡା ଚଢ଼ାଉ ପାଇଁ ସବୁଜ ସଙ୍କେତ ଦେଇଥିଲେ। ଏକାସମୟରେ ମାଷ୍ଟର କ୍ୟାଣ୍ଟିନ୍‌ ଏବଂ ଏୟାରପୋର୍ଟ ଛକରେ ନଗର ବନଖଣ୍ଡର ୨ଟି ଟିମ୍‌ ଚଢ଼ାଉ କରିଥିଲେ। ଏୟାରପୋର୍ଟ ଛକରୁ ଦୁଇ ବୋତଲ ବିଷ ସହିତ ୩ଜଣ ଏବଂ ମାଷ୍ଟର୍‌ କ୍ୟାଣ୍ଟିନ୍‌ ଛକରୁ ଜଣେ ମହିଳାଙ୍କ ସମେତ ଅନ୍ୟ ୨ ଜଣଙ୍କୁ ଧରିଥିଲେ।

ଅଭିଯୁକ୍ତମାନେ କେଉଁଠୁ ବିଷ ଆଣିଥିଲେ, କାହାକୁ ଦେଇଥାନ୍ତେ, ଆଗରୁ କେତେଥର ଏଭଳି କାମ କରିଛନ୍ତି ସେସବୁ ସମ୍ପର୍କରେ ତଦନ୍ତ ଚାଲିଛି। ଆହୁରି କେତେଜଣ ବ୍ୟକ୍ତି ଏହି ର଼୍ୟାକେଟରେ ସାମିଲ ଥିବା ନେଇ ବନ ବିଭାଗ ପ୍ରାଥମିକ ପର୍ଯ୍ୟାୟରେ ଜାଣିବାକୁ ପାଇଛି। ଆବଶ୍ୟକ ପଡ଼ିଲେ ଅଧିକ ଜେରା ଲାଗି ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟଙ୍କୁ ନିବେଦନ କରାଯିବ ବୋଲି ସିଟି ଡିଏଫ୍‌ଓ ମିଶ୍ର କହିଛନ୍ତି। ସେହିପରି ଶୁଭେନ୍ଦୁ କହିଛନ୍ତି, ଜଣେ ମହିଳା ସାପବିଷ କାରବାରରେ ଗିରଫ ହେବା ବୋଧହୁଏ ଦେଶରେ ପ୍ରଥମ ଘଟଣା। କିନ୍ତୁ ଆଇନ ଆଖିରେ ସମସ୍ତେ ସମାନ। ତେବେ ଓଡ଼ିଶାରେ କାହାରିକୁ ସାପବିଷ ବାହାର କରିବା ପାଇଁ ଲାଇସେନ୍ସ ଦିଆଯାଇନାହିଁ। ତେଣୁ ଯିଏ ବି ଏଭଳି ବିଷ କାରବାର କରିବ ସେ ନିଶ୍ଚୟ ଗିରଫ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ମଘା ନକ୍ଷତ୍ରରେ ଅଛନ୍ତି କେତୁ: ଡିସେମ୍ବର ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଚାକିରି-ବ୍ୟବସାୟରେ…

ବୈଦିକ ଜ୍ୟୋତିଷ ଅନୁସାରେ କେତୁ ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ବର୍ତ୍ତମାନ କେତୁ ମଘା ନକ୍ଷତ୍ରରେ ରହିଛନ୍ତି ଏବଂ ୫ ଡିସେମ୍ବର…

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri