୯ ମାସରେ ୧୦ କୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର। ବିଶେଷକରି ବ୍ରାଉନସୁଗାରର ବେଆନ ବଜାର ଭାବେ ଉଭା ହୋଇଛି। ଚଳିତ ବର୍ଷ କେବଳ ୯ ମାସରେ କମିଶନରେଟ ପୋଲିସ ଦୁଇ ସହରରୁ ୧୦ କୋଟି ମୂଲ୍ୟର ପ୍ରାୟ ୧୦ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କରିଛି। ବିଭିନ୍ନ ଥାନାରେ ୪୪ଟି ମାମଲ ରୁଜୁ ହୋଇଥିବାବେଳେ ୯୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ ୪୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
୩୩ ମାମଲା ରୁଜୁ କରାଯାଇ ୫.୬୬୦ କେଜି ବ୍ରାଉନସୁଗାର ଜବତ କରାଯିବା ସହ ୬୭ଜଣଙ୍କୁ ଗିରଫ କରାଯାଇଛି।

ସେହିପରି କଟକରେ ୧୧ ମାମଲାରେ ୩୦ଜଣ ଗିରଫ ହୋଇଥିବାବେଳେ ୪.୬୪୬ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। ତେବେ ଗତବର୍ଷ ସାରା ରାଜ୍ୟରୁ ମୋଟ ୩୪କେଜି ବ୍ରାଉନସୁଗାର ଜବତ କରିଥିଲା ଓଡ଼ିଶା ପୋଲିସ। ତେବେ କମିଶନରେଟ ପୋଲିସ ୯ ମାସରେ ୧୦କେଜି ବ୍ରାଉନସୁଗାର ଜବତ କରିବା ଏକ ରେକର୍ଡ। ଗତ ଅଗଷ୍ଟ ୧୫ରୁ କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱରରେ ‘ଅପରେଶନ ହ୍ବାଇଟ୍‌ ସ୍ପାଇଡର’ ଜରିଆରେ ୧ କେଜି ୩୫ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୩୭ ଜଣଙ୍କୁ ଗିରଫ କରାଯାଇଛି। ଶନିବାର ଏହି ଅପରେଶନରେ କ୍ୟୁଏଟି ଓ ବାଲିଅନ୍ତା ପୋଲିସ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ କେସୁରା ଅଞ୍ଚଳର ମୃଣାଳ ସାମଲଙ୍କୁ ଗିରଫ କରିଛି। ଆଗାମୀ ଦିନରେ ଟୁଇନ୍‌ ସିଟିକୁ ବ୍ରାଉନସୁଗାର ମୁକ୍ତ କରିବା ପାଇଁ ଅପରେଶନକୁ ଜୋରଦାର କରାଯିବ ବୋଲି କମିଶନର କହିଛନ୍ତି। ମୁଖ୍ୟତଃ ବ୍ରାଉନସୁଗାର ସେବନ କରି ଯୁବକମାନେ ଅପରାଧ ଦୁନିଆରେ ପାଦ ଥାପି ଜେଲ ଯାଉଛନ୍ତି। ଜେଲରୁ ଫେରିବା ପରେ ସେମାନେ ପୁଣି ବ୍ରାଉନସୁଗାର ଖାଇବା ସହ ଏହି କାରବାରରେ ସଂପୃକ୍ତ ରହି ଅପରାଧ ଘଟାଉଛନ୍ତି। ତେଣୁ ଆଗାମୀ ଦିନରେ ପୋଲିସ ଟାର୍ଗେଟରେ ଥିବା ନିଶାସକ୍ତ ଅଭିଯୁକ୍ତଙ୍କୁ ନିଶା ନିବାରଣ କେନ୍ଦ୍ରକୁ ପଠାଇବା ସହ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହା ସହିତ ’କ୍ରାଇମ୍‌-ଡ୍ରଗ-ବସ୍ତି’ ତ୍ରିକୋଣୀୟ କ୍ରାଇମ୍‌ ଉପରେ ପୋଲିସ ବସ୍ତିଚାଲ ଅଭିଯାନ ଆରମ୍ଭ କରିଛି। ସୂଚନା ଦେବାରେ ଲୋକଙ୍କ ସହଯୋଗ ମିଳିଲେ ଟୁଇନ୍‌ସିଟି ଡ୍ରଗ୍ସମୁକ୍ତ ହୋଇପାରିବ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?