Posted inଫୁରସତ

ଅଫିସ୍‌କୁ ଗୋଟିଏ ମିନିଟ୍‌ ବିଳମ୍ବରେ ଆସିଲେ ମିଳିବ କଡ଼ା ଦଣ୍ଡ

ଠିକ୍‌ ସମୟରେ ଅଫିସ୍‌ ଆସିବା ଏକ ଶୃଙ୍ଖଳିତ ନିୟମ। କିନ୍ତୁ ବେଳେବେଳେ କିଛି କର୍ମଚାରୀ ବିଳମ୍ବରେ ଆସିଥାନ୍ତି। ଅନେକ ସ୍ଥାନରେ କର୍ମଚାରୀଙ୍କୁ ଅନୁଗ୍ରହ ଅବଧି ଭାବରେ ୧୫ ମିନିଟ୍‌ ବିଳମ୍ବରେ ଅଫିସ ଆସିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଆଜିକାଲି ଏକ ଅଫିସର ଅଜବ ନିୟମ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମାଲିକ କର୍ମଚାରୀଙ୍କ ୧ ମିନିଟ୍‌ ବିଳମ୍ବ ହେଲେ କଠୋର ଦଣ୍ଡ ଘୋଷଣା କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସୋସିଆଲ ମିଡିଆ ସାଇଟ୍‌ ରେଡ୍ଡିଟରେ ଭାଇରାଲ ହେଉଥିବା ଏକ ପୋଷ୍ଟ ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ ଜଣେ ୟୁଜର ତାଙ୍କ ଅଫିସର ମାଲିକଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ନିୟମ (ସମସ୍ତଙ୍କୁ ୧ ମିନିଟ୍‌ ବିଳମ୍ବ ପାଇଁ ୧୦ ମିନିଟ୍‌ ଅତିରିକ୍ତ କାର୍ଯ୍ୟ) ବିଷୟରେ କହିଛନ୍ତି। ଯାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ବ୍ୟକ୍ତି ଜଣକ ଅଫିସରେ ପୋଷ୍ଟ ହୋଇଥିବା ଏକ ନୋଟ୍‌ ବି ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ମୁଁ ଯେଉଁଠାରେ ବି କାମ କଲି, ଏହା ସବୁଠୁ ଖରାପ ସ୍ଥାନ, ଦରମା ମଧ୍ୟ କମ୍‌ ଅଟେ। ଫଟୋରେ ଏହା ଲେଖାଯାଇଛି- ଯଦି ଆପଣ ଅଫିସକୁ ଆସିବାରେ ୧ ମିନିଟ୍‌ ବିଳମ୍ବ କରନ୍ତି, ତେବେ ଆପଣଙ୍କୁ ସା ୬ଟା ପରେ ୧୦ ମିନିଟ୍‌ ଅଧିକ କାମ କରିବାକୁ ପଡ଼ିବ। ଉଦାହରଣ ସ୍ବରୂପ, ଯଦି ଆପଣ ରାତି ୨.୧୦ରେ ଅଫିସ୍‌ ଆସନ୍ତି, ତେବେ ଆପଣଙ୍କୁ ୬.୨୦ରେ ଅଫିସ ଛାଡ଼ିବାକୁ ପଡ଼ିବ।

ଏହି ପୋଷ୍ଟରେ ୭୦ ହଜାରରୁ ଅଧିକ ଲାଇକ୍‌ ଆସିଛି ଏବଂ ହଜାର ହଜାର ଲୋକ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହା ଅତ୍ୟନ୍ତ ମୁର୍ଖ ଏବଂ ବେଆଇନ ନିୟମ ପରି ମନେହୁଏ। ଏଥିସହିତ ଅନ୍ୟ ଜଣେ ପଚାରିଛନ୍ତି, ମାଲିକ ତାଙ୍କ କର୍ମଚାରୀଙ୍କୁ ହରାଇବାକୁ ଚାହୁଁଛନ୍ତି କି? କାରଣ ଜଣେ କର୍ମଚାରୀଙ୍କୁ ହରାଇବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ। ଆଉ ଜଣେ ୟୁଜର କହିଛନ୍ତି ୧ ଘଣ୍ଟା ବିଳମ୍ବରେ ଅଫିସ ଛାଡ଼ନ୍ତୁ। ଆଉ ସେହି ଅନୁଯାୟୀ ମାଲିକଙ୍କଠାରୁ ଓଭରଟାଇମ୍‌ର ପଇସା ବି ନିଅନ୍ତୁ। ମାଲିକଙ୍କ ଏପରି ଅଜବ ନିୟମ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri