ରାଜ୍ୟରେ ୧ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଓଡ଼ିଶାରେ ସୋମବାରଠାରୁ କ୍ୟାମ୍ପେନ୍‌ ମୋଡ଼ରେ ଟିକାଦାନ ଆରମ୍ଭ ହୋଇଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମ ଦିନରେ ୧,୬୧୩ ଟିକାକେନ୍ଦ୍ରରେ ୩,୩୨,୭୧୭ ଡୋଜ୍‌ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଟିକାକରଣ ୧ କୋଟି ଟପିଛି। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ସୋମବାର ସୁଦ୍ଧା ସମସ୍ତ ବର୍ଗର ହିତାଧିକାରୀଙ୍କୁ ୧,୦୦,୨୫,୧୦୫ ଡୋଜ୍‌ ଟିକାକରଣ ହୋଇଛି। ୧୮,୯୫,୦୫୬ଜଣ ହିତାଧିକାରୀ ଦୁଇଟି ଡୋଜ୍‌ ଟିକା ନେଇସାରିଛନ୍ତି। ୪୫ରୁ ଉର୍ଦ୍ଧ୍ୱ ବୟସର ହିତାଧିକାରୀ ସର୍ବାଧିକ ୭୧,୬୩,୩୫୬ ଡୋଜ୍‌ ନେଇଥିବାବେଳେ ୧୮ରୁ ୪୪ବର୍ଷ ବୟସ ବର୍ଗରେ ୧୭,୫୮,୭୯୧ ଡୋଜ୍‌ ଟିକାକରଣ ହୋଇଛି। ସେହିପରି ସ୍ବାସ୍ଥ୍ୟକର୍ମୀଙ୍କୁ ୬,୧୩,୮୯୩ ଡୋଜ୍‌ ଓ ସମ୍ମୁଖ ଯୋଦ୍ଧାଙ୍କୁ ୪,୮୯,୫୮୯ ଡୋଜ୍‌ ଦିଆଯାଇଛି। ତେବେ ଟିକା ନେବା ପରେ ମାତ୍ର ୦.୦୦୪%ଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିବା ସୂଚନା ରହିଛି। ରାଜ୍ୟରେ ମୋଟ ଟିକାକରଣରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୪,୦୦,୬୫୮ ଡୋଜ୍‌ ଟିକାକରଣ ହୋଇଛି। ଏହା ପରେ ଗଞ୍ଜାମରେ ୯,୨୮,୪୮୪, କଟକ ୭,୪୮,୮୫୯, ବାଲେଶ୍ୱର ୫,୪୭,୬୫୩, ସୁନ୍ଦରଗଡ଼ ୫,୩୦,୦୬୬, ପୁରୀ ୪,୫୮,୨୨୩, ମୟୂରଭଞ୍ଜ ୩,୯୧,୧୩୧, ସମ୍ବଲପୁର ୩,୭୯,୪୭୧, କୋରାପୁଟ ୩,୪୨,୦୭୩, କେନ୍ଦୁଝରରେ ୩,୨୬,୨୨୬, ଯାଜପୁର ୩,୧୩,୬୯୭, ଭଦ୍ରକ ୩,୦୩,୩୫୪, କେନ୍ଦ୍ରାପଡ଼ା ୩,୦୨,୪୪୦ ଓ କଳାହାଣ୍ଡିରେ ୩,୧୦,୦୨୬ ଡୋଜ୍‌ ଟିକାକରଣ ହୋଇଛି। ତେବେ ଦେବଗଡ଼ ଜିଲାରେ ସର୍ବନିମ୍ନ ୬୦,୪୯୨ଡୋଜ୍‌ ଟିକାକରଣ ହୋଇଥିବା ଜଣାପଡ଼ିଛି।
ରାଜ୍ୟ ଟିକାକରଣରେ ଏହି ସଫଳତା ମିଳିବା ପରେ ସ୍ବାସ୍ଥ୍ୟ ବିଭାଗ ଟୁଇଟ୍‌ କରି ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛି। ଟିକାକରଣ ସୁପରିଚାଳନା ଯୋଗୁ ରାଜ୍ୟରେ ମାତ୍ର ୩% ଟିକା ନଷ୍ଟ ହୋଇଛି, ଯାହା ଦେଶରେ ସବୁଠାରୁ କମ୍‌। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ଓଡ଼ିଶା ୧ କୋଟି ଟିକାକରଣ କରି କୋଭିଡ୍‌-୧୯ ଲଢ଼େଇରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଅନେକ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ତ୍ୱରିତ ଟିକାକରଣକୁ ସୁନିଶ୍ଚିତ କରିଥିବା ଆମର ସ୍ବାସ୍ଥ୍ୟକର୍ମୀଙ୍କ ନିଷ୍ଠାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେପଟେ ମଙ୍ଗଳବାର ରାଜ୍ୟର ୧,୨୨୨ ଟିକାକେନ୍ଦ୍ରରେ ଟିକାକରଣ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ଆଜି ରାଜ୍ୟରେ ୨୬୪ ଆକ୍ରାନ୍ତ ଚିହ୍ନଟ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୬୧୪କୁ ବୃଦ୍ଧି

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୪ଜଣ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୩୦ ଲୋକାଲ କେସ୍‌ ରହିଛି।...

ଏଥର ଛେରାପହଁରା କରିବେନି ଗଜପତି ମହାରାଜା

ପୁରୀ ଅଫିସ,୨୩।୬: ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ହେଲେ ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବେନି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ...

ବାତ୍ୟା ‘ଗୁଲାବ’ ମୁକାବିଲା: ଖୋଲିଲା କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଉପକୂଳମୁହାଁ ‘ଗୁଲାବ’। ଏହି ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ବତନ୍ତ୍ର ସଚିବ ବିଶ୍ୱମୋହନ ରାୟଙ୍କ ଅଫିସ...

ସ୍ବତନ୍ତ୍ର ଏଡିଜେ କୋର୍ଟରେ ହାଜର ହେଲେ ଜୟନାରାୟଣ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଭୁବନେଶ୍ବର ସ୍ବତନ୍ତ୍ର ଏଡିଜେ କୋର୍ଟରେ ଶୁକ୍ରବାର ହଜାର ହୋଇଛନ୍ତି। ଜୟନାରାୟଣଙ୍କ ସହ ଆଉ ୧୨ ଜଣ ମଧ୍ୟ...

୨୮ଜୁନରୁ ଏହି ରାଜ୍ୟରେ ଖୋଲିବ ସେଲୁନ

ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ କରୋନା ସଙ୍କଟ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। କରୋନା ଲକ୍‌ଡାଉନ ଯୋଗୁ ସାଧାରଣ ଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଅନଲକ୍‌-୧ରେ ସରକାର...

୧୧ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର, ୮।୯(ବ୍ୟୁରୋ):ବଙ୍ଗୋପସାଗରର ଉତ୍ତର ଦିଗରେ ଆଉ ଏକ ଲଘୁଚାପ ଏବେ ଦାନା ବାନ୍ଧୁଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସ୍ପଷ୍ଟ ଚିହ୍ନିତ ହେବା ସହ...

କରୋନା ସନ୍ଦିଗ୍ଧକୁ ନେବ ଆମ୍ବୁଲାନ୍ସ

ଗଞ୍ଜାମ, ୨୭।୭(ଡି.ଏନ.ଏ.)-ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ୧୦୮ ଓ ୧୦୪ ଆମ୍ବୁଲାନ୍ସ କର୍ମଚାରୀ ନେଉନାହାନ୍ତି । ଏନେଇ କେତେକଙ୍କ ଜୀବନ...

ଘୂର୍ଣ୍ଣିବଳୟ ପୂର୍ବରୁ ଚାଷୀଙ୍କୁ ସତର୍କକଲା ନିର୍ଦ୍ଦେଶାଳୟ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବଂ ତଜ୍ଜନିତ ଲଘୁଚାପ ଯୋଗୁ ଓଡ଼ିଶାର ଅଧିକାଂଶ ଜିଲାରେ ଗୁରୁବାରଠାରୁ ୧୮ତାରିଖ...

Advertisement
Archives

Model This Week