ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ କୋଟି ୨୧ ଲକ୍ଷ ଦାନ

ଭୁବନେଶ୍ୱର,୪।୫(ବ୍ୟୁରୋ): ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ଏବଂ ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ କୋଭିଡ୍‌-୧୯ ନିମନ୍ତେ ୩ କୋଟି ୨୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ଓପିଜିସି ୧ କୋଟି ଟଙ୍କା ଏବଂ ଓଏଚ୍‌ପିସି ୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବ୍ୟାଙ୍କ ଆର୍‌ଟିଜିଏସ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଏହି ଅର୍ଥ ପ୍ରଦାନ କରାଯାଇଛି। ସେହିପରି ରାଜ୍ୟର କୋଭିଡ୍‌ ଲଢ଼େଇରେ ନିଜର ଯୋଗଦାନ ସ୍ବରୂପ ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନଠାରେ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଓ ବିତ୍ତୀୟ ଉପଦେଷ୍ଟା ତେଜରାଜ ପ୍ରଧାନଙ୍କଠାରୁ ଏହି ରାଶିର ଚେକ୍‌ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରିୟଦର୍ଶୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଦୂରଦର୍ଶୀ କୋଭିଡ୍‌ ପରିଚାଳନା ଯୋଗୁ ଓଡ଼ିଶାରେ ମହାମାରୀ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କୋଭିଡ୍‌ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି। ଜନସାଧାରଣଙ୍କ ସହଯୋଗରେ ରାଜ୍ୟ ଅଧିକ ସଫଳତା ହାସଲ କରିବ। ଏତାଦୃଶ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ହାଉସିଂ ବୋର୍ଡ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି। ରାଜ୍ୟର କୋଭିଡ୍‌ ଲଢ଼େଇରେ ନିଜର ଯୋଗଦାନ ସ୍ବରୂପ ଲାଲ୍‌ଚାନ୍ଦ ମାହେଶ୍ୱରୀ ଶ୍ରୀ ମାର୍ବଲ୍ସ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ୧୧ ହଜାର ଟଙ୍କା ଦାନ କରିଛନ୍ତି। ମୁଖ୍ୟ ଶାସନ ସଚିବ ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କମ୍ପାନୀ ପ୍ରୋପ୍ରାଇଟର ଲାଲ୍‌ଚାନ୍ଦ୍‌ ମାହେଶ୍ୱରୀଙ୍କ ଠାରୁ ଏହି ରାଶିର ଚେକ୍‌ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶା କବଳରେ ଯୁବବର୍ଗ

କେନ୍ଦ୍ରାପଡ଼ା ଅଫିସ, ୧୩।୮: କେନ୍ଦ୍ରାପଡା ଟାଉନ ପୋଲିସ ଗତ ସୋମବାର ସହରର ୩ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପ୍ରାୟ ୧୦ଲକ୍ଷ ଟଙ୍କାର...

ବିଧାୟକ ଶଶିଭୂଷଣଙ୍କ କାର୍‌କୁ ଅଣ୍ଡାମାଡ଼, ଜଣେ ଅଟକ

କେନ୍ଦ୍ରାପଡ଼ା ଅଫିସ,୨୯ା୧୨: କେନ୍ଦ୍ରାପଡ଼ା ଜିଲାରେ ଶାସକ ଦଳର ନେତାଙ୍କୁ ବିରୋଧ ଜାରି ରହିଛି। ଗତ ଅକ୍ଟୋବରରେ ରାଜ୍ୟ ସମବାୟ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ...

୮ ଜିଲାରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଅନୁମୋଦନ

ଭୁବନେଶ୍ୱର, ୨୪ା୫(ବ୍ୟୁରୋ):ପିଏମ୍‌ କେୟାର୍ସ ଫଣ୍ଡରୁ ଓଡ଼ିଶାର ୮ ଜିଲାରେ ପ୍ରେସର ସ୍ବିଙ୍ଗ ଆଡଜର୍ପଶନ (ପିଏସ୍‌ଏ) ମେଡିକାଲ ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ ମିଳିଛି।...

ଚିଲିକାରେ ଗଣା ହେଲେ ଡଲଫିନ୍‌

ବ୍ରହ୍ମଗିରି,୨୦।୧(ଡି.ଏନ.ଏ): ଚଳିତବର୍ଷ ଚିଲିକାର ବାହ୍ୟନାଳି ଅଞ୍ଚଳରେ ରବିବାର ଡଲ୍‌ଫିନ ଗଣନା କରାଯାଇଛି। ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଡବ୍ଲୁଡବ୍ଲୁଏଫ, ଓୟୁଏଟିର ଫରେଷ୍ଟ ବିଭାଗର ଛାତ୍ର,...

ପୁରୀରେ ସେବାୟତଙ୍କୁ ହତ୍ୟା

ପୁରୀ ଅଫିସ, ୧୬।୩ : ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୁରୀ ବାରବାଟୀ ନିକଟରେ ଗୁଳି...

ପାଚେରି ଭୁଶୁଡ଼ି ୪ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା:ଆପରାଧିକ ମାମଲା ରୁଜୁକଲା ପୋଲିସ

ଢେଙ୍କାନାଳ ଅଫିସ,୧୧ା୬ଢେଙ୍କାନାଳ ସହରର ଅଳସୁଆ ହାଟରେ ରବିବାର ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି ଭୁଶୁଡି ୪ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୫ଜଣ...

ଗୁଳିବିଦ୍ଧ ଦନ୍ତାକୁ ଧରିପାରୁନି ବନ ବିଭାଗ

ଭୁବନେଶ୍ୱର(ବ୍ୟୁରୋ)/ ନରସିଂହପୁର(ସ୍ବ.ପ୍ର.), ୨୭।୭: ଆଠଗଡ଼ ବନଖଣ୍ଡରେ ହାତୀ ଶିକାର ରୋକିବାର ନାଁ ଧରୁନି। ଗତ ମାସରେ ମାଟିତଳୁ ୪ଟି ହାତୀ କଙ୍କାଳ ମିଳିବା ଏବଂ ଗୋଟିଏ...

ଆଜି ପୁଣି ବନ୍ଦ ରହିଛି ଜଗା ଦର୍ଶନ

ପୁରୀ ଅଫିସ, ୮।୩: ଶ୍ରୀମନ୍ଦିରରେ ଆଜି ପୁଣି ବନ୍ଦ ରହିଛି ଦର୍ଶନ । ଜଣେ ଭକ୍ତ ମନ୍ଦିର ପରିସରରେ ବାନ୍ତି କରିଦେବାରୁ ଦର୍ଶନ ବନ୍ଦ ରହିଛି।...

Advertisement
Archives

Model This Week