୧.୭୫ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୩ା୧୨: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୨ର ଶୁକ୍ରବାର ୩ୟ ଦିନରେ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ବୈଦ୍ୟୁତିକ ଉପକରଣ ଏବଂ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଶୀର୍ଷକ ଦୁଇଟି ପ୍ୟାନେଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ କ୍ଷେତ୍ରରେ ଉତ୍ପାଦନ ପାଇଁ ରାଜ୍ୟରେ ଅନୁକୂଳ ପରିସ୍ଥିତି କିପରି ସୃଷ୍ଟି କରାଯାଇପାରିବ ସେନେଇ ଆଲୋଚନା ହୋଇଛି। ଗ୍ରୀନ୍‌ ହାଇଡ୍ରୋଜେନ୍‌, ଗ୍ରୀନ୍‌ ଆମୋନିଆ, ପମ୍ପ ଷ୍ଟୋରେଜ୍‌ ଜଳ ବିଦ୍ୟୁତ୍‌ ପ୍ରକଳ୍ପ, ଭାସମାନ ସୋଲାର ଏବଂ ପବନ ତଥା ଅକ୍ଷୟ ଶକ୍ତି ସମ୍ବନ୍ଧିତ ଉପକରଣ ଉତ୍ପାଦନ କ୍ଷେତ୍ରରେ ୨୨ଟି ସଂସ୍ଥାରୁ ପ୍ରାୟ ୧.୭୫ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। କାର୍ଯ୍ୟକ୍ରମରେ ଦେଶବିଦେଶରୁ ୨୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ବର୍ତ୍ତମାନ ସମୟରେ ସବୁଜ ଶକ୍ତିର ଚାହିଦା ବୃଦ୍ଧି ପାଉଛି। ଏପରିକି ସବୁଜ ଶକ୍ତିର ବିକାଶ ଦିଗରେ(କ୍ଷେତ୍ରରେ) ଓଡ଼ିଶା ସରକାର ଆଗଭର ଥିବା ମନ୍ତ୍ରୀ କହିଛନ୍ତି। ବିଶେଷକରି ସରକାରଙ୍କ ପକ୍ଷରୁ ସବୁଜ ଶକ୍ତିର ବିକାଶ ପାଇଁ ସମସ୍ତ ପ୍ରଶାସନିକ ଏବଂ ନୀତିଗତ ସୁବିଧା ଯୋଗାଇ ଦିଆଯିବ ବୋଲି ନିବେଶକମାନଙ୍କୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ସବୁଜ ଶକ୍ତିର ବ୍ୟବହାର ଓଡ଼ିଶାରେ ବ୍ୟାପକ ନିବେଶ ସୁଯୋଗ ସୃଷ୍ଟି କରିଛି କହି ଉଦ୍ୟୋଗୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ରାଜ୍ୟ ଶିଳ୍ପନୀତି କିପରି ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ସହାୟକ ହୋଇପାରିବ ସେନେଇ ଗୁରୁତ୍ୱାରୋପ କରିଛନ୍ତି। ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଦେବାସହ ଓଡ଼ିଶାର ଶକ୍ତିକ୍ଷେତ୍ର ଉପରେ ଆଧାରିତ ଏକ କଫି ଟେବୁଲ ବୁକ୍‌ର ଉନ୍ମୋଚନ କରାଇଛନ୍ତି। ଏହି ଅବସରରେ ଶକ୍ତିମନ୍ତ୍ରୀ ଦେବଙ୍କ ଦ୍ୱାରା ଅକ୍ଷୟ ଶକ୍ତି ଚାମ୍ପିୟନ ପୁରସ୍କାରରେ ୨ଟି କମ୍ପାନୀକୁ ସମ୍ମାନିତ କରାଯାଇଛି। ରାଜ୍ୟରେ ପ୍ରଥମ ଏବଂ ସବୁଠାରୁ କମ୍‌ ମୂଲ୍ୟର ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ମୀନାକ୍ଷୀ ପାୱାର ଲିମିଟେଡ୍‌କୁ ଏବଂ ଓଡ଼ିଶାରେ ସର୍ବାଧିକ ସୌରଶକ୍ତି ଉପତ୍ାଦନ ପାଇଁ ଆଦିତ୍ୟ ବିର୍ଲା ରିନୁଏବଲ୍‌୍‌କୁ ସମ୍ବର୍ଦ୍ଧିତ କରାଯାଇଛି। ଅପରପକ୍ଷରେ ପ୍ୟାନେଲ ବୈଠକରେ ଉଦ୍ୟୋଗ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ତଥା ଭାରତୀୟ ଅକ୍ଷୟ ଶକ୍ତି ବିଭାଗର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ୱାରି), ପରିଚାଳନା ନିର୍ଦ୍ଦେଶକ (ଏଏମ୍‌ପି ଏନର୍ଜି), ସଭାପତି (ଆଇ ଫରେଷ୍ଟ), ଭାରତୀୟ ତୈଳ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ସଭାପତି (ରିନିୟୁ ପାୱାର), ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଏଜୁର ପାୱାର), ମୁଖ୍ୟ ପରିଚାଳନା ଅଧିକାରୀ (ଅଭଡ଼ା ଏନର୍ଜି ), ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଆଦିତ୍ୟ ବିର୍ଲା ରିନୁଏବଲ୍‌) ଏବଂ ବିଶ୍ୱବ୍ୟାଙ୍କର ଗ୍ରୀନ୍‌ ହାଇଡ୍ରୋଜେନ୍‌ ବିଶେଷଜ୍ଞ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri