୫ ଡିସେମ୍ବରରେ ଆନ୍ଦୋଳନକୁ ଓହ୍ଲାଇବେ ଦେଢ଼ ଲକ୍ଷ ଶିକ୍ଷକ

ଭଞ୍ଜନଗର,୨।୧୨(ବାବୁଲା ପ୍ରଧାନ): ଦୁଇ ଦଫା ଦାବୀ ପୂରଣ ନହେଲେ ଆସନ୍ତା ଡିସେମ୍ବର ୫ ତାରିଖରେ ରାଜ୍ୟର ଦେଢ଼ ଲକ୍ଷରୁ ଅଧିକ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ମଙ୍ଗଳବାର ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଏନ୍.ପି.ଏସ୍. ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ (ଏ.ବି.ଇ.ଓ.) ସୂର୍ଯ୍ୟ ନାୟକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍. ଥୁରୁମାଲା ନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

୧. ମୂଳ ବେତନ ବୃଦ୍ଧି ଓ ପଦବୀ ଉନ୍ନୀତିକରଣ: ପ୍ରାଥମିକ ଶିକ୍ଷକମାନଙ୍କର ମୂଳ ପଦବୀକୁ ଅପଗ୍ରେଡ୍ କରି ଲେବୁଲ୍ – ୯ ଅନୁଯାୟୀ ମୂଳ ବେତନ ୩୫,୪୦୦/- ଟଙ୍କା ପ୍ରଦାନ କରାଯାଉ। ୨. ଠିକା ସମୟକୁ ମୂଳ ଚାକିରୀରେ ଗଣନା: ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି ୨୦୦୧ ମସିହା ଠାରୁ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରାଯାଉ ଏବଂ ନ୍ୟାସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କରାଯାଉ।

ସଂଘ ଦାବି କରିଛି ଯେ ଆସନ୍ତା ୫ ତାରିଖ ସୁଦ୍ଧା ରାଜ୍ୟ ସରକାର ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କରନ୍ତୁ। ଦାବୀପତ୍ରରେ ଦର୍ଶାଯାଇଛି ଯେ ଦୀର୍ଘ ଦିନ ଧରି ଏହି ଦୁଇଟି ଦାବୀ ପୂରଣ ପାଇଁ ଶିକ୍ଷକମାନେ ଆନ୍ଦୋଳନ କରି ଆସୁଛନ୍ତି, କିନ୍ତୁ ସମାଧାନ ହୋଇପାରିନାହିଁ।

ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରାଯାଇଛି ଯେ, ବିରୋଧୀ ଦଳରେ ଥିବା ସମୟରେ ସେ ଏହି ଦାବୀକୁ ପୂର୍ଣ୍ଣ ସମର୍ଥନ କରିଥିଲେ ଏବଂ ସରକାରକୁ ଆସିଲେ ଦାବୀ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ସରକାର ବଦଳିଥିବାରୁ ମୁଖ୍ୟମନ୍ତ୍ରୀ ଏହି ଅନୁରୋଧକୁ ବିଚାରକୁ ନିଅନ୍ତୁ। ଯଦି ଦାବୀ ପୂରଣ ନହୁଏ, ତେବେ ବାଧ୍ୟ ହୋଇ ଶିକ୍ଷକମାନେ ରାଜ୍ୟ ସଂଘର ନିଷ୍ପତ୍ତି ଅନୁସାରେ ଆନ୍ଦୋଳନକୁ ଓହ୍ଲାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri