Posted inଜାତୀୟ

ପରିବାର ଲୋକେ ନୃତ୍ୟ ଶିଖିବାକୁ ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ୧୦ମ ଣ୍ରେଣୀ ଛାତ୍ରୀ

ଜୟପୁର, ୮।୧: ରାଜସ୍ଥାନର ଧୋଲପୁର ଜିଲାର ଏକ ସରକାରୀ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ନିଜ ଘରେ ନୃତ୍ୟ ଅଭ୍ୟାସ କରୁଥିଲେ। ଏ ନେଇ ମା’ବାପା ତାଙ୍କୁ ଗାଳିଗୁଲଜ କରୁଥିଲେ। ଏହି କାରଣରୁ ନାବାଳିକା ଝିଅ ଘର ଛାଡି ଚାଲିଯାଇଛନ୍ତି।
ମା’ବାପା ଚାହୁଁଥିଲେ ଝିଅ ଭଲ ପାଠ ପଢ଼ି ଭଲ ମଣିଷ ହେଉ। ତେଣୁ ସେ ଝିଅକୁ ସବୁବେଳେ ପାଠ ପଢ଼ିବାକୁ କହୁଥିଲେ। ମାତ୍ର ଝିଅ ନୃତ୍ୟରେ ଅଧିକ ସମୟ ବିତାଉଥିଲେ। ଏ ନେଇ ମା’ ବାପା ତାଙ୍କୁ ଗାଳିଗୁଲଜ କରୁଥିଲେ। ମାଡ ଭୟରେ ଝିଅ କିଛି ଦିନ ପର୍ଯ୍ୟନ୍ତ ନୃତ୍ୟଠାରୁ ଦୂରେଇ ଯାଇଥିଲେ। ପରେ ରାଗରେ ସେ ୪ ଜାନୁୟାରୀ, ୨୦୨୧ରେ ନିଜ ଘର ଛାଡି ମାମୁ ଘରକୁ ପଳାଇଲେ। ସେଠାରେ ମାଇଁକୁ ସେ ନୃତ୍ୟ ଏକାଡେମୀରେ ଆଡମିଶନ କରାଇଦେବାକୁ କହିଥିଲେ। ଯାହାଦ୍ୱାରା ସେ ନିଜର ପ୍ରତିଭା ତାଙ୍କ ମା’ବାପାଙ୍କୁ ଦେଖାଇପାରିବେ।
ଝିଅ ନିଖୋଜ ହେବା ପରେ ପରିବାର ପକ୍ଷରୁ ମହିଳା ଥାନାରେ ଏକ ଅପହରଣ ମାମଲା ରୁଜୁ କରାଗଲା। ପୋଲିସ ମାମଲା ରୁଜୁକରି ଖୋଜାଖୋଜି ପରେ ନାବାଳିକାଙ୍କୁ ଧରି ଶିଶୁ କଲ୍ୟାଣ କମିଟି ସଦସ୍ୟ ଗିରିସ ଗୁରୁସ ଗୁର୍ଜରଙ୍କ ନିକଟରେ ଉପସ୍ଥାପିତ କରିବା ପରେ ସତକଥା ସାମ୍ନାକୁ ଆସିଥିଲା।
କାଉନସେଲିଂ ସମୟରେ ସେ କହିଥିଲେ ଯେ, ସେ ପାଠ ପଢ଼ିବାକୁ ଚାହୁଁ ନ ଥିଲେ। ନୃତ୍ୟପ୍ରତି ତାଙ୍କର ଅଧିକ ଆଗ୍ରହ ଥିଲା। କିନ୍ତୁ ମା’ବାପା ତାଙ୍କୁ ପାଠପଢ଼ା ଉପରେ ଚାପ ପକାଉଥିଲେ। ତେଣୁ ରାଗରେ ସେ ଘର ଛାଡି ମାମୁ ଘରକୁ ଚାଲିଯାଇଥିଲେ। କାରଣ ମାମୁଙ୍କ ଝିଅମାନେ ନାଚ ଶିଖନ୍ତି ଏବଂ ସେ ସେମାନଙ୍କ ଠାରୁ ନାଚ ଶିଖାଇବେ॥ଏହା ଶଣିବା ପରେ ଗିରିଶ କୁମାର ତାଙ୍କୁ ନୃତ୍ୟ ଶିଖାଇବାର ସୁଯୋଗ ଦେବାର ଆଶ୍ୱାସନା ଦେବାପରେ ସେ ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ନୋବେଲ ଶାନ୍ତି ପୁରସ୍କାର ଦାବିକଲେ ଟ୍ରମ୍ପ୍‌, ୮ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ

ଓ୍ବାଶିଂଟନ,୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ପୁଣି ଥରେ ଦାବି ଉପସ୍ଥାପନ କରିଛନ୍ତି । ସେ ୮ଟି ଯୁଦ୍ଧର ସମାଧାନ କରିଛନ୍ତି…

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

ପଶ୍ଚିମବଙ୍ଗରୁ ତାମିଲନାଡୁ…. ଆଜି ୬ ଆସନର ରେଜଲ୍ଟ, କିଏ ମାରିବ ବାଜି?

ନୂଆଦିଲ୍ଲୀ,୯।୧୦: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅକ୍ଟୋବର ୬ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଏଥିରେ ୫ଟି ବିଧାନସଭା ଆସନ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

ମନ୍ତ୍ରୀ କରିଡର ଖାଁ ଖାଁ: ତୃତୀୟ ମହଲା ଚଳଚଞ୍ଚଳ

ଭୁବନେଶ୍ୱର, ୯ା୧୦(ରବିନାରାୟଣ ଜେନା):ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ବେଳେ ପୂର୍ବାହ୍ନରେ ଲୋକସେବା ଭବନରେ ତୃତୀୟ ମହଲା ଚଳଚଞ୍ଚଳ ରହିିଥିଲା। ମାତ୍ର ଖାରବେଳ…

ସାହିତ୍ୟ ପାଇଁ କାନାଡା କବି ଆନେ କାର୍ସନଙ୍କୁ ନୋବେଲ ପୁରସ୍କାର

ଷ୍ଟକ୍‌ହୋମ,୯।୧୦(ଏ.ପି.): କାନାଡାର ପ୍ରସିଦ୍ଧ କବି ତଥା ପ୍ରାବନ୍ଧିକା ଆନେ କାର୍ସନଙ୍କୁ ୨୦୨୬ ମସିହାର ସାହିତ୍ୟ (ଲିଟରେଚର) ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପ୍ରାଚୀନ ପରମ୍ପରା ସହ ସମକାଳୀନ…

IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ…

ନେତାନ୍ୟାହୁଙ୍କ ବଡ଼ ନିଷ୍ପତ୍ତି, ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

ନୂଆଦିଲ୍ଲୀ,୯।୧୦: ନିଜ ସହ-ପାଇଲଟ୍‌ଙ୍କ ମରଣାନ୍ତକ ଆକ୍ରମଣର ସାମ୍ନା କରି ମଧ୍ୟ ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?