Posted inଜାତୀୟ

ପରିବାର ଲୋକେ ନୃତ୍ୟ ଶିଖିବାକୁ ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ୧୦ମ ଣ୍ରେଣୀ ଛାତ୍ରୀ

ଜୟପୁର, ୮।୧: ରାଜସ୍ଥାନର ଧୋଲପୁର ଜିଲାର ଏକ ସରକାରୀ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ନିଜ ଘରେ ନୃତ୍ୟ ଅଭ୍ୟାସ କରୁଥିଲେ। ଏ ନେଇ ମା’ବାପା ତାଙ୍କୁ ଗାଳିଗୁଲଜ କରୁଥିଲେ। ଏହି କାରଣରୁ ନାବାଳିକା ଝିଅ ଘର ଛାଡି ଚାଲିଯାଇଛନ୍ତି।
ମା’ବାପା ଚାହୁଁଥିଲେ ଝିଅ ଭଲ ପାଠ ପଢ଼ି ଭଲ ମଣିଷ ହେଉ। ତେଣୁ ସେ ଝିଅକୁ ସବୁବେଳେ ପାଠ ପଢ଼ିବାକୁ କହୁଥିଲେ। ମାତ୍ର ଝିଅ ନୃତ୍ୟରେ ଅଧିକ ସମୟ ବିତାଉଥିଲେ। ଏ ନେଇ ମା’ ବାପା ତାଙ୍କୁ ଗାଳିଗୁଲଜ କରୁଥିଲେ। ମାଡ ଭୟରେ ଝିଅ କିଛି ଦିନ ପର୍ଯ୍ୟନ୍ତ ନୃତ୍ୟଠାରୁ ଦୂରେଇ ଯାଇଥିଲେ। ପରେ ରାଗରେ ସେ ୪ ଜାନୁୟାରୀ, ୨୦୨୧ରେ ନିଜ ଘର ଛାଡି ମାମୁ ଘରକୁ ପଳାଇଲେ। ସେଠାରେ ମାଇଁକୁ ସେ ନୃତ୍ୟ ଏକାଡେମୀରେ ଆଡମିଶନ କରାଇଦେବାକୁ କହିଥିଲେ। ଯାହାଦ୍ୱାରା ସେ ନିଜର ପ୍ରତିଭା ତାଙ୍କ ମା’ବାପାଙ୍କୁ ଦେଖାଇପାରିବେ।
ଝିଅ ନିଖୋଜ ହେବା ପରେ ପରିବାର ପକ୍ଷରୁ ମହିଳା ଥାନାରେ ଏକ ଅପହରଣ ମାମଲା ରୁଜୁ କରାଗଲା। ପୋଲିସ ମାମଲା ରୁଜୁକରି ଖୋଜାଖୋଜି ପରେ ନାବାଳିକାଙ୍କୁ ଧରି ଶିଶୁ କଲ୍ୟାଣ କମିଟି ସଦସ୍ୟ ଗିରିସ ଗୁରୁସ ଗୁର୍ଜରଙ୍କ ନିକଟରେ ଉପସ୍ଥାପିତ କରିବା ପରେ ସତକଥା ସାମ୍ନାକୁ ଆସିଥିଲା।
କାଉନସେଲିଂ ସମୟରେ ସେ କହିଥିଲେ ଯେ, ସେ ପାଠ ପଢ଼ିବାକୁ ଚାହୁଁ ନ ଥିଲେ। ନୃତ୍ୟପ୍ରତି ତାଙ୍କର ଅଧିକ ଆଗ୍ରହ ଥିଲା। କିନ୍ତୁ ମା’ବାପା ତାଙ୍କୁ ପାଠପଢ଼ା ଉପରେ ଚାପ ପକାଉଥିଲେ। ତେଣୁ ରାଗରେ ସେ ଘର ଛାଡି ମାମୁ ଘରକୁ ଚାଲିଯାଇଥିଲେ। କାରଣ ମାମୁଙ୍କ ଝିଅମାନେ ନାଚ ଶିଖନ୍ତି ଏବଂ ସେ ସେମାନଙ୍କ ଠାରୁ ନାଚ ଶିଖାଇବେ॥ଏହା ଶଣିବା ପରେ ଗିରିଶ କୁମାର ତାଙ୍କୁ ନୃତ୍ୟ ଶିଖାଇବାର ସୁଯୋଗ ଦେବାର ଆଶ୍ୱାସନା ଦେବାପରେ ସେ ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇରେ ପ୍ରସ୍ତୁତ ହେଉଥିଲା କେକ୍‌

ମୁମ୍ବାଇ,୧୩।୬: ମୁମ୍ବାଇର ଏକ କେକ୍‌ ବେକିଂ ବେକେରୀରେ ପ୍ରସ୍ତୁତ ହେଉଥିଲା ଗଞ୍ଜେଇ ମିଶ୍ରିତ କେକ୍‌। ଖବର ପାଇ ଶନିବାର ରାତିରେ ଚଢ଼ାଉ କରିଥିଲା ନାର୍କୋଟିକ କଣ୍ଟ୍ରୋଲ...

ବିରୋଧ ସତ୍ତ୍ୱେ ୨ କୃଷି ବିଧେୟକକୁ ରାଜ୍ୟ ସଭାରେ ମଞ୍ଜୁରୀ 

ନୂଆଦିଲ୍ଲୀ, ୨୦।୯: ମୌସୁମୀ ଅଧିବେଶନର ୭ମ ଦିନରେ ରବିବାର ରାଜ୍ୟ ସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ୩ଟି କୃଷି ବିଧେୟକ ମଧ୍ୟରୁ ୨ଟିକୁ ମଞ୍ଜୁରୀ ମିଳିଛି।...

୮ ରାଜ୍ୟରେ ହିନ୍ଦୁଙ୍କୁ ମିଳୁ ଅଳ୍ପସଂଖ୍ୟକ ମାନ୍ୟତା: ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୨୦।୨: ଦେଶର ୮ ରାଜ୍ୟରେ ହିନ୍ଦୁଙ୍କୁ ଅଳ୍ପସଂଖ୍ୟକ ମାନ୍ୟତା ଦେବାକୁ କରାଯାଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି। ଏନେଇ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯେଉଁ...

ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୩ା୧୧(ପି.ଟି.): ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ବିରୋଧରେ ମିଳିତ ଲଢ଼େଇ ପାଇଁ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ସଦସ୍ୟ...

ନର୍ଥ ବ୍ଲକ୍‌ରେ ଉତ୍ତରପ୍ରଦେଶ ବିଭାଜନ ଫାଇଲ୍‌ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା !

ନୂଆଦିଲ୍ଲୀ,୨୪।୯: ଉତ୍ତରପ୍ରଦେଶକୁ ବିଭାଜନ କରାଯିବା ଲାଗି ଦିଲ୍ଲୀର ସଚିବାଳୟର ନର୍ଥ ବ୍ଲକ୍‌ ଅର୍ଥାତ୍‌ କ୍ୟାବିନେଟ୍‌ ସେକ୍ରେଟାରିଏଟ୍‌ରେ ଫାଇଲ୍‌ ପ୍ରସ୍ତୁତ ହେଉଥିବା ନେଇ ଏବେ ଚର୍ଚ୍ଚା ଚାଲିଛି।...

‘ସାବରିମାଳା ମନ୍ଦିରକୁ ମହିଳା ପ୍ରବେଶ ରାୟ ଚୂଡ଼ାନ୍ତ ନୁହେଁ’

ନୂଆଦିଲ୍ଲୀ, ୬।୧୨(ଆଇଏଏନ୍‌ଏସ୍‌): କେରଳର ସାବରିମାଳାସ୍ଥିତ ଆୟାପ୍ପା ମନ୍ଦିରକୁ ସବୁ ବୟସ ଓ ବର୍ଗର ମହିଳାଙ୍କ ପ୍ରବେଶ ନେଇ ୨୦୧୮ରେ ଦିଆଯାଇଥିବା ରାୟ ଚୂଡ଼ାନ୍ତ ନୁହେଁ ବୋଲି...

ଏହି ଅଣ୍ଡର ଓ୍ବାଟର ସୁଡ଼ଙ୍ଗ ସାହାଯ୍ୟରେ ଚାଇନାକୁ ପାନେ ଦେବ ଭାରତ

ନୂଆଦିଲ୍ଲୀ,୨୭ା୭: ବ୍ରହ୍ମପୁତ୍ର ନଦୀରେ ଆସୁଥିବା ବନ୍ୟା ଚାଇନାର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଆମର ସମସ୍ତ ପ୍ରସ୍ତୁତିକୁ ପଛରେ ପକାଇଥାଏ। ଏଥିପାଇଁ ଅରୁଣାଚଳ...

ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,୧।୬: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡା. ରମେଶ ପୋଖରିଆଲଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ହେବାର ପରବର୍ତ୍ତୀ ସମସ୍ୟା ଯୋଗୁ...

Advertisement
Archives

Model This Week