ଦୃଷ୍ଟି ଆଢୁଆଳରେ କ୍ଷେତମୁଣ୍ଡଳୀର ମା’ ରାମଚଣ୍ଡୀ

ଜଗନ୍ନାଥପ୍ରସାଦ,୮।୧(ଡି.ଏନ.ଏ.): ଘୁମୁସର ବନାଞ୍ଚଳର ଜଗନ୍ନାଥପ୍ରସାଦ ବ୍ଲକ କ୍ଷେତମୁଣ୍ଡଳୀ ପଞ୍ଚାୟତ ନିକଟ ବଣପାହାଡ ମଧ୍ୟରେ ଅବସ୍ଥାନ କରିଛନ୍ତି ମାଡ଼ ରାମଚଣ୍ଡି। ଜଗନ୍ନାଥପ୍ରସାଦ ମୁଖ୍ୟ ରାସ୍ତାରୁ କ୍ରିୟାଧର କ୍ଷେତମୁଣ୍ଡାଳୀ ପଞ୍ଚାୟତ ରାସ୍ତାରେ ୧୧ କମି ଦୂରରେ ଏହା ଅବସ୍ଥିତ। ପୀଠ ନିକଟରେ କୂଳୁକୂଳୁ ନାଦ କରି ବହିଯାଇଛି ବନ୍ତାଧାର ଝରଣା। ଶୀତ ଋତୁର ଏଠିକାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଟାଣିଆଣେ। ଆଖପାଖର ଲୋକେ ପିକ୍‌ନିକ ପାଇଁ ଏହି ସ୍ଥାନଟିକୁ ପ୍ରକୃଷ୍ଠ ଭାବି ଛୁଟି ଆସିଥାନ୍ତି।
ଲୋକକଥାରୁ ଶୁଣିବାକୁ ମିଳେ, ଅଞ୍ଚଳର ୩ ଜଣଙ୍କୁ ଗୋଟିଏ ରାତିରେ ସ୍ବପ୍ନାଦେଶ ହୋଇଥିଲା ମା’ରାମଚଣ୍ଡୀ ପାଷାଣ ରୂପରେ ବନ୍ତାଧାର ଠାରେ ରହିଛନ୍ତି। ଗ୍ରାମ ଲୋକେ ସେବେଠାରୁ ମା’ ରାମଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରି ଆସୁଛନ୍ତି। ଶିଶୁଣ୍ଡା ଗ୍ରାମ ବ୍ରାହ୍ମଣ ସମାଜର କେତେଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ପରିବାର ଅର୍ଥ ଯୋଗାଡ଼ କରି ଏହି ମନ୍ଦିର ଉନ୍ନତି କାର୍ଯ୍ୟରେ ସହଯୋଗ କରୁଛନ୍ତି। କିନ୍ତୁ ଜଙ୍ଗଲ ମଧ୍ୟରେ ଥିବାରୁ ପ୍ରଶାସନ ଆଢୁଆଳରେ ଏହା ରହିଯାଇଛି। ସରକାର ଏଥିପ୍ରତି ଦୃଷ୍ଟି ଦେଇ ପର୍ଯ୍ୟଟକଙ୍କ ପାଇଁ ପୀଠକୁ ଭଲ ରାସ୍ତାଟିଏ କରିବା ସହ ମନ୍ଦିର ଉନ୍ନତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଅବସରପ୍ରାପ୍ତ ଶିକ୍ଷକ ପୀତବାସ ଷଡଙ୍ଗୀ କୁହନ୍ତି, ପଞ୍ଚାୟତ ପୂର୍ବ ଭାଗରେ ଥିବା ଶିଶୁଣ୍ଡା ଗ୍ରାମରେ ସର୍ବଦା ଜଳ ସମସ୍ୟା ଲାଗିରହିଥିଲା। ବନ୍ତାଧାରକୁ ୧୯୭୭ ମସିହାରେ ସ୍ଥାନୀୟ ପ୍ରଶାସନ ସହଯୋଗରେ କେନାଲ ମାଧ୍ୟମରେ ଜଳ ଯୋଗାଇ ଚାଷ ଜମିକୁ ପାଣି ମାଡୁଛି। ପୂର୍ବରୁ ଏହି ସୁନ୍ଦର ପରିବେଶକୁ ଉପଭୋଗ କରିବା ଲାଗି ଅଫିସରମାନେ ଆସି କିଭଳି ଜାଗାର ଉନ୍ନତି ହୋଇପାରିବ ଆଲୋଚନା କରୁଥିଲେ। ସମୟ ବଦଳିଛି, ଅଫିସର ମଧ୍ୟ ବଦଳିଛନ୍ତି। ମାତ୍ର ମା’ ରାମଚଣ୍ଡୀଙ୍କ ପୀଠ ଉନ୍ନତି ଅପେକ୍ଷାରେ ରହିଛି।
ଏନେଇ ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ମହାପାତ୍ର କୁହନ୍ତି, ପରିବାରର ସହଯୋଗ ସହାୟତାରେ ଯେତିକି ସମ୍ଭବ ଉନ୍ନତି କାର୍ଯ୍ୟରେ ସହଯୋଗ କରୁଛୁ। ବର୍ତ୍ତମାନର ଓଡିଶାର ଚିଫ୍‌ ସେକ୍ରେଟାରୀ ସେତେବେଳେ ଏହି ବ୍ଲକର ବିଡ଼ିଓ ଥିଲେ। ସେହି ସମୟରେ କ୍ଷେତମୁଣ୍ଡାଳୀ ଶିଶୁଣ୍ଡା ଗ୍ରାମର ଗ୍ରାମବାସୀଙ୍କ ପାଇଁ ଜଳ ଯୋଗାଣରେ ତାଙ୍କ ଭୂମିକା ଅତୁଳନୀୟ ଥିଲା।
ପ୍ରତ୍ୟେକ ନୂଆବର୍ଷରେ ପରିବାର ସହ ଆସି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁ। ପରିବାର ଲୋକଙ୍କ ସାଙ୍ଗରେ ଭୋଜି ଭାତ କରି ବନ୍ତଧାର କୁଳୁ କୁଳୁ ଶବ୍ଦର ମଜା ନେଇଥାଉ। ଏଠାକୁ ଆସିବା ପାଇଁ ଭଲ ରାସ୍ତା ନଥିବାରୁ ସମସ୍ୟା ହେଉଛି। ଭଲ ରାସ୍ତା ଖଣ୍ଡେ ପ୍ରଶାସନ କଲେ ଭଲ ହୁଅନ୍ତା ବୋଲି କୁହନ୍ତି ଗୃହିଣୀ ବନିତା ଷଢଙ୍ଗୀ। ସାମାଜିକ କର୍ମୀ ଅବିନାଶ ଆଚାର୍ଯ୍ୟ କୁହନ୍ତି, ନୂଆବର୍ଷରେ ମା’ ରାମଚଣ୍ଡୀଙ୍କ ଦର୍ଶନ ସହ ଭୋଜିଭାତ ଓ ପ୍ରାକୃତିକ ପରିବେଶ ଏଠାକୁ ଆମକୁ ଟାଣିଆଣେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ବାଲେଶ୍ୱର ଅଫିସ୍‌:୨୧।୪: ବାଲେଶର ସହରରେ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହେବାପରେ ଏକ ପ୍ରକାର ଆତଙ୍କ ଦେଖାଦେଇଛି। ଗତ ଶନିବାର ବାଲେଶ୍ୱରର ନେଳିବାବାଗ ଅଞ୍ଚଳର ଜଣେ ୫୮...

ମାଟ୍ରିକ ପରୀକ୍ଷା ସାରି ଫେରିବା ବେଳେ ଓଲଟିଲା ଅଟୋ

ବାଲେଶ୍ୱର ଅଫିସ, ୧୮।୩: ମାଟ୍ରିକ ପରୀକ୍ଷା ସାରି ଫେରିବା ବେଳେ ଦୁର୍ଘଟଣା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ପାଟଣା ଛକ...

ପୂଜାରେ ଶବ୍ଦ ପ୍ରଦୂଷଣ ରୋକିବାକୁ ଖୋର୍ଦ୍ଧା ପୋଲିସର କଟକଣା, ୪୨ ଡିଜେ ସାଉଣ୍ଡ ୟୁନିଟ୍‌ ପରୀକ୍ଷା

ଖୋର୍ଦ୍ଧା ଅଫିସ,୨ା୧୦: ଦଶହରା ଏବଂ ଗଜଲକ୍ଷ୍ମୀ ପୂଜାରେ ଶବ୍ଦ ପ୍ରଦୂଷଣକୁ ରୋକିବାକୁ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଖୋର୍ଦ୍ଧା ପୋଲିସ ଜିଲାର ମୁୁଖ୍ୟାଳୟରେ ୪୨ ଡିଜେ...

ଭିଡିଓ କ୍ଲିପ ପାଇଁ କ୍ୟାମେରା ମ୍ୟାନ୍‌ଙ୍କୁ ଅପହରଣ ପରେ ହତ୍ୟା

ଚାନ୍ଦବାଲି,୧୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅପହରଣ ପରେ ହତ୍ୟା ମାମଲାର ତଦନ୍ତ କରି ପୋଲିସ ଘଟଣାରେ ସମ୍ପୃକ୍ତ ଥିବା...

କୋଭିଡ ପରିଚାଳନା କାର୍ଯ୍ୟକ୍ରମର ସମୀକ୍ଷା

ବଲାଙ୍ଗୀର ଅଫିସ, ୫ା୬-ବଲାଙ୍ଗୀର ଜିଲା କୋଭିଡ-୧୯ ପର୍ଯ୍ୟବେକ୍ଷକ ସୁଶୀଲ କୁମାର ଲୋହାନୀ ଶୁକ୍ରବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ବିଭିନ୍ନ ବ୍ଳକର କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ...

ଲଗାଣ ବର୍ଷାରେ ଭୁଶୁଡ଼ିଲା ୧୦୦ ବର୍ଷ ପୁରୁଣା କୋଠା

ବ୍ରହ୍ମପୁର ଅଫିସ,୧୨।୯: ରାଜ୍ୟରେ ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବ୍ରହ୍ମପୁରର ୧୦୦ ବର୍ଷର ପୁରୁଣା ତେଲୁଗୁ ସମାଜମ କୋଠା ରବିବାର ବିଳମ୍ବିତ...

ଗୋପାଳଙ୍କ ଭାଇଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ

ବ୍ରହ୍ମପୁର ଅଫିସ,୧।୨: ପୋଲିସ ଗୁଳିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚାଲିଛି। ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ୪...

ସନ୍ଦେହରେ ଚଣ୍ଡିଖୋଲ ତୈଳଭଣ୍ଡାର ପ୍ରତିଷ୍ଠା

ଯାଜପୁର ଅଫିସ୍‌/ଧର୍ମଶାଳା/ ଜେନାପୁର, ୨୬।୮ (ଡି.ଏନ୍‌.ଏ.): ଦେଶର ୪ର୍ଥ ସର୍ବବୃହତ୍‌ ଚଣ୍ଡିଖୋଲ ତୈଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ପ୍ରାୟତଃ ପଦକ୍ଷେପ ସମ୍ପନ୍ନ ହୋଇସାରିଛି। ପ୍ରକଳ୍ପକୁ ୨୦୧୮...

Advertisement
Archives

Model This Week