୯୦,୩୯୫ କୋଟି ଋଣ ପ୍ରଦାନର ସମ୍ଭାବନା

ଭୁବନେଶ୍ୱର,୨୮-୧: ବର୍ଷ ୨୦୨୦-୨୧ ଲାଗି ରାଜ୍ୟର ଅଗ୍ରାଧିକାର କ୍ଷେତ୍ରଗୁଡିକୁ ପ୍ରାୟ ୯୦,୩୯୫ କୋଟି ଟଙ୍କାର ଋଣ ଯୋଗାଣ ନେଇ ସମ୍ଭାବନା ରହିଛି। ବ୍ୟାଙ୍କଗୁଡିକ ଏ ଦିଗରେ ନିଜର ଯୋଗଦାନ ରଖି ପାରିବେ। ଜାତୀୟ କୃଷି ତଥା ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଏଠାରେ ଅନୁଷ୍ଠିତ ରାଜ୍ୟ କ୍ରେଡିଟ ସେମିନାର ୨୦୨୦-୨୧ ଅବସରରେ ପ୍ରକାଶିତ ଫୋକସ ପେପରରେ ଏହା ଉଲ୍ଲେଖ କରାଯାଇଛି। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପଶୁପାଳନ,କୁକୁଡା ପାଳନ, ମାଛ ଚାଷ ଭଳି ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରଗୁଡିକୁ କୃଷି ଟର୍ମ ଋଣ ଫାଇନାନ୍ସ ପ୍ରଦାନ ଦିଗରେ ବ୍ୟାଙ୍କଗୁଡିକ କାର୍ଯ୍ୟକରିବାର ଆବଶ୍ୟକତା ରହିଛି ବୋଲି ସେ ଏଠାରେ ମତ ରଖିଛନ୍ତି।
ସେ କହିଛନ୍ତି ଯେ, ଏହା ଦ୍ୱାରା କୃଷକଙ୍କ ଆୟ ବଢାଇବା ଏବଂ ନୂଆ ସମ୍ପତ୍ତି ସୃଷ୍ଟିରେ ସହାୟକ ହେବ। ବ୍ୟାଙ୍କିଙ୍ଗ ସେବା ପହଞ୍ଚି ନଥିବା ସ୍ଥାନଗୁଡିକୁ ପହଞ୍ଚିବା ଲାଗି ସେ ବ୍ୟାଙ୍କଗୁଡିକୁ ଆହ୍ବାନ ଜଣାଇଛନ୍ତି। ଏହା ହେଲେ ରାଜ୍ୟ ସରକାର ହାତକୁ ନେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ସହଯୋଗତା ବଢିବ। ସେହିଭଳି ଡିଜିଟାଲ ବ୍ୟାଙ୍କିଙ୍ଗ ଲାଗି ଏହା ଉନ୍ମୁକ୍ତ କରିବ। ଦେଶର ଏକ ରାଜ୍ୟ ଭାବେ ଓଡିଶାକୁ ଗଢି ତୋଳିବା ଲାଗି ସେ ସମସ୍ତ ଅଂଶୀଦାରଙ୍କ ସହାୟତା ଏହି ଅବସରରେ ଲୋଡିଥିଲେ।
ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କେ.କେ. ମୀନା କହିଛନ୍ତି ଯେ, ରାଜ୍ୟର ଦୁଇ ତୃତୀୟାଂଶ ଲୋକ କୃଷି ଏବଂ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଉପରେ ନିର୍ଭର କରୁଥିବାରୁ ଏହି କ୍ଷେତ୍ରଗୁଡିକୁ ଋଣ ଯୋଗାଣର ସମ୍ଭାବନାକୁ ବିଚାର କରିବାକୁ ହେବ। ନାବାର୍ଡ ଏହାକୁ ଉପଲବ୍ଧି କରି ଆଣିଥିବା ଫୋକସ ପେପର ଅତ୍ୟନ୍ତ ଲାଭକାରି। ବ୍ୟାଙ୍କଗୁଡିକ ଏଫ୍‌ପିଓ ଏବଂ ଜେଏଲ୍‌ଜି ଫାଇନାନ୍ସିଂ ଉପରେ ଫୋକସ କରିବାକୁ ସେ ଆହ୍ବାନ ଜଣାଇଛନ୍ତି। ଗ୍ରାମାଞ୍ଚଳକୁ ଋଣ ଯୋଗାଣ ଧାରା ଉନ୍ନତ କରିବା ଦିଗରେ ବ୍ୟାଙ୍କିଙ୍ଗ ଶିଳ୍ପ ସହ ସରକାର ମିଳିତ ହୋଇ କାମ କରିବେ ବୋଲି ସେ ମତ ଦେଇଛନ୍ତି।କାର୍ଯ୍ୟକ୍ରମରେ ଆର୍‌ବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ଏମ୍‌.କେ.ମଲ୍ଲ, ନାବାର୍ଡ ସିଜିଏମ୍‌ ଏ.ଚନ୍ଦ୍ରଶେଖର, ଏସ୍‌ବିଆଇ ସିଜିଏମ୍‌ ପ୍ରବୀଣା କାଲା, ଏସ୍‌ଏଲବିସି ଜିଏମ୍‌ ଏବଂ ଆବାହକ ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri