୭୦ ବର୍ଷରେ ମତୋ ଗଜଲକ୍ଷ୍ମୀ ପୂଜା

ଚାନ୍ଦବାଲି, ୧୫।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି। ପୂଜା ପାଇଁ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ରଙ୍ଗିନ ଆଲୋକମାଳାରେ ପରିବେଶ ଝଲସୁଛି। ସୁନ୍ଦର ସାଜସଜ୍ଜା ସାଙ୍ଗକୁ ଲାଇଟ୍‌ ଓ ତୋରଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସେହିପରି ପାର୍ଶ୍ୱମୂର୍ତ୍ତି, ‘ହେଲ୍‌ମେଟ ବିନା ଗାଡ଼ି ଚଲାଇବା ବିପଦ’, ‘କାଳନେମି ବଧ’, ‘ସତୀ ସାବିତ୍ରୀ’, ‘ସୀତା ହରଣ’ ଆଦି ସାମାଜିକ ସମସ୍ୟା ଓ ପୌରାଣିକ କଥା ସମ୍ମିଳିତ ବାରୁଆଳି ଦର୍ଶକଙ୍କୁ ବାନ୍ଧି ରଖୁଛି। ବାଗୁଡ଼ି ଖେଳରୁ ଏଠାରେ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ୭୦ ବର୍ଷରେ ପଦାର୍ପଣ କରିଛି।
ସପ୍ତାହ ବ୍ୟାପୀ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଗଜଲକ୍ଷ୍ମୀଙ୍କ ପୂଜା ଚାଲିବ। ୨୦ ତାରିଖରେ ଭସାଣି ଶୋଭାଯାତ୍ରା। ସ୍ଥାନୀୟ ଲୋକଙ୍କର ଧାନ ଚାଷ ମୁଖ୍ୟ ବେଉସା। ଧାନ ଅମଳର ପ୍ରାକ୍‌ ସମୟରେ ଏହି ପୂଜା ପାଳିତ ହେଉଥିବାରୁ ଅଧିକ ଅମଳ ପାଇଁ ସମସ୍ତେ ମା’ଙ୍କ ପାଖରେ ପ୍ରାର୍ଥନା କରିଥାନ୍ତି। ମା’ଙ୍କର ଦୈନିକ ଷୋଡ଼ଶ ଉପଚାର ପୂଜା ସହିତ ନିତି, ନୈବେଦ୍ୟ, ଆଳତି ଆଦି ପାରମ୍ପରିକ ରୀତିରେ ହେଉଛି ବୋଲି ପୂଜକ ଗୟାଧର ମିଶ୍ର କହିଛନ୍ତି। ସ୍ଥାନୀୟ ଲୋକ ଓ ବ୍ୟବସାୟୀଙ୍କ ଆର୍ଥତ୍କ ସହଯୋଗରେ ପ୍ରତିବର୍ଷ ପୂଜା ପାଳିତ ହୋଇଆସୁଛି। ସମୟକ୍ରମେ ପୂଜା ବ୍ୟୟବହୁଳ ହୋଇଛି। ବନ୍ୟା, ବାତ୍ୟା, ମରୁଡ଼ି ପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଅଞ୍ଚଳବାସୀ ପରମ୍ପରାକୁ ବଜାୟ ରଖିଥିବା କହନ୍ତି ଗଜଲକ୍ଷ୍ମୀ ପୂଜାର ପ୍ରତିଷ୍ଠାତା ସଭ୍ୟ ଗୟାଧର ସାହୁ। ଲୋକସଂଖ୍ୟା ବୃଦ୍ଧି କାରଣରୁ ପୂର୍ବରୁ ମା’ ପୂଜା ପାଉଥିବା ସ୍ଥାନ ଏବେ ସଂକୀର୍ଣ୍ଣ ହୋଇଯାଇଛି। ଫଳରେ ମୀନାବଜାର, ଦୋଳି ଓ ଅସ୍ଥାୟୀ ଦୋକାନଗୁଡ଼ିକ ଏବେ ମତୋ କଚେରୀ ପଡ଼ିଆରେ ପଡୁଥିବା ପୂଜା କମିଟି ସଭ୍ୟ ଗୋଲକ ସାହୁ କହିଛନ୍ତି।
ଉଲ୍ଲେଖନୀୟ ଯେ, ୧୯୪୮-୪୯ ମସିହାରେ ‘ଲୌହମାନବ’ ନାଟକର ରଚୟିତା ପ୍ରସିଦ୍ଧ ନାଟ୍ୟକାର ନବ କୁମାର ସାହୁ ଓ ତାଙ୍କ ସ୍କୁଲ ସହପାଠୀଙ୍କର ମତୋ କଚେରି ପଡ଼ିଆରେ ବାଗୁଡ଼ି ଖେଳରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିଲା। ନାମକୁ ମାତ୍ର କେଇ ଟଙ୍କାରେ ପିଲାମାନଙ୍କ ହାତଖର୍ଚ୍ଚରୁ ଆରମ୍ଭ ଗଜଲକ୍ଷ୍ମୀ ପୂଜା ପରେ ସାର୍ବଜନୀନ ହେବା ସହ ଦୋଳ ମେଳଣ ପରି ଅଞ୍ଚଳର ଏକ ପ୍ରସିଦ୍ଧ ପୂଜାର ମାନ୍ୟତା ପାଇଛି। ସ୍ଥାନୀୟ ଲୋକ, ବ୍ୟବସାୟୀଙ୍କ ଆର୍ଥିକ ସହଯୋଗ ସହିତ ମତୋ ପଞ୍ଚାୟତର ବିଭିନ୍ନ ପୋଖରୀ ଓ ସଇରାତ ନିଲାମରୁ ମଧ୍ୟ କିଛି ଅର୍ଥ ପୂଜା କମିଟିକୁ ଯାଇଥାଏ। ଚାନ୍ଦବାଲି ବ୍ଲକ ସମେତ ପଡ଼ୋଶୀ ତିହିଡ଼ି, ବାସୁଦେବପୁର ଓ ରାଜକନିକା ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଓ ବ୍ୟବସାୟୀଙ୍କ ସମାଗମ ହେଉଥିବା ପୂଜା କମିଟି ସଭାପତି ଉମାକାନ୍ତ ସାମଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri