ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଲୋଡ଼ା

ବଡ଼ବିଲ, ୧୫।୧୦(ସ୍ବ.ପ୍ର.)-ଜୀବନ ଯେତେ ସଂଘର୍ଷପୂର୍ଣ୍ଣ ହେଲେ ବି ସାଧନା ଓ ଚେଷ୍ଟା ଦ୍ୱାରା ସଫଳତା ମିଳିବା ସମ୍ଭବ । ଏଥିଲାଗି ଯୁବପ୍ରତିଭାଙ୍କୁ ପ୍ରୋତ୍ସାହନ ମିଳିବା ଦରକାର। ଏକଥା କହିଛନ୍ତି କେନ୍ଦୁଝର ଜିଲା ବଡବିଲର ସୁନାପୁଅ ସଚିନ। ଗତ ୭ ଓ ୮ ତାରିଖ ଦୁଇଦିନ ଧରି ମାଲେସିଆରେ ଅନୁଷ୍ଠିତ ଉସୁ ପ୍ରତିଯୋଗିତାରେ ସେ ଭାଗ ନେଇ ସ୍ବର୍ଣ୍ଣ ଜିତି ଜିଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ସରକାର ତଥା ପ୍ରଶାସନର ବିନା ସହାୟତାରେ ସେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ଲାଭ କରିଥିବାରୁ ବଡବିଲବାସୀଙ୍କ ସହଯୋଗ ଓ ସମର୍ଥନ ସକାଶେ କୃତଜ୍ଞତା ଜଣାଇଛନ୍ତି। ମାଲେସିଆରୁ ଫେରି ହାଓ୍ବଡା-ବଡ଼ବିଲ ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନ ଯୋଗେ ଆସି ରବିବାର ବଡ଼ବିଲ ରେଳ ଷ୍ଟେଶନରେ ପହଞ୍ଚବା ପରେ ତାଙ୍କୁ ମହାନ୍ତ ମାର୍ଶଲ ଆର୍ଟ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି। ନିଜ ଘର ବଡ଼ବିଲ ମହାନ୍ତ ବସ୍ତିରେ ସଚିନ ପହଞ୍ଚିବା ପରେ ସେଠାକାର ପରିବେଶ ଉତ୍ସବମୁଖର ହୋଇ ଉଠିଥିଲା। ଉସୁ ପ୍ରତିଯୋଗିତାରେ ଏହି ସ୍ବର୍ଣ୍ଣ ବିଜେତାଙ୍କ ଲାଗି ଏବେ ଚାରି ଆଡୁ ଛୁଟିଛି ପ୍ରଶଂସାର ସୁଅ ।
ବଡ଼ବିଲ ମହାନ୍ତ ବସ୍ତିର ଏକ ମଧ୍ୟବିତ୍ତ ପରିବାରରେ ସଚିନଙ୍କ ଜନ୍ମ। ମାତା ଦମୟନ୍ତୀ ଓ ପିତା କୁଶଧ୍ୱଜ ମହାନ୍ତ। ସଚିନଙ୍କର ୪ ଭାଇ। ସେ ସବା ସାନ । ପିଲାଦିନୁ କ୍ରୀଡା ଓ ପାଠପଢା ଲାଗି ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡିଛି। ବଡବିଲ ନୋଡାଲ ସ୍କୁଲରେ ପଢୁଥିବା ବେଳେ ମାର୍ଶଲ ଆର୍ଟ ପ୍ରତି ଆକୃଷ୍ଟ ହୋଇଥିଲେ। ଟ୍ରେନର ପଙ୍କଜ ମହାନ୍ତଙ୍କଠାରୁ ତାଲିମ ନେଇ କେତେକ ପ୍ରତିଯୋଗିତାରେ ସଫଳତା ପାଇଥିଲେ। ସେବେଠାରୁ ନିୟମିତ କ୍ରୀଡ଼ାଭ୍ୟାସ ଲାଗି ଅଧିକ ସମୟ ଦେବାରୁ ପାଠପଢା ବାଧାପ୍ରାପ୍ତ ହୋଇଥିଲା। ସେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ବି ଅକୃତକାର୍ଯ୍ୟ ହୋଇଥିଲେ। ଆଗକୁ ବଢିବାର ସ୍ବପ୍ନ ଓ ସଙ୍କଳ୍ପ ଅଧୁରା ରହିଗଲା ଭଳି ତାଙ୍କୁ ଲାଗିଥିଲା। କିନ୍ତୁ ସେ ହାର୍‌ ନ ମାନି କ୍ରୀଡ଼ାଭ୍ୟାସ ଜାରି ରଖିଥିଲେ। କିଛି ବର୍ଷର ବ୍ୟବଧାନ ପରେ ଯୋଗଯୋଗ ପାଠ୍ୟକ୍ରମରେ ପରୀକ୍ଷା ଦେଇ ସେ ଯୁକ୍ତ ଦୁଇ ପାସ୍‌ କରିଥିଲେ। ସଚିନ ଏବେ ବଡବିଲ କଲେଜରେ ଗ୍ରାଜୁଏଶନ କରୁଛନ୍ତି। ବଣମଲ୍ଲି ଭଳି ଲୁଚି ରହିଥିବା ତାଙ୍କ ପ୍ରତିଭାକୁ କେହି ଚିହ୍ନି ନ ଥିଲେ ବି ସେ ଉସୁ ଭଳି ମାର୍ଶଲ ଆର୍ଟ କ୍ରୀଡ଼ା ଖେଳି ଲକ୍ଷ୍ୟ ପଥରେ ଆଗକୁ ବଢିବାକୁ ସ୍ବପ୍ନ ଦେଖି ଚାଲିଥିଲେ। ନୂଆଦିଲ୍ଲୀ ସ୍ଥିତି ‘ଓ୍ବାନ ନେଶନ, ଓ୍ବାନ ଫତ୍ଲାଗ ଓ ଓ୍ବାନ ସୋଲ୍‌’ ଅନୁଷ୍ଠାନ ତାଙ୍କ ପ୍ରତିଭାକୁ ଚିହ୍ନି ବଢାଇଥିଲା ସୁଯୋଗ ଓ ସହାୟତାର ହାତ । ଦୁଇ ମାସ ତଳେ ସଚିନଙ୍କୁ ପ୍ରତିଯୋଗିତାରେ ପରଖି ଅନ୍ତର୍ଜାତୀୟ ସ୍ତରରେ ଖେଳିବା ଲାଗି ତାଙ୍କୁ ମନୋନୀତ କରାଯାଇଥିଲା।
ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରି ଫେରିବା ପରେ ସଚିନ ଧରିତ୍ରୀକୁ ଏକ ସାକ୍ଷାତ୍‌କାର ଦେଇ ତାଙ୍କ ଅନୁଭୂତି ବାଣ୍ଟିଛନ୍ତି । ସେ କହିଛନ୍ତି, ପ୍ରଥମ ବିଦେଶ ଗସ୍ତର ଅନୁଭୂତି ଥିଲା ତାଙ୍କ ପାଇଁ ରୋମାଞ୍ଚକର । ମାଲେସିଆରେ ଗତ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଉସୁ ସମେତ ଜୁଡୋ, କରାଟେ ଆଦି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ହୋଇଥିଲା। ୭ ଓ ୮ ତାରିଖ ଦୁଇ ଦିନ ଜୁଡୋ ପ୍ରତିଯୋଗିତା ହୋଇଥିଲା। ଏଥିରେ ଭାରତ, ମାଲେସିଆ, ନେପାଳ ଓ ଭୁଟାନ ପ୍ରଭୃତି ଦେଶ ଅଂଶ ଗ୍ରହଣ କରିଥିଲେ। ଭାରତରୁ ମୋଟ ୧୮ ଜଣ ଖେଳାଳି ୩ ଜଣ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଯୋଗ ଦେଇଥିଲେ। ସଚିନ ବଡବିଲରୁ ଟ୍ରେନ ଧରି ଟାଟାନଗର ଦେଇ ଦିଲ୍ଲୀରେ ପହଞ୍ଚିବା ପରେ ସେଠାରୁ ବିମାନ ଯୋଗେ ମାଲେସିଆ ଯାତ୍ରା କରିଥିଲେ। ଖର୍ଚ୍ଚ ବହନ ଲାଗି ତାଙ୍କୁ ସରକାରୀ ସହାୟତା ମିଳି ନ ଥିଲା। ବଡବିଲ୍‌ର କେତେକ ବଦାନ୍ୟ ବ୍ୟକ୍ତି ସହାୟତା ପ୍ରଦାନ କରିଥିଲେ। ଆନ୍ତର୍ଜାତିକ ଉସୁ ପ୍ରତିଯୋଗିତାରେ କଡା ଟକ୍କର ମଧ୍ୟରେ ସେ ମାଲେସିଆକୁ ୨-୦ ରାଉଣ୍ଡରେ ପରାଜିତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେଠାରେ ବିଭିନ୍ନ ଖେଳାଳିିଙ୍କ ସହ ମିଶି ନିଆରା ଅନୁଭୂତି ଲାଭ କରି ସେଠାରୁ ଫେରି ଗତ ୧୧ ତାରିଖରେ ଦିଲ୍ଲୀ ପହଞ୍ଚିଥିଲେ। ଦିଲ୍ଲୀଠାରୁ ଜନ୍ମମାଟି ଯାଏ ତାଙ୍କୁ ମିଳିଥିବା ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ତାଙ୍କୁ ଆଗକୁ ବଢିବା ଲାଗି ପ୍ରେରଣା ଯୋଗାଇବ । ଆଗକୁ ଉସୁ କ୍ରୀଡ଼ାରେ ଭାଗ ନେଇ ସେ ଦେଶ ଲାଗି ଅଧିକ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଥିବା କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri